ହେଡଲାଇନସ୍:

ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟ ମିଶନ ଇନ୍ଦ୍ର-ଧନୁଷ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨ ବର୍ଷ ବୟସରୁ  କମ୍  ସମସ୍ତ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ସମ୍ପୂର୍ଣ୍ଣ ଟିକାକରଣକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲାରେ ମିଶନ ଇନ୍ଦ୍ର-ଧନୁଷ ୨-୦ ର ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମ ଚଳିତ ଜାନୁଆରୀ ମାସର ଆସନ୍ତା ୬ ତାରିଖରୁ ଆରମ୍ଭ କରାଯିବ ।

   ଏହି ଅବସରରେ  ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ପାରଳାଖେମୁଣ୍ଡି ସ୍ଥିତ ସିଡିଏମଓ ଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ଗୋଷ୍ଠି ଓ ସ୍ବାସ୍ଥ୍ୟ କେନ୍ଦ୍ରର ଜିଲ୍ଲା ଓ ବ୍ଲକ ସ୍ତରୀୟ ପଦାଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଆଂଶଗ୍ରହଣ କରିଥିଲେ ।

      ଗତ ଡିସେମ୍ବର ମାସ ୨ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ପ୍ରଥମ ପର୍ଯ୍ୟାୟ ମିଶନ ଇନ୍ଦ୍ର-ଧନୁଷର ଟୀକାକରଣ କାର୍ଯ୍ୟକ୍ରମରେ ମୋଟ ୨୪୬ ଜଣ ଶିଶୁ ଏବଂ ୭୮ ଜଣ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଥିଲା।  ସେହିଭଳି ଚଳିତ ଜାନୁଆରୀ ମାସର ଆସନ୍ତା ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ମିଶନ ଇନ୍ଦ୍ର-ଧନୁଷ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମ କରାଯିବ ।

   ଏହି କାର୍ଯ୍ୟକ୍ରମରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରତିନିଧି ତଥା ଭୁବନେଶ୍ୱରରୁ ଆସିଥିବା ଏସଏମଓ: ସମ୍ବିତ ପ୍ରଧାନ ଉପସ୍ଥିତ ରହି ମିଶନ ଇନ୍ଦ୍ର-ଧନୁଷର ପ୍ରଥମ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରସଂଶା କରିଥିଲେ ଏବଂ ପ୍ରୋଜେକ୍ଟର ମାଧ୍ୟମରେ ମିଶନ ଇନ୍ଦ୍ର-ଧନୁଷର ବ୍ୟାପକତା ସମ୍ପର୍କରେ ବିଭିନ୍ନ ତଥ୍ୟର ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

   ଦ୍ଵିତୀୟ ପର୍ଯ୍ୟାୟ ମିଶନ ଇନ୍ଦ୍ର-ଧନୁଷର ଟୀକାକରଣ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିବା ଜିଲ୍ଲାପାଳ ଶ୍ରୀ ସାହାଙ୍କୁ ସମ୍ପୂର୍ଣ୍ଣ ଭାବେ ଅବଗତ କରା ଯାଇଥିଲା । ଅନ୍ୟ ପକ୍ଷରେ ଏହି କାର୍ଯ୍ୟକ୍ରମର ମା ଓ ଶିଶୁ ସୁରକ୍ଷା କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ପୁରଣ କରାଯିବା ଉପରେ ଜିଲ୍ଲାପାଳ ସାହା ବିଶେଷ ଗୁରୁତ୍ଵାରୋପ୍ କରିଥିଲେ ।  ଏହି ବୈଠକ କାର୍ଯ୍ୟକ୍ରମରେ  ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ. ଗୁନୁରାଣୀ ପଟ୍ଟନାୟକ ଉପସ୍ଥିତ ରହି  ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରି ବୈଠକରେ ଅବଗତ କରାଇଥିଲେ ।

   ଅନ୍ୟାନ୍ୟ ମଞ୍ଚାସୀନ ଅଧିକାରୀ ମାନଙ୍କ ମଧ୍ୟରେ  ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାଃ ପ୍ରଦୀପ କୁମାର ପାତ୍ର ,  ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାଃ ଏମ:ମୁବାରକ ଅଲ୍ଲୀ ,  ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାଃ ଛନ୍ଦା କାନୁନଗୋ , ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାଃ ରବି ନାରାୟଣ ଦାସ ଏବଂ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ସୌମ୍ୟାରାଣୀ ଗୌଡ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ  କରିଥିଲେ ।

   ଏହି ବୈଠକ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଜନନ ଏବଂ ଶିଶୁ ସ୍ବାସ୍ଥ୍ୟ ଉପ-ପରିଚାଳକ ସୁଶାନ୍ତ ପ୍ରସାଦ ନାୟକ ପରିଚାଳନା କରିଥିବା ବେଳେ ଶୁରେଶ କୁମାର ଜେନା ସହଯୋଗ କରିଥିଲେ ।

0
0
0
s2sdefault