ହେଡଲାଇନସ୍:

ସ୍ବର୍ଗତ କଳାସାଗର ରଘୁନାଥ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ  "ସ୍ମୃତି ତୁମେ ଅଜିଜ୍"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନୃସିଂହନାଥ ମନ୍ଦିରର  ଝୁଲଣ ମଣ୍ଡପ ସାମନାରେ ପାରଳା ସହରର ବିଶିଷ୍ଠ ବ୍ୟକ୍ତିତ୍ୱ ସ୍ବର୍ଗତ କଳାସାଗର ରଘୁନାଥ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରଙ୍ଗାରଙ୍ଗ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମର ୨ୟ ଅର୍ଘ୍ୟ  ସ୍ମୃତି ତୁମେ ଅଜିଜ୍" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

    କାର୍ଯ୍ୟକ୍ରମକୁ ମଠର ମହନ୍ତ ମହାରାଜ ମଧୁସୂଦନ ଦାସଜୀ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ । ପରେ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଚିନ୍ମୟ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ବିଶିଷ୍ଠ ସାହିତ୍ୟିକ ତଥା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମଞ୍ଚ ନିର୍ଦ୍ଦେଶକ ତଥା ମଞ୍ଚରତ୍ନ ବଟକୃଷ୍ଣ ପାତ୍ର, ମନୋଜ କୁମାର ପାଢୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ କଳାସାଗର ରଘୁନାଥ ପଟ୍ଟନାୟକଙ୍କ ଅତୀତ କର୍ମମୟ ଜୀବନୀ ଓ କିଛି ଅଭୁଲା କଥାକୁ ମନେ ପକାଇ ସ୍ମୃତିଚାରଣ କରିଥିଲେ ।

    ଅତିଥି ମାନେ  ସ୍ବର୍ଗତ କଳାସାଗର ରଘୁନାଥ ପଟ୍ଟନାୟକଙ୍କ  ସମ୍ପର୍କରେ କହିଥିଲେ ଯେ ,  ସେ ପାରଳାଖେମୁଣ୍ଡି ସ୍ଥିତ କାରଣ ସାହିର ବାସିନ୍ଦା ଥିଲେ । ସେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ ଶିକ୍ଷକତା କରିଥିଲେ । ସେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ।  ଯାହାକି  ସେ ଏକାଧାରରେ କବି , ଲେଖକ , ସଂଗୀତଜ୍ଞ , ଚିତ୍ରଶିଳ୍ପୀ , କଣ୍ଠଶିଳ୍ପୀ , ସଙ୍ଗୀତ ଓ ନାଟକ ନିର୍ଦ୍ଦେଶକ , କୁଶଳୀ ଅଭିନେତା ଓ ସଂଳାପ ଲେଖକ ଥିଲେ ।

   ତାଙ୍କର କୃତି ମଧ୍ୟରୁ ଅନେକ ଗୁଡିଏ ନାଟକ , ଏକାଙ୍କିକା , କବିତା , ଗଳ୍ପ ଇତ୍ୟାଦି ଲେଖି ବିଭିନ୍ନ ସ୍ଥାନରେ  ବହୁବାର ଉଚ୍ଚ ପ୍ରଶଂସିତ ଓ ପୁରସ୍କୃତ ହୋଇଥିଲେ । ତାଙ୍କର ଏହିସବୁ ବହୁମୁଖୀ ପ୍ରତିଭାର ବ୍ୟକ୍ତିତ୍ୱ ଯୋଗୁଁ ତାଙ୍କୁ "କଳାସାଗର" ଉପାଧିରେ ଭୂଷିତ କରାଯାଇଥିଲା ।

   ଅନ୍ୟପକ୍ଷରେ ତାଙ୍କର ବହୁମୁଖୀ ପ୍ରତିଭା ସଦା ଜାଗ୍ରତ ରଖିବା ସହ ତାଙ୍କ ସାହିତ୍ୟ କୃତି ଅମଳିନ ରହୁ ବୋଲି  କାମନା କରିଥିଲେ ।  ଉଦ୍ଘାଟନୀ ସଭା କାର୍ଯ୍ୟକ୍ରମ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରାଯାଇଥିଲା । କଳାକାର ମାନଙ୍କ ମଧ୍ୟରେ ମିହିର ମାଳୀ , ଗୁରୁ ନୃସିଂହ ପ୍ରସାଦ ପାଢ଼ୀ , କୁମାର ଗିନୁ , କୁନାବାବୁ ହଳଧର , ହେମନ୍ତ ପଟ୍ଟନାୟକ , ଦୀପଶିଖା ପଟ୍ଟନାୟକ , ରବିନାରାୟଣ ଦାସ  ମିନତୀ ବାଳା ମହାପାତ୍ର , ଦେବାଶିଷ ମାଳୀ  ଏବଂ ବାବାଜୀ ଚରଣ ବେହେରା  ପ୍ରମୁଖ ଉପସ୍ଥିତ ରହି ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ।

  ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ତୁଷାର କୁମାର ଦାସ ପ୍ରାରମ୍ଭିକ ସୂଚନା ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ କହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମିହିର ମାଳୀ , ତୁଷାର ଦାସ , ତ୍ରିଲୋଚନ ପଣ୍ଡା ଏବଂ ଆୟୋଜକ ଚିନ୍ମୟ ପ୍ରସାଦ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।

 

0
0
0
s2sdefault