ହେଡଲାଇନସ୍:

ମୁଁ ବଂଚିଥିବା ପର୍ଯ୍ୟନ୍ତ ଗନ୍ଧମାର୍ଦନ ରେ ଖଣି ଖନନ କରାଇଦେବିନି : ପ୍ରଦୀପ ପୁରୋହିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ର ୩୫ ତମ ବାର୍ଷିକ ସମାବେଶ :ଗନ୍ଧମାର୍ଦନ ସୁରକ୍ଷା ପାଇଁ ବ୍ରଜ ଶପଥ

Padmapur/Paikamal(Shasak Prshasak):- ଆଜି ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ର ୩୫ତମ ବାର୍ଷିକ ସମାବେଶ ରେ ଗନ୍ଧମାର୍ଦନ ସୁରକ୍ଷା ପାଇଁ ପୁଣି ଆନ୍ଦୋଳନ କର୍ମୀ ମାନେ ବ୍ରଜ ଶପଥ ନେଇଥିବା ଜଣାଯାଇଛି। ପ୍ରତି  ବର୍ଷ ପରି ଏ ବର୍ଷ ମଧ୍ୟ ପରିଷଦ ତରଫରୁ ବାର୍ଷିକ ସମାବେଶ ପାଇକମାଳ ବ୍ଲକ୍ ର ଉପାନ୍ତ ଅଞ୍ଚଳ ବୁକ୍ରାମୁଣ୍ଡ ବଜାର ପ୍ରାଙ୍ଗଣ ରେ ଆବାହକ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ବୀର ସୁରେନ୍ଦ୍ର ସାଏ ଯୁବକ ସଂଘ ବୁକ୍ରାମୁଣ୍ଡ୍। ଓ ନେତାଜୀ  ସ୍ପୋଟିଂ ପଲସାନି ର ସଦସ୍ୟ ମାନଙ୍କ ଦ୍ଵାରା ନୃସିଂହନାଥ ମନ୍ଦିର ମହାପ୍ରଭୁ ଙ୍କ ଠାରୁ ମଶାଲ ଶୋଭାଯାତ୍ରା ବାହାରି ବୁକ୍ର।ମୂଣ୍ଡା ଗ୍ରାମ ପହଞ୍ଚିବା ପରେ ଗ୍ରାମବାସୀ ଙ୍କ ଦ୍ଵାରା ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ ସହ ଗ୍ରାମ ପରିକ୍ରମା କରି ସଭାସ୍ଥଳକୁ ପାଛୋଟି ନିଆ ଯାଇଥିଲା ।ଏହି ମଶାଲ ଶୋଭାଯାତ୍ରା ଦଳ କୁ ପାଇକମାଳ, ସା ଲେପାଲି,ଭେଙ୍ଗରାଜପୂର୍, ଟେମ୍ ରୀ, ସୋଡା ଆଦି ଗ୍ରାମରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ସର୍ବ ପ୍ରଥମେ ପରିଷଦ ର ୩୫ତମ ବାର୍ଷିକ ସମାବେଶ କୁ ପୂର୍ବତନ ବିଧାୟକ ତଥା ଗନ୍ଧମାର୍ଦନ ଆନ୍ଦୋଳନ ନେତା ପ୍ରଦୀପ ପୁରୋହିତ ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୟଲନ୍ ପୂଜାର୍ଚ୍ଚନା ପରେ କୁନି ଝିଅ ନନ୍ଦିନୀ ସାହା ଙ୍କ ସଂଗ୍ରାମୀ ଗୀତ ଗାନ କରିଥିଲେ।ଗତ ଏକ ମାସ ମଧ୍ୟରେ ଗନ୍ଧମାର୍ଦନ ଆନ୍ଦୋଳନ କର୍ମୀ ସ୍ବର୍ଗତ ଖଗେଶ୍ବର ସାହୁ, ଶୁକଲାଲ ରଣା,ଲଳିତ ଧରୂଆ ଓ ସଂଗ୍ରାମୀ ପ୍ରତିମା ବଗ।ର୍ ଙ୍କ ସ୍ବାମୀ ସ୍ବର୍ଗତ ବଗ।ର୍ ଙ୍କ ସତ୍ ଗତି କାମନା କରି ୨ମିନିଟ୍ ନିରବ ପ୍ରାର୍ଥନା କରା ଯାଇ ଥିଲା । ବିଗତ ୩୫ବର୍ଷ ଧରି ହୋଇଥିବା ଗନ୍ଧମାର୍ଦ୍ଦନ ଆନ୍ଦୋଳନ ର ଶ୍ରୁତି କୁ ବରିଷ୍ଠ ଆନ୍ଦୋଳନ କର୍ମୀ ମାନେ ଶ୍ରୁତି ଚାରଣ୍ କରିଥିଲେ । ଯେ କୌ ନଣ ସି କମ୍ପାନୀ  ବା ସରକାର  ଯଦି ଗନ୍ଧମାର୍ଦନ ରେ ଖଣି ଖଳନ୍ ପାଇଁ ଚକ୍ରାନ୍ତ କରନ୍ତି  ଜାଗ୍ରତ ପ୍ରହରୀ ଯୁବ ପରିଷଦ   ସଜାଗ ରହିଛି ଓ ତାର ସୁଯୋଗ ପାଇ ପାରିବେ ନାହିଁ ବୋଲି ବ୍ରଜ ଶପଥ ନେଇଥିଲେ । ପୁର୍ବତନ ବିଧାୟକ ତଥା ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ବରିଷ୍ଠ ନେତା ପ୍ରଦୀପ ପୁରୋହିତ ଯୋଗ ଦେଇ ସ୍ବର୍ଗତ ଆନ୍ଦୋଳନ କର୍ମୀଙ୍କ ଶ୍ରୁତି ଚାରଣ କରି ମୁଁ ବଂଚି ଥିବ ପର୍ଯ୍ୟନ୍ତ ଗନ୍ଧମାର୍ଦନ ରେ ଖଣି ଖଳନ ପାଇଁ ସୁଯୋଗ ପାଇ ପାରିବେ ନାହିଁ ଓ ପରିଷଦ ର ଜାଗ୍ରତ ପ୍ରହରୀ ଭାବେ ସବୁବେଳେ ସଂଗ୍ରାମ ଜାରୀ ରଖିଛି ଓ ରଖିବି ବୋଲି ଶପଥ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପରିଷଦ ର ପୂର୍ବତନ ଆବାହକ ରଘୁବୀର୍ ବରିହା,ପୂର୍ବତନ ଆବାହକ ତଥା ପ୍ରକୃତି ବନ୍ଧୁ ସାମ୍ବାଦିକ ଶ୍ରୀ ଧିରେନ ମହାନ୍ତି,ରାହାସ ବିହାରୀ ସାହୁ, ଭିଷ୍ମଦେବ ପଟେଲ , ହଜାରୁ  ମଲ୍ଲିକ,ଯୁଗଳ ଚରଣ ସାହୁ ପ୍ରମୁଖ ବିଗତ ସଂଗ୍ରାମ ର ଶ୍ରୁତି ଚାରଣ କରି ଥିଲେ । ଏ ଅବସରରେ କୁନି ଝିଅ ନନ୍ଦିନୀ ସହ ସମେତ ବିଗତ ଗନ୍ଧମାର୍ଦନ ଆନ୍ଦୋଳନ ସମୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପୂର୍ବତନ ଆବାହକ ସମେତ ସୁଶାନ୍ତ ପଣ୍ଡା, ଡା: ରତନ ଅଗ୍ରୱାଲ,ଭାଗରଥି ବେହେରା, ଡୋଲାମଣୀ  ପାଣ୍ଡେ,ଜଗଦୀଶ ଲୁହାର,ମନୋଜ ବିଶ୍ବାଳ, ଝସକେତନ୍ ସାହୁ,ଗୌର ବାରିକ୍ , ସଫେତ୍ ବାରିକ୍,ମହେନ୍ଦ୍ର ପ୍ରଧାନ,ତ୍ରିନାଥ ଗଡ଼ଟିଆ,ଶ୍ରୀ ମନ୍ତ ବିଶ୍ବାଳ,ଅନାଦି ପ୍ରଧାନ,ଗଜେନ୍ଦ୍ର ସେଠ,ପରମେଶ୍ଵର ବାରିକ୍,ପଙ୍କଜ ବାରିକ୍ ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା।୩୫ବର୍ଷ ପଦାର୍ପଣ ରେ ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ର ନୂତନ ଆବାହକ ଭାବେ ଶ୍ରୀ ଦିଲିପ୍ ବେହେରା ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ପରିଷଦ ର  ଆଗାମୀ ରୂପରେଖ, କାର୍ଯ୍ୟକ୍ରମ ପ୍ରସ୍ତୁତି ନିମନ୍ତେ ଦାୟିତ୍ଵ ଦିଆଯାଇଛି ।ପରିଶେଷରେ କାର୍ଯ୍ୟାଳୟ ସମ୍ପାଦକ ଦୁର୍ଯୋଧନ ପୁଟ। ଧନ୍ୟବାଦ୍ ଅର୍ପଣ କରିଥିଲେ ।

 

0
0
0
s2sdefault