ହେଡଲାଇନସ୍:

ଇଂରାଜୀ ନବବର୍ଷରେ ପଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରାଜ୍ୟବାସୀଙ୍କୁ ଇଂରାଜୀ ନବବର୍ଷ ୨୦୨୦ର ଶୁଭେଚ୍ଛା ଜଣାଇଲେ

 ପ୍ରଭୁଙ୍କ କୃପାରୁ ଓଡିଶା ଆହୁରି ସମୃଦ୍ଧ ହେଉ

 ଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର୍ ସୌନ୍ଦର୍ଯ୍ୟକରଣକୁ ପ୍ରଶଂସା

 ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଲିଙ୍ଗରାଜ ସମେତ ସବୁ ମନ୍ଦିରର ସୁରକ୍ଷା ହେବା ଉଚିତ୍

ଭୁବନେଶ୍ୱର(ଶାସକ ପ୍ରଶାସକ) – ଇଂରାଜୀ ନବବର୍ଷ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲିଙ୍ଗରାଜ ମନ୍ଦିରକୁ ଯାଇ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ରାଜ୍ୟବାସୀଙ୍କୁ ୨୦୨୦ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଲିଙ୍ଗରାଜ ମନ୍ଦିର ଚତଃପାଶ୍ୱର୍ ସୌନ୍ଦର୍ଯ୍ୟକରଣକୁ ପ୍ରଶଂସା କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ମନ୍ଦିର ଚତୁଃପାଶ୍ୱର୍ରୁ ଉଚ୍ଛେଦ ହେବା ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହୋଇଛି । ବିଳମ୍ବରେ ହେଲେ ମଧ୍ୟ ଏହା ଭଲ ପଦକ୍ଷେପ । ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ସବୁ ମନ୍ଦିରର ସୁରକ୍ଷା ହେବା ଉଚିତ୍ । ଗତ ତିନି ବର୍ଷ ପୂର୍ବରୁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାକାର ଦାଣ୍ଡରେ ଚାଲିଚାଲି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । ଲିଙ୍ଗରାଜ ମନ୍ଦିରକୁ ଆହୁରି ଭଲ କରିବା ଦରକାର ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଓଡିଶାର ଆରାଧ୍ୟ ପୀଠ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରକୁ ଆସି ଦର୍ଶନ କରିବାର ସୌଭାଗ୍ୟ ମିଳିଲା । ପ୍ରଭୁଙ୍କ କୃପାରୁ ଭାରତ ତଥା ଓଡିଶା ଆହୁରି ସମୃଦ୍ଧ ହେଉ । ଆଗାମୀ ଦିନରେ ସମସ୍ତେ ନିଜ ଜୀବନରେ ସଫଳ ହୁଅନ୍ତୁ । ପ୍ରଭୁଙ୍କ ଆଶୀର୍ବାଦ ରାଜ୍ୟର ସାଢେ ୪ କୋଟି ନାଗରିକଙ୍କ ଉପରେ ରହିଥାଉ ବୋଲି ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି । 

0
0
0
s2sdefault