ହେଡଲାଇନସ୍:

ଦିଲ୍ଲୀରେ ଓଡ଼ିଆ ଶିଳ୍ପୀଙ୍କ ଚିତ୍ର ପ୍ରଦର୍ଶନୀ ‘ଭୋଏଜ୍’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଭିନ୍ନ ସାମାଜିକ ପ୍ରସଙ୍ଗର ଚିତ୍ରକଳା ପ୍ରଦର୍ଶିତ

ନୂଆଦିଲ୍ଲୀ(ଶାସକ ପ୍ରଶାସକ) : ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଲଳିତକଳା ଏକାଡେ଼ମୀର ପ୍ରଦର୍ଶନୀ କକ୍ଷରେ ୭ଜଣ ଓଡ଼ିଆ ଯୁବ ଚିତ୍ରଶିଳ୍ପୀଙ୍କ ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ‘ଭୋଏଜ୍’ ୨୯ ତାରିଖରେ ଉଦଯାପିତ  ହୋଇଯାଇଛି । ଉକ୍ତ ପ୍ରଦର୍ଶନୀକୁ ଲଳିତକଳା ଏକାଡେ଼ମୀର ଭାରପ୍ରାପ୍ତ ସଚିବ ରାମକୃଷ୍ଣ ବେଦାଲା ଆନୁଷ୍ଠାନିକ  ଭାବେ ଉଦ୍ଘାଟନ କରି ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ ଛବି ଗୁଡ଼ିକର ପ୍ରଶଂସା କରିବା ସହ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଦର୍ଶନୀରେ ଓଡ଼ିଆ ଯୁବଶିଳ୍ପୀ ଅଶୋକ ମହାକୁର, ହୃଦୟାନନ୍ଦ ପଟ୍ଟନାୟକ, ରଜନୀକାନ୍ତ ସାହୁ, ପ୍ରଦୀପ କୁମାର ସାହୁ, ଜୟଶ୍ରୀ ଜେନା, ସତ୍ୟରଞ୍ଜନ ସାହୁ ଓ ରଶ୍ମିରଞ୍ଜନ ରାଉତଙ୍କ ବିଭିନ୍ନ ଶୈଳୀ, ଆକାର ଓ ଅଙ୍ଗ ବିନ୍ୟାସ ଉପରେ ଚିତ୍ର ପର୍ଯ୍ୟବେସିତ ହୋଇଥିଲା ଯାହା ତାଙ୍କର ସୃଜନାତ୍ମକ ସୌନ୍ଦର୍ଯ୍ୟବୋଧର ପରିଭାଷାକୁ ପରିପ୍ରକାଶ କରିଅଛି ।ପ୍ରଦର୍ଶିତ ସମସ୍ତ ଛବିର ପୃଷ୍ଠଭୂମି ବିଭିନ୍ନ ସାମାଜିକ ପ୍ରସଙ୍ଗ ସହିତ ବ୍ୟକ୍ତିଗତ ଅଭିରୁଚି ଉପରେ ଆଧାରିତ ଯାହା ମାନବୀୟ ସତ୍ତାର ବୌଦ୍ଧିକ, ଆଧ୍ୟାମିକ ଓ ରାଜନୈତିକ ବି·ରଧାରା ଦ୍ୱାରା ପ୍ରଭାବିତ । ଉକ୍ତ ପ୍ରଦର୍ଶନୀଟି ଦିଲ୍ଲୀର ବହୁ ବରିଷ୍ଠ  ଚିତ୍ରକର, ଦିଲ୍ଲୀରେ ଥିବା ଓଡିଆ ଚିତ୍ରକର ଏବଂ କଳାନୁରାଗୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।

 

0
0
0
s2sdefault