ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଉପନିର୍ଦ୍ଦେଶକ ତଥା ଉପ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ବରଦା ପ୍ରସନ୍ନ ଦାସ ବିଭାଗୀୟ ପଦୋନ୍ନତି ପାଇ ଯୁଗ୍ମ ନିର୍ଦ୍ଦେଶକ ପଦରେ ନିଯୁକ୍ତି ହୋଇଛନ୍ତି । ଶ୍ରୀ ଦାସ ତାଙ୍କର ୩୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଟିଟିଲାଗଡ, ନୟାଗଡ. ବାଙ୍କୀ. କଟକ, ଭୁବନେଶ୍ୱର,ଖୋର୍ଦ୍ଧା, ଅନୁଗୋଳ, ଦେବଗଡ ଆଦି ସ୍ଥାନରେ ଲୋକ ସଂପର୍କ ଅଧିକାରୀ ଓ ବିଭିନ୍ନ ମନ୍ତ୍ରୀଙ୍କ ସୂଚନା ଅଧିକାରୀ ଭାବେ ସଫଳତାର ସହ କାର୍ଯ୍ୟ ସଂପାଦନ କରିଛନ୍ତି । ସେ ଜଣେ ସୁଲେଖକ, ସୁବକ୍ତା, ସଂଗଠକ ଓ ସାହିତ୍ୟିକ ଭାବେ ସୁପରିଚିତ ।
ରାଜ୍ୟ
ବରଦା ଦାସ ହେଲେ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦେଶକ
- Hits: 306