ହେଡଲାଇନସ୍:

ସିନାପାଲିରେ ୯ ଦାଦନ ଶ୍ରମିକ ସହ ୩ ଶିଶୁ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିନାପାଲି ରୁ ନିରାକାର ମେହେରଙ୍କ ରିପୋର୍ଟ: -ନୂଆପଡା  ଜିଲ୍ଲା ସିନାପାଲି ଥାନା ସଦର ଯୁଗେନପଦର ଛକ୍ ଠାରୁ ୯  ଜଣ ଦାଦନ ଶ୍ରମିକ ସହ ୩ ଶିଶୁ ଙ୍କୁ ସିନାପାଲି ପୋଲିସ ଉଦ୍ଧାର କରିଛି। ସିନାପାଲି ପୋଲିସ ଙ୍କ ସୁଚନା ଅନୁସାରେ ବିଶେଷ ସୁତ୍ର ରୁ ଖବର ପାଇଁ ସିନାପାଲି ଥାନା ଅଧିକାରୀ ଜୈତିରଂଜନ ଗଉଡ଼ ଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ପହଞ୍ଚି ସିନାପାଲି ଯୁଗେନପଦର ଛକ୍ ଠାରୁ ଛତିଶଗଡ଼ ର ଗରିଆବନ୍ଦ ଜିଲ୍ଲା ଦେଭୋଗ ଥାନା ଚିଚିଆ ଗ୍ରାମ ର ୯ ଜଣ ଦାଦନ ଶ୍ରମିକ ସହ ୩ ଜଣ ଶିଶୁ ଙ୍କୁ ଉଦ୍ଧାର କରିଛି। ସୁଚନା ଅନୁସାରେ ଏହି ୯ ଜଣ ଦାଦନ ଶ୍ରମିକ ଙ୍କୁ ନୂଆପଡା ଜିଲ୍ଲା ବୋଡେନ ଥାନା କରଙ୍ଗାମାଲ ଗ୍ରାମ ର ଦଲାଲ ଲୋଚନ ବାଗ ଆନ୍ଦ୍ରାପଦେଶ ନେଉଥିବା ବେଲେ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଛି। ହେଲେ ଦଲାଲ ଲୋଚନ ବାଗ ଫେରାର୍ ହୋଇଯାଇଥିଲା। ଶ୍ରମିକ ମାନଙ୍କୁ ସିନାପାଲି ଥାନା ଆଣି ପଚରାଉଚରା କରି ଏକ କେସ୍ ନମ୍ୱର ୩୦୫/୧୯ ରୁଜୁ କରାଯାଇଥିବା ବେଲେ ଦାଦନ ଶ୍ରମିକ ମାନଙ୍କୁ ନିଜ ନିଜ ଘରକୁ ଛଡା ଯାଇଥିଲା। ଦାଦନ ଶ୍ରମିକ ମାନେ ହେଲେ ଗୌତମ ପ୍ରଧାନ (୨୩ବର୍ଷ) ଅଜିତ କୁମାର ପ୍ରଧାନ (୨୩ବର୍ଷ) ଚରଣ ସିଂ ପ୍ରଧାନ (୫୫ବର୍ଷ) ନାଗେଶ୍ୱର ପ୍ରଧାନ (୨୪ବର୍ଷ) ଉସାବାଇ ପ୍ରଧାନ (୫୫ବର୍ଷ) ଭାରତୀ ପ୍ରଧାନ (୨୨ବର୍ଷ) ଚରଣ ସିଂ ହରପାଲ (୪୦ବର୍ଷ) କୁନି ପ୍ରଧାନ (୨୪ବର୍ଷ) ଯୁଗେଶ୍ୱର ପ୍ରଧାନ (୨୮ବର୍ଷ) ସହ ୩ ଶିଶୁ ହେଲେ ବବି ପ୍ରଧାନ (୬ମାସ) ୟମିନ ପ୍ରଧାନ (୩ବର୍ଷ) ଭୂପେଶ ପ୍ରଧାନ (୧ବର୍ଷ) ରହିଥିଲେ।

 

0
0
0
s2sdefault