କହିଲେ "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଜଗନ୍ନାଥଙ୍କ ବଡ ଭକ୍ତ"
Bhubaneswar(Girija Dash) : ପୁରୀ ଉନ୍ନତିକରଣର ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ ପାଣ୍ଡିଆନ | ସେ ଆଜି କହିଛନ୍ତି ପୁରୀ ଉନ୍ନତିକରଣ ପଛର ଗହନ ରହସ୍ୟ | ସେ କହିଥିଲେ ଯେ , "ଏ ପ୍ରକଳ୍ପ ଆଜିର ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ବହୁପୂର୍ବର ପରିକଳ୍ପନା | ଆଉ ସେଇଠି ପାଇଁ ପୁରୀର ଜେଲକୁ ସହର ବାହାରକୁ ଯିବାର ନିଷ୍ପତ୍ତି ନିଆଯାଇଥିଲା ସେତେବେଳର ଜେଲ ଏଡିଜିଙ୍କ ପ୍ରବଳ ବିରୋଧ ସତ୍ତ୍ୱେ | ଏଇଟା ୨୦୧୬ ଜାନୁଆରୀର କଥା | ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରୀ ଯିବା ରାସ୍ତାରେ ମୁ ବି ସାରଙ୍କ ଗାଡିର ପଛରେ ବସିଥିଲି | ଆପଣ ଜାଣିଛନ୍ତି ନୂଆବର୍ଷ ପାଇଁ ପୁରୀ ରାସ୍ତାର ଦୁଇ ପଟେ ବଡ ବଡ ହୋର୍ଡ଼ିଂ ଲାଗିଥାଏ | ଯେଉଁ ହୋର୍ଡ଼ିଂ ଆସିବ, ଜଗନ୍ନାଥଙ୍କ ହୋର୍ଡ଼ିଂ ଦେଖିଲେ ମୁଖ୍ୟମନ୍ତ୍ରୀ ମୁଣ୍ଡିଆ ମାରୁଥାନ୍ତି | ରାସ୍ତା ସାରା ମୁଣ୍ଡିଆ ମାରି ମାରି ଚାଲିଥାନ୍ତି | ଆଉ ମନ୍ଦିର ଭିତରେ ବି ମୁଁ ଜଣେ ଭିନ୍ନ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଲି | ଫେରିବା ରାସ୍ତାରେ ମୁଖ୍ୟମନ୍ତ୍ରୀ ପଚାରିଲେ, " ମହାପ୍ରଭୁଙ୍କ ଆମେ ମନ୍ଦିର ପାଇଁ କିଛି ଭଲ କଲେ ଭଲ ହବ "
"ସେଇଥିରୁ ଏଇ ପ୍ରୋଜେକ୍ଟ ପରିକଳ୍ପନା ହେଲା \ କେହି ଜାଣି ନଥିଲେ, ଆଉ ୨୦୧୬ ଜାନୁୟାରୀ ପ୍ରଥମ ସପ୍ତାହରେ ହିଁ ଆରମ୍ଭ ହେଇଥିଲା କାର୍ଯ୍ୟକ୍ରମ ଜେଲ ସ୍ଥାନାନ୍ତର ନିଷ୍ପତ୍ତିରୁ | ଟାର୍ଗେଟ ସମୟ ଭିତରେ ଜେଲ ନିରମରଣ କରି ସାରିଲୁ ଓ ଜେଲ ସ୍ଥାନାନ୍ତର କଲୁ | ମୁ ଆଜି କାହିଁକି ଏଇଆ କହୁଛି, କାରଣ ଏଇ ପ୍ରୋଜେକ୍ଟ ନେଇ ସମସ୍ତଙ୍କ ରହିଥିବା ସନ୍ଦେହ ଦୂର ହୋଇଯାଉ | ମୁଖ୍ୟମନ୍ତ୍ରୀ ହେଉଛନ୍ତି ପ୍ରଭୁ ଜଗନ୍ନାଥଙ୍କ ସବୁଠୁ ବଡ ଭକ୍ତ ଓ ତାଙ୍କରି ଇଛାରେ ହିଁ ଏଇ ପ୍ରୋଜେକ୍ଟ ଚାଲିଛି " ବୋଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି ସଚିବ ଏ ଗହନ କଥାର ଆଜି ଉନ୍ମୋଚନ କରିଛନ୍ତି |