ହେଡଲାଇନସ୍:

ଚଇତିର ଚତୁର୍ଥ ସନ୍ଧ୍ୟା :  ମନ କିଣିଲା  ଗୋଟିପୁଅ ଆଉ ପୁରୁଲିଆର ଛଉ ନୃତ୍ୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମଶ୍ରୀ ହଳଧର ନାଗଙ୍କ ନିର୍ଦେଶିତ ସମ୍ବଲପୁରୀ ନୃତ୍ୟରେ ଦୁଲୁକିଲା ମଣ୍ଡପ

ରାୟଗଡ(ସରୋଜ ସାହୁ) ଚଳିତ ବର୍ଷ ପାଳିତ ହେଉଥିବା ରାୟଗଡ ଜିଲ୍ଲାର କଳା, ସାହିତ୍ୟ ଓ ସଂସ୍କୃତିର ବର୍ଣ୍ଣାଢ୍ୟ ଉତ୍ସବ  ଚଇତିର ଚତୁର୍ଥ ସନ୍ଧ୍ୟାରେ ରାୟଗଡ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ସଂସ୍କୃତି ପରିଷଦ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ  ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପଦ୍ମିନୀ ଦିଆନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ  ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର କୁମାର ଦାସ, ବିଧାୟକ ରାୟଗଡ ମକରନ୍ଦ ମୁଦୁଲି, ରାୟଗଡ ପିଏ ଆଇଟିଡିଏ ଟୁକୁ ବାରିକ, ଜିଲ୍ଲା ସଂସ୍କୃତି ପରିଷଦ ସଂଯୋଜକ ଦୁଷ୍ମନ୍ତ ମହାନ୍ତି, ପଂଚବଟୀ ସଂପାଦକ ସୁଶାନ୍ତ କୁମାର ନାୟକ, ଉତ୍କଳ  ଆଲୁମିନା ଇଣ୍ଟରନ୍ୟାସନାଲ, ଦୋରାଗୁଡାର ସଭାପତି ଓ ପ୍ରକଳ୍ପ ମୁଖ୍ୟ ଏନ. ନାଗେଶ, ଜେ. କେ. କାଗଜ କଳର ବରିଷ୍ଠ  ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥ ଓ ଇମ୍ଫା ଥେରୁବାଲିର ଉପ-ସଭାପତି (ଉତ୍ପାଦ) କେ. ଭେଙ୍କେଟେଶ୍ୱର ରାଓ ଯୋଗ ଦେଇଥିଲେ । ଏହି ଅବସରରେ ମୂଖ୍ୟ ଅତିଥି ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ନିଜ ଭାଷଣରେ କହିଥିଲେ ଯେ, ଏହି ଚଇତି ମହୋତ୍ସବକୁ କ୍ୟାଲେଣ୍ଡର ସ୍ଥାନ ଦେବା ପାଇଁ ପ୍ରୟାସ କରିବା ଦରକାର । ଏହି ମହୋତ୍ସବ ଜିଲ୍ଲାର ଲୁକାୟୀତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାରେ ଏକ ମାଧ୍ୟମ । ଏହି ମଣ୍ଡପରେ ସେମାନେ ନିଜ ନିଜର ପ୍ରତିଭା ଓ ପରାକାଷ୍ଠାକୁ ପ୍ରଦର୍ଶନ କରି ଦେଶ ଓ ବିଦେଶରେ ଖ୍ୟାତି ଆଣିପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ଏହି ଚଇତି ମାଧ୍ୟମରେ ହୋଇଥିବା ଷ୍ଟଲ ମାନଙ୍କର ବିଭିନ୍ନ ପ୍ରକାରର ଜିନିଷ ବିକ୍ରୟ ହୋଇଥାଏ ଏହା ଦ୍ୱାରା ଜନସାଧାରଣ ଗୋଟିଏ ଜାଗାରେ ସବୁ ପ୍ରକାରର ଘରୋଇ ଜିନିଷ ସୁବିଧାରେ କ୍ରୟ କରିଥାଆନ୍ତି । ଏଣୁ ସେ ଉପସ୍ଥିତ ଜନତାଙ୍କୁ ଚଇତିର ଭରପୁର ମଜା ଉଠାଇବାକୁ ନିବେଦନ କରିଥିଲେ । ଏହି ଉତ୍ସବରେ ଦେଶ ଓ ବିଦେଶରୁ ଆସିଥିବା ନିମନ୍ତ୍ରୀତ ଅତିଥି କଳାକାର ଓ ଆମ ଜିଲ୍ଲାରେ ପ୍ରତିଭାବାନ କଳାକାରଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ଚଇତି ଏକ ମାଧ୍ୟମ ଓ ଏହି ଉତ୍ସବକୁ ଆଗାମୀ ପ୍ରତିବର୍ଷ ଏହି ଭଳି ପାଳନ ହେଉ ଓ ଜନସାଧାରଣ ଏହାର ଲାଭ ଉଠାଉଥାଆନ୍ତୁ ବୋଲି ନିମନ୍ତ୍ରୀତ ସମ୍ମାନିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ଚଇତିର ଆୟୋଜକ ମାନଙ୍କୁ ସଫଳ ଆୟୋଜନ ନିମନ୍ତେ ପ୍ରଶଂସା କରିଥିଲେ ।

ଚଇତି ଚତୁର୍ଥ ସନ୍ଧ୍ୟାରେ ଉଦଘୋଷକ ଅଧ୍ୟାପକ ଦିଲୀପ କୁମାର ହୋତା ଓ ଉଦଘୋଷିକା ବିଦିଶା ଶତପଥୀଙ୍କ ସଂଯୋଜନାରେ ଭୂବନେଶ୍ୱରର ପ୍ରଜ୍ଞା ନୃତ୍ୟ ଗ୍ରୁପର ଓଡିଶୀ ନୃତ୍ୟ, ବୀରନରସିଂହପୁର ଭଗବତୀ ଗୋଟିପୁଅ କଳା କେନ୍ଦ୍ରର ଗୋଟିପୁଅ ନୃତ୍ୟ, ପୁରୁଲିଆର ଛଉ ନୃତ୍ୟ ଓ ପଦ୍ମଶ୍ରୀ ହଳଧର ନାଗଙ୍କ ନିର୍ଦେଶିତ ସମ୍ବଲପୁରୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମତୁଆଲା କରିଦେଇଥିଲା । ଏହି ଅବସରରେ ରାଜ୍ୟସ୍ତରୀୟ କ୍ରୀଡାରେ ଉତକୃଷ୍ଟ ବିବେଚିତ କ୍ରୀଡାବିତଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରାଙ୍କ ଦ୍ୱାରା ଉପଢୌକୋନ, ମାନପତ୍ର ଓ ସ୍ମାରକ ପ୍ରଦାନ କରାଯାଇଥିଲା । ଚଇତି ଚତୁର୍ଥ ସନ୍ଧ୍ୟାରେ  ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ. ସର୍ବଣା ବିବେକ ଏମ, ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ରାୟଗଡ ଅମ୍ରିତ ଋତୁରାଜ, ରାୟଗଡ ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, କମାଣ୍ଡାଣ୍ଟ କେନ୍ଦ୍ରୀୟ ସୁରକ୍ଷା ବଳ (୪ର୍ଥ ବାଟାଲିୟନ) ୱାଇ. କେ. ରାଜପୁତ, ପଦ୍ମଶ୍ରୀ ହଳଧର ନାଗ, ଇମ୍ଫା ଥେରୁବାଲିର ବରିଷ୍ଠ  ଲୋକ ସଂପର୍କ ଅଧିକାରୀ ଶକ୍ତୀପ୍ରସାଦ ପାଣିଗ୍ରାହୀ, ଉତ୍କଳ  ଆଲୁମିନା ଇଣ୍ଟରନ୍ୟାସନାଲର ଲୋକସଂପର୍କ ଆଧିକାରୀ ଚୌଧୁରୀ ପ୍ରଣମାନନ୍ଦ ଦାସ, ଉତ୍କଳ  ଆଲୁମିନାର ଏଡମିନ (ମାଇନିଙ୍ଗ) ସୁକାନ୍ତ ମହାପାତ୍ର ଓ ପ୍ରବନ୍ଧକ ପ୍ରଶାସନ ଯୋଗଯୋଗ (ୟୁଏଆଇଏଲ) ପିତାମ୍ବର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ପଂଚବଟି  ସଂପାଦକ ସୁଶାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ତଥା ଭାରପ୍ରପ୍ତ ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ  ଅଧିକାରୀ ନୃସିଂହ ଚରଣ ପଟନାୟକ ମଂଚ ପରିଚାଳନା କରିଥିବା ବେଳେ ଅନ୍ୟ ମାନେ ସହଯୋଗ କରିଥିଲେ ।  

 

0
0
0
s2sdefault