ହେଡଲାଇନସ୍:

ଗଜପତି ଏସପି ସାରା : କାହାପାଇଁ ଇର୍ଷାର କାରଣ ତ ଆଉ କାହା ପାଇଁ ପ୍ରେରଣାର ଧାରା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କିନ୍ନରଙ୍କୁ ଥଇଥାନ କରି ପୁଣି ଚର୍ଚ୍ଚାରେ ସାରା 

ଗତ କିଛି ଦିନର  ନିଜ କାର୍ଯ୍ୟ କଳାପ ଭିତରେ ଏସପି ସାରା ଶର୍ମା ପ୍ରମାଣିତ କରିଦେଇଛନ୍ତି ପୋଲିସ ଲୋକଙ୍କ ବି ବନ୍ଧୁ ହୋଇପାରେ |  ପୋଲିସ କେବଳ ନାଲି ଆଖି ଆଉ ରୋଲ ବାଡ଼ିର ଭୟ ଦେଖାଇବା ପାଇଁ ନୁହେଁ, ଇଛାଶକ୍ତି  ଥିଲେ ସମାଜ ସୁଧାର କାମରେ ନିଜକୁ ନିୟୋଜିତ କରିପାରିବ ଆଉ ଲୋକଙ୍କ ବନ୍ଧୁ ହୋଇ ପାରିବ | ବାସ୍ତବରେ ଗଜପତି ଏସପିଙ୍କ କାର୍ଯ୍ୟକଳାପ ଦେଖି ଅନ୍ୟ ଜିଲ୍ଲା ଏସପି ମାନେ ପ୍ରେରିତ ହେଉଥିବେ କି ଇର୍ଷା କରୁଥିବେ ତାହା ଭିନ୍ନ କଥା, ହେଲେ ସେ ଗଜପତି ବାସୀଙ୍କ ପାଇଁ ପାଲଟି ଯାଇଛନ୍ତି ଜଣେ ଦରଦୀ ବନ୍ଧୁ | ମାନେ ତାଙ୍କ କଥା କହିବାକୁ ପିଲା ଦିନର ଗୋଟାଏ ବିଜ୍ଞାପନ ମାନେ ପଡିଯାଉଛି ଓନିଡା ଟିଭିର " ନେଇବର୍ସ ଏନଭି , ଓନର୍ସ ପ୍ରାଇଡ"

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :" ମୁଁ ବି ଆଗରୁ ସେମାନଙ୍କୁ ଦେଖି ହସୁଥିଲି | ହେଲେ ସେମାନଙ୍କ ବିଷୟରେ ଜାଣିବା ପରେ ଆଉ ସେମାନେ ଯେଉଁ ସାମାଜିକ ସ୍ଥିତିକୁ ସର୍ବୋପରି କିନ୍ନର ମାନଙ୍କ ପ୍ରତି ଲୋକଙ୍କ ମାନସିକତା ଅନୁଧ୍ୟାନ  କରିବା ପରେ  ମୋର ମନ କହିଲା,ଏମାନଙ୍କ ପାଇଁ କିଛି କରିବି | ସେମାନଙ୍କୁ କେମିତି ସ୍ୱାବଲମ୍ବୀ କରିବା ପାଇଁ ନିଶ୍ଚୟ ଉଦ୍ୟମ କରିବି | ଆଉ ସେ ମାନସିଜତାର ସାକାର ପରିଣାମ ହେଉଛି -ସୁରଭି ଓମଫେଡ ପାର୍ଲର"  |

ପ୍ରଥମେ ମହିଳା ସୁରକ୍ଷା, ତାପରେ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି, ଭୋକିଲା ପେଟକୁ ଦାନା, ଯୁବତୀ ମାନଙ୍କୁ ସ୍ଵ ନିରାପତ୍ତା କୌଶଳ ତାଲିମ, ତାପରେ ବରିଷ୍ଠ ନାଗରିକ ମାନଙ୍କୁ ସୁସ୍ଥ ରହିବାର କଳା  ଶିଖାଇବା ପରେ ଅଂଟା ଏବେ  ଗଜପତି ଏସପି ସାରା ଶର୍ମାଙ୍କ ପୁଣି ଏକ ଅଭିନବ ପଦକ୍ଷେପି ନେଇଛନ୍ତି । ସମାଜରେ ଏକ ଭିନ୍ନ ଦୃଷ୍ଟିରେ ଚଳି ଆସୁଥିବା କିନ୍ନର ତାଠାରେ  ଲୋକଙ୍କ  ହୀନମନ୍ୟତା, ଟାହିଟାପରା ତଥା ନାକ ଟେକାର ଶରବ୍ୟ ହୋଇ ବଂଚୁଥିବା କିନ୍ନର ମାନଙ୍କୁ ରୋଜଗାର କ୍ଷମ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ମୁଖ୍ୟ ଚିକିତ୍ସାଳୟ ନିକଟରେ ଖୋଲିଛନ୍ତି ସୁରଭି ଓମଫେଡ ପାର୍ଲର। ଆଉ ତାଙ୍କ ଗତ କିଛି ଦିନର  ନିଜ କାର୍ଯ୍ୟ କଳାପ ଭିତରେ ଏସପି ସାରା ଶର୍ମା ପ୍ରମାଣିତ କରିଦେଇଛନ୍ତି ପୋଲିସ ଲୋକଙ୍କ ବି ବନ୍ଧୁ ହୋଇପାରେ |  ପୋଲିସ କେବଳ ନାଲି ଆଖି ଆଉ ରୋଲ ବାଡ଼ିର ଭୟ ଦେଖାଇବା ପାଇଁ ନୁହେଁ, ଇଛାଶକ୍ତି  ଥିଲେ ସମାଜ ସୁଧାର କାମରେ ନିଜକୁ ନିୟୋଜିତ କରିପାରିବ ଆଉ ଲୋକଙ୍କ ବନ୍ଧୁ ହୋଇ ପାରିବ | ବାସ୍ତବରେ ଗଜପତି ଏସପିଙ୍କ କାର୍ଯ୍ୟକଳାପ ଦେଖି ଅନ୍ୟ ଜିଲ୍ଲା ଏସପି ମାନେ ପ୍ରେରିତ ହେଉଥିବେ କି ଇର୍ଷା କରୁଥିବେ ତାହା ଭିନ୍ନ କଥା, ହେଲେ ସେ ଗଜପତି ବାସୀଙ୍କ ପାଇଁ ପାଲଟି ଯାଇଛନ୍ତି ଜଣେ ଦରଦୀ ବନ୍ଧୁ | ମାନେ ତାଙ୍କ କଥା କହିବାକୁ ପିଲା ଦିନର ଗୋଟାଏ ବିଜ୍ଞାପନ ମାନେ ପଡିଯାଉଛି ଓନିଡା ଟିଭିର " ନେଇବର୍ସ ଏନଭି , ଓନର୍ସ ପ୍ରାଇଡ" | 

ଏହି ସୁରଭି ଓମଫେଡ ପାର୍ଲରକୁ ପାରଳା ବିଧାୟକ କେ.ନାରାୟଣ ରାଓ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାର ଶର୍ମା ମିଳିତ ଭାବେ ଉଦ୍ ଘାଟନ କରିଥିଲେ।  ଏସପି ସାରା ଶର୍ମାଙ୍କ ପରତ୍ସାହନରେ କିଛି ବାଦାନ୍ୟ ବ୍ୟକ୍ତି ଏଥିପାଇଁ ଅନୁଦାନ ପ୍ରଦାନ କରିଛନ୍ତି।

ଏହି ଅବସରରେ ଏସ୍ ପି ସାରା ଶର୍ମା ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ଆଠ ଜଣ କିନ୍ନର ଦିବାରାତ୍ର ପାର୍ଲରରେ ରହି ରୋଗୀ ତଥା ସମ୍ପର୍କୀୟଙ୍କୁ କ୍ଷୀର, ଦହି ତଥା ଓମଫେଡ ନିର୍ମିତ ସାମଗ୍ରୀ ବିକ୍ରୀ କରିବା ସହ ରୋଗୀଙ୍କୁ ଗରମ ପାଣି ଓ ସାହାଯ୍ୟ ସହଯୋଗ କରିବେ ବୋଲି କହିଛନ୍ତି। କିନ୍ନର ମାନଙ୍କ ସମସ୍ୟା ବୁଝି ସେମାନଙ୍କୁ ଭିକ୍ଷା ବୃତ୍ତି ଠାରୁ ନିବୃତ କରିବାକୁ ଏହିପରି ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ ସ୍ବାବଲମ୍ବୀ ଓ ସମ୍ମାନ ସହ ସମାଜରେ ବଞ୍ଚିବାକୁ ସହଯୋଗ କରିଥିବାରୁ କିନ୍ନର ମାନେ ଖୁସି ବ୍ୟକ୍ତ କରିଛନ୍ତି ବୋଲି କହିଥିଲେ। 

ଅପରପକ୍ଷରେ ପାରଳା ବିଧାୟକ ତାଙ୍କ ପାଣ୍ଠିରୁ ୩ଲକ୍ଷ, ଏବଂ ସାଂସଦ ତାଙ୍କ ପାଣ୍ଠିରୁ ୨ଲକ୍ଷ ଦେଇ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଯାହାକୁ ନେଇ ଆଗକୁ ବଢ଼ିବା ଲକ୍ଷ୍ୟ ରଖିଛନ୍ତି କିନ୍ନର। ଏଥିପାଇଁ ଏସପି ସାରା ଶର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି କିନ୍ନରମାନେ।

0
0
0
s2sdefault