ହେଡଲାଇନସ୍:

୨୬ତମ ରଘୁନାଥ କ୍ରିକେଟ ଟ୍ରଫି ୫ମ ଦିନ : ପ୍ରଥମ ସେମିଫାଇନାଲରେ ନୟାଗଡ଼ ୱାରିର୍ୟାର୍ସ ବିଜୟୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦ୍ଵିତୀୟ ସେମିରେ ଗୋଡିପଲ୍ଲିକୁ ଭେଟିବ ଆଙ୍ଗିସିଙ୍ଗି 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର)/: ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମ୍ ଠାରେ ଆୟୋଜିତ ୨୬ତମ ରଘୁନାଥ କ୍ରିକେଟ ଟ୍ରଫିି ୨୦୧୯/୨୦ ମ୍ୟାଚ୍ର ୫ମ ଦିନ ପ୍ରଥମ ସେମିଫାଇନାଲ ମ୍ୟାଚରେ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ (ଏ)କୁ ୧୦ରନରେ ହରାଇ ନୟାଗଡ଼ ୱାରିର୍ୟାର୍ସ   ଆଜି ବିଜୟ ହାସଲ କରିଛି । ଟସ୍ ଜିତି ନୟାଗଡ଼ ଓାରିୟସ୍ ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ନିସ୍ପତି ନେଇ ୧୯ ଓଭର ଖେଳି ୮ ଉଇକେଟରେ ୯୪ରନ ସଂଗ୍ରହ କରିଥିଲା । ଦଳର ନିଳ ୪୫ ବଲରେ ୩୩ରନ୍ ସଂଗ୍ରହ କରିଥିବା ବେଳେ କାହ୍ନା ୪ ଓଭରରେ ୬ ରନ ଦେଇ   ୪ ଉଇକେଟ୍ ହାସଲ କରି ଦଳକୁ ମଜଭୁତ୍ ସ୍ଥିତିରେ ପହଁଚାଇ ଥିଲେ । ୨ୟ ଇନିଙ୍ଗସ୍ ରେ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ (ଏ)ଦଳ ମ୍ୟାଚ୍ ଜିତିବା ପାଇଁ ସଙ୍ଘର୍ଷ କରି ୧୯.୪ ଓଭରରେ ସମସ୍ତ ଉଇକେଟ ହରାଇ ୮୪ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲେ । ୫ମ ଦିନ ମ୍ୟାଚରେ  ଆଜୀବନ ତଥା ବରିଷ୍ଠ  ସଦସ୍ୟ ପ୍ରକାଶ କୁମାର ମିଶ୍ର, ଭୂବନେଶ୍ୱର ଡାକୁଆ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କ ସହିତ କରମର୍ଦନ କରି ଉତ୍ସାହିତ  କରିଥିଲେ । ଏମ୍.ଡି.ଆକବର, ବିଜୟ ନାୟକ, ମିଥୂନ ପାଣିଗ୍ରାହୀ,ଚିତ୍ତରଞ୍ଜନ ପଟ୍ଟନାୟକ, ଚିତ୍ତରଞ୍ଜନ ଦାଶ, ସୁଶାନ୍ତ  କୁମାର ପାତ୍ର ପ୍ରମୁଖ ମ୍ୟାଚ୍ ପରିଚାଳନା କରିଥିବା ବେଳେ ରଘୁନାଥ କ୍ରିକେଟ ଆସୋସିଏସନର ପ୍ରତିଷ୍ଠାତା ସମ୍ପାଦକ ଦିବାକର ନାୟକ ଖେଳାଳିଙ୍କୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।  ୨ୟ ସେମିଫାଇନାଲ ମ୍ୟାଚ୍ ଇଗଲ କ୍ଳବ ଗୋଡିପଲ୍ଲୀ ଓ ଆଙ୍ଗିସିଙ୍ଗି ମଧ୍ୟରେ ଅନୁଷ୍ଠିତ  ହେବ । 

0
0
0
s2sdefault