ହେଡଲାଇନସ୍:

ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବୁଲିକୁ ନରସିଂହଙ୍କୁ ମିଳିନି ନିମନ୍ତ୍ରଣ : ହେଲେ କାର୍ଡରେ ଛପିଛି ନାଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Image result for narasingha mishra

ବଲାଙ୍ଗୀର( ନିରୋଜ ମିଶ୍ର):  ରାଜେନ୍ଦ୍ର ମହାବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବକୁ ସ୍ଥାନୀୟ ବିଧାୟକଙ୍କୁ ଡକାଯାଇନି ବୋଲି ଅଭିଯୋଗ କରିଛନ୍ତି  ନିଜେ ବିଧାୟକ ଶ୍ରୀ ନରସିଂହ ମିଶ୍ର । ଆଜି ଏକ ସାମ୍ବାଦିକ ସମ୍ମିଳନିରେ ଏହି ଅଭିଯୋଗ ଆଣିଛନ୍ତି । ସୂଚନାଯୋଗ୍ୟ ଯେ,  ଏହାକୁ ଉପ ରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ ଉଦ୍ଘାଟନ କରିବାକୁ ଥିବା ବେଳେ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ , ସ୍ଥାନୀୟ ସାଂସଦ ସଙ୍ଗୀତା ସିଂଦେଓ ଓ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଯୋଗ ଦେବେ ବୋଲି ବଣ୍ଟା ଯାଇଥିବା ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ରହିଛି । ପ୍ରୋଟକଲ ଅନୁଯାୟୀ , ଏହି ଉତ୍ସବରେ ଶ୍ରୀ ମିଶ୍ର ଯୋଗଦେବାର ପ୍ରାବଧାନ ରହିଛି ।  କାର୍ଡ ରେ ବି ତାଙ୍କ ନାଁ ଛପା ହୋଇଛି । ହେଲେ ଖାଲି  ନା ଛାପିଦେଲେ ତ ହେବନି, ଆୟୋଜକ କମିଟି ବିଧିବଦ୍ଧ ଭାବେ ନିମନ୍ତ୍ରଣ କରିବା କଥା  । ତେଣୁ ସେ ଜୁବୁଲି କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବରେ ସେ ଯୋଗଦେବେ ନାହିଁ ବୋଲି କହିଛନ୍ତି । କିନ୍ତୁ ଜୁବୁଲି କାର୍ଯ୍ୟକ୍ରମକୁ ସେ ପୂର୍ଣ୍ଣ ରୂପରେ ସମର୍ଥନ କରୁଥିବା ଘୋଷଣା କରିଛନ୍ତି । ଏହା ସହିତ ବରକାନିରେ ଲୋକାର୍ପିତ ହେବାକୁ ଥିବା ବିପିସିଏଲ ବୋଟଲିଂ ପ୍ଲାଣ୍ଟ କାର୍ଯ୍ୟକ୍ରମରେ ସେ ଯୋଗଦେବେ ବୋଲି କହିଛନ୍ତି ଶ୍ରୀ ମିଶ୍ର । କିଛି ମୁଷ୍ଟିମେୟ ବ୍ୟକ୍ତି ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମକୁ ମନ ଇଛା ପରିଚାଳନା କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ବିଧାୟକ ଶ୍ରୀ ମିଶ୍ରଙ୍କ ସମର୍ଥକ । ଏହି ସାଂବାଦିକ ସମ୍ମିଳନୀରେ  ବରିଷ୍ଠ କଂଗ୍ରେସ ନେତା ଅସୀମ ପଟ୍ଟନାୟକ , ଡା.ସୁଧିର ପରିଛା , ରାଜେନ୍ଦ୍ର ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ପିସିସି ସଭ୍ୟ ମନୀଷ ମିଶ୍ର ଓ ନାରୀନେତ୍ରୀ ମୌତ୍ରୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

0
0
0
s2sdefault