ହେଡଲାଇନସ୍:

ମାଁ ବନଦୁର୍ଗା କ୍ରିକେଟ କ୍ଳବ ଟୁସର ପକ୍ଷରୁ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

(ଆଠମଲ୍ଲିକ /ସନ୍ତୋଷ ମେହେର): ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଟୁସର ପଞ୍ଚାୟତ ଖେଳ ପଡିଆଠାରେ ମାଁ ବନଦୁର୍ଗା କ୍ରିକେଟକ୍ଳବ ପକ୍ଷରୁ  କ୍ରିକେଟ ଟୁର୍ନାମେଣ୍ଟ ତା. 25/12/2019ରିଖ ଦିନ ଉଦଘାଟନ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଟୁସର ସରପଞ୍ଚ ସତ୍ୟପ୍ରିୟା କର୍ମୀ ଏହି ଟୁର୍ନାମେଣ୍ଟର ଉଦଘାଟନ କରିଥିଲେ I  ପ୍ରଥମ ଦିନରେ କାଦପଡ଼ା ଓ ସଂଜାମୁରା ମଧ୍ୟରେ ମ୍ୟାଚ  ଆରମ୍ଭ ହୋଇଥିଲା I ଏହି ମ୍ୟାଚରେ କାଦପଡା-ସଞ୍ଜାମୁରା କୁ ୧୫ ଓଭରରେ ୯୫ରନ୍ ର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ତାହାକୁ ସଞ୍ଜାମୁରା ସହଜରେ ୧୧ ଓଭର୍ ରେ ଜିତିନେଇଥିଲା I ଏହି ଟୁର୍ନାମେଣ୍ଟକୁ ମାଁ ବନଦୁର୍ଗା କ୍ରିକେଟ କ୍ଳବ ତରଫରୁ ସୁନୀଲ, ବାବୁ, ମଣ୍ଟୁ, ସୁଶାନ୍ତ, ବାପି, ପିଣ୍ଟୁ, ବୁଲୁ, କାଳିଆ, ହରି, ତପନ, ରାକେଶ, ଦୁର୍ଯ୍ୟୋଧନ, ସିଲୁ, ଚିକୁ ଆଦି ଆୟୋଜିତ କରିଥିଲେ I

0
0
0
s2sdefault