ହେଡଲାଇନସ୍:

ବିଭିନ୍ନ ଯୋଜନାର ସୁଫଳ ଯେପରି ଚାଷୀଙ୍କ ପାଖରେ ପହଂଚିବ ତାହାକୁ ନିଶ୍ଚିତ କରିବାକୁ ପଡ଼ିବ : ଅରୁଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୫"ଟି' ଓ "ମୋ ସରକାର' ସଂପର୍କିତ ଦକ୍ଷତା ବିକାଶ କର୍ମଶାଳା

 "କୃଷକଙ୍କ ବିକାଶରେ ରାଜ୍ୟର ଅର୍ଥନୀତି ଓ ସାମାଜିକ ବିକାଶ ଜଡ଼ିତ | ଚାଷୀମାନଙ୍କର ପରିଶ୍ରମର ଫଳ ଆମେ ଭୋଗ କରୁଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ସହିତ ଚାଷର ଉନ୍ନତି ନିମନ୍ତେ ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବା ଆବଶ୍ୟକା କୃଷି ଏବଂ କୃଷକଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର ପ୍ରଣୟନ କରିଥିବା ଯୋଜନାର ସୁଫଳ ଯେପରି ସିଧାସଳଖ ପହଂଚିପାରିବ ତାହାକୁ ନିଶ୍ଚିତ କରିବାକୁ ପଡ଼ିବା"

ଭୁବନେଶ୍ୱର,(ଶାସକ ପ୍ରଶାସକ) :୫"ଟି'କୁ ସର୍ବାନ୍ତକରଣରେ କାର୍ଯ୍ୟକାରୀ କରି ସାଧାରଣ ଜନତାଙ୍କ ପାଇଁ ଏକ ବିଶ୍ୱସ୍ତ ଓ ଉତ୍ତରଦାୟୀ "ମୋ ସରକାର' ସୃଷ୍ଟି କରିବା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଲକ୍ଷ୍ୟା କୃଷକଙ୍କ ବିକାଶରେ ରାଜ୍ୟର ଅର୍ଥନୀତି ଓ ସାମାଜିକ ବିକାଶ ଜଡ଼ିତା ଚାଷୀମାନଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ସଂପର୍କରେ ସଚେତନ କରି ସେମାନଙ୍କୁ ନୂତନ ଜ୍ଞାନକୌଶଳ ବ୍ୟବହାର ସଂପର୍କରେ ଉତ୍ସାହିତ କରିବାକୁ ପଡ଼ିବା ରାଜ୍ୟ ସରକାର ଚାଷୀମାନଙ୍କୁ ଆୟକୁ ଦ୍ୱିଗୁଣିତ କରିବା ଦିଗରେ ଅନେକଗୁଡିଏ ପଦକ୍ଷେପ ନେଇଥିବାବେଳେ ସେଗୁଡ଼ିକର ସଫଳ ରୂପାୟନ ନିମନ୍ତେ ୫ "ଟି'କୁ କଡ଼ାକଡ଼ି ପାଳନ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା

ରେଲ୍ ଅଡିଟୋରିୟମ ଠାରେ  କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଏହା ଅଧୀନରେ ଥିବା ସମସ୍ତ ନିର୍ଦ୍ଦେଶାଳୟ ଏବଂ ନିଗମଗୁଡ଼ିକର ଅଧିକାରୀ ଓ କର୍ମଚାରୀମାନଙ୍କର ୫"ଟି' ଓ "ମୋ ସରକାର' ସଂପର୍କିତ ଦକ୍ଷତା ବିକାଶ କର୍ମଶାଳାକୁ ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଯେ ଚାଷୀମାନଙ୍କର ପରିଶ୍ରମର ଫଳ ଆମେ ଭୋଗ କରୁଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ସହିତ ଚାଷର ଉନ୍ନତି ନିମନ୍ତେ ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବା ଆବଶ୍ୟକା କୃଷି ଏବଂ କୃଷକଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର ପ୍ରଣୟନ କରିଥିବା ଯୋଜନାର ସୁଫଳ ଯେପରି ସିଧାସଳଖ ପହଂଚିପାରିବ ତାହାକୁ ନିଶ୍ଚିତ କରିବାକୁ ପଡ଼ିବା ବିଗତ ଦୁଇଦଶନ୍ଧି ମଧ୍ୟରେ ରାଜ୍ୟ ବନ୍ୟା, ବାତ୍ୟା, ମରୁଡ଼ି, ରୋଗପୋକ ଆଦି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଏବଂ କୃଷକମାନଙ୍କ କଠିନ ପରିଶ୍ରମ ଫଳରେ ରାଜ୍ୟ କୃଷି ଉତ୍ପାଦନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ସହିତ ଚାଉଳ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟ ହୋଇପାରିଛିା ତେବେ ଚାଷ କାର୍ଯ୍ୟରେ ବିବିଧତା ଆଣି ଡାଲି, ତୈଳବୀଜ ଓ ଅର୍ଥକରୀ ଫସଲର ଉତ୍ପାଦନ ବୃଦ୍ଧି କରିବାକୁ ପଡ଼ିବା ପରିବର୍ତ୍ତିତ ଜଳବାୟୁକୁ ଦୃଷ୍ଟିରେ ରଖି ଚାଷକାର୍ଯ୍ୟ କରିବା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ଦେଇଥିଲୋ ନୂଆ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ସହିତ କୃଷି ଅଭିବୃଦ୍ଧି ଏବଂ କୃଷକଙ୍କ ଆୟକୁ ନିଶ୍ଚିତ କରାଇବା ପାଇଁ କୃଷିନୀତି "ସମୃଦ୍ଧି' ୨୦୨୦ରୁ ଲାଗୁ କରାଯିବା ଏଥି ସହିତ "ମୋ ସରକାର' ପ୍ରବର୍ତ୍ତନ ଫଳରେ ବିଭାଗର କର୍ମଚାରୀମାନଙ୍କର ବୃତ୍ତିଗତ ଦକ୍ଷତା ବୃଦ୍ଧି ସହିତ କାର୍ଯ୍ୟଶୈଳିରେ ପାରଦର୍ଶିତା ଆସିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ

କର୍ମଶାଳାରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ନୂତନ କୃଷିନୀତିରେ ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା , ସଂରକ୍ଷଣ ସହ ତାହାକୁ ମୂଲ୍ୟଯୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ବିଭାଗ ତରଫରୁ ପ୍ରଣୟନ କରାଯାଉଥିବା ଯୋଜନାଗୁଡ଼ିକ କିପରି ଚାଷୀମାନଙ୍କ ନିକଟରେ ପହଞ୍ଚୀପାରିବ ସେ ଦିଗରେ ଅଧିକାରୀ ଓ କର୍ମଚାରୀମାନେ ତତ୍ପର ହେବା ପାଇଁ କହିଥିଲୋ କର୍ମଶାଳା ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର କର୍ମଶାଳାର ଆଭିମୁଖ୍ୟ ତଥା ୫"ଟି' ଓ "ମୋ ସରକାର' ସଂପର୍କରେ ଆଲୋକପାତ କରିଥିବାବେଳେ ଉଦ୍ୟାନକୃଷି ନିର୍ଦ୍ଦେଶକ  ଡ. ବିଜୟ କେତନ ଉପାଧ୍ୟାୟ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ପକ୍ଷରୁ ନିଆଯାଉଥି ବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲୋ ଏହି ଅବସରରେ ଶ୍ରୀ ଶ୍ରୀ ୟୁନିଭରସିଟିର ସଭାପତି ରଞ୍ଜିତା କୁଲକର୍ଣ୍ଣି କର୍ମସଂସ୍କୃତିର ଉନ୍ନତି ନିମନ୍ତେ କର୍ମଚାରୀମାନଙ୍କୁ ଉତ୍ପ୍ରେରିତ ହେବାକୁ ନିଜ ବକ୍ତବ୍ୟରେ କହିଥିଲୋ ଶେଷରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲୋ

ଏହି ଅବସରରେ କୃଷି ବିଭାଗର ଉପଦେଷ୍ଟା ଶ୍ରୀ କୃତ୍ତିବାସ ପାତ୍ର, ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଶ୍ରୀ ଈଶ୍ୱର  ପାଣିଗ୍ରାହୀ, ଆପିକଲ୍ର ଅଧ୍ୟକ୍ଷ ଶ୍ରୀ ପ୍ରଭାତ ଆଦିତ୍ୟ ମିଶ୍ର ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସଙ୍କ ସମେତ କୃଷି, ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶାଳୟ ତଥା ବିଭିନ୍ନ ନିଗମର ଭୁବନେଶ୍ୱରସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲୋ 

 

0
0
0
s2sdefault