ହେଡଲାଇନସ୍:

କନ୍ୟାଶ୍ରମ ବୁଲିଲେ ମନ୍ତ୍ରୀ : ଝିଅମାନଙ୍କୁ କହିଲେ "ଆମେ ତମ ଗ୍ରିଭାନ୍ସ ଶୁଣିବୁ, ଆମର ବି କଥା ତମେ ରଖିବ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦିନିକିଆ କଳାହାଣ୍ଡି ଗ୍ରସ୍ତ ରେ ଆଦିବାସୀ  କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା 

ଜୁନାଗଡ (ଆଦିତ୍ୟ ମହାନ୍ତି) ଓଡିଶା ସରକାରଙ୍କ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଜୁନାଗଡ ବ୍ଲକର ଗୋଲାମୁଣ୍ଡା. ଜୁନାଗଡ ଓ କୁରୁଗୁଡା ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଗୋଲାମୁଣ୍ଡା ରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅପଗ୍ରେଡେସନ ପାଇଁ ଗ୍ରାମବାସୀ ଦାବି କରିଥିବା ବେଳେ ମନ୍ତ୍ରୀ ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ | ସେହିଭଳି ଜୁନାଗଡ ସହର ମଧ୍ୟରେ ଥିବା ସରକାରୀ ବାଳିକା ଆବାସିକ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନେ ଅନ୍ତେବାସୀ ମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ । ମନ୍ତ୍ରୀ ଶ୍ରୀ ସରକ ଝିଅମାନଙ୍କୁ  "ଆମେ ତମ ଗ୍ରିଭାନ୍ସ ଶୁଣିବୁ, ଆମର ବି କଥା ତମେ ରଖିବ" କହି ସେମାନଙ୍କୁ ଭଲ ପାଠ ପଢି ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ |

 ସମସ୍ତ ଅସୁବିଧା ଯେଭଳି କମ ସମୟ ମଧ୍ୟରେ ସମାଧାନ ହୋଇ ପାରିବ ସେଥିପ୍ରତି ଯତ୍ନବାନ ହେବାକୁ ମନ୍ତ୍ରୀ ଶ୍ରୀ ସାରକା ନିର୍ଦ୍ଦେଶ ଦେଇଥିଲେ  । ଅନ୍ୟ ପକ୍ଷରେ ଚଳିତ ବର୍ଷ ସମସ୍ତ ଛାତ୍ରୀ ଦଶମରେ ଶତ  ପ୍ରତିଶତ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ପାଇଁ କହିଥିଲେ. ଏହି ଗ୍ରସ୍ତ ରେ କଳାହାଣ୍ଡି ବିଜୁ ଯୁବ ଜନତା ଦଳ ର ସଭାପତି ଆଦିତ୍ୟ ନନ୍ଦ. ଦିନେଶ ବଗର୍ତ୍ତୀ ଭିଷ୍ମ ଦୀପ ପ୍ରମୁଖ ଉପସ୍ଥିତ ଥିଲେ.

 

 

0
0
0
s2sdefault