ହେଡଲାଇନସ୍:

୧୧ ତମ କୁଶପାଣି ସାହୁ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ସେମିଫାଇନାଲରେ ବାଗବର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର କଲମପୁର ମହାନଦୀ ଖେଳ ପଡିଆରେ ଅନୁଷ୍ଠିତ ୧୧ ତମ କୁଶପାଣି ସାହୁ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଆଜି ତୃତୀୟା ଦିବସରେ ପ୍ରବେଶ କରିଛି । ଆଜି ମୁଖ୍ୟ ଅତିଥି ଭାବେ ବାଣିଜ୍ଯ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା,  ସମ୍ମାନୀୟ ଅତିଥି ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜୀତ୍ କୁମାର ରଥ, ସମାଜ ସେବୀ ପ୍ରିୟବ୍ରତ ସାହୁ ପ୍ରମୁଖ ଅତିଥି ଯୋଗ ଦେଇ ମ୍ୟାଚ ଶୁଭାରମ୍ଭ କରିଥିଲେ । ପ୍ରଥମ ମ୍ୟାଚ ବୌଦ୍ଧ ଓ ବାଗବର ସହ ଖେଳ ଅନୁଷ୍ଠିତ ହୋଇଥିଲା । ବାଗବର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୧୦ ଓଭରରେ ୫ ଟି ଉଇକେଟ ବିନିମୟରେ ୧୦୪ ରନ ସଂଗ୍ରହ କରିଥିଲା । ବୌଦ୍ଧ ଦଲ ନିର୍ଦ୍ଦାରିତ ୧୦ ଓଭରରେ ୮ ଉଇକେଟ ବିନିମୟରେ ୮୫ ରନ ସଂଗ୍ରହ କରି ୧୯ ରନ ପରାସ୍ତ ହୋଇଥିଲା ।ଦ୍ବିତୀୟର ମ୍ୟାଚ ରେ ବୀରମହାରାଜପୁର ଓ କେନ୍ଦୁପାଲି ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ କେନ୍ଦୁପାଲି ପ୍ରଥମେ ବ୍ୟାଟିଂ କରି ୭.୫ ବଳରେ ସମସ୍ତ ଉଇକେଟ ହରାଇ ୪୯ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବୀରମହାରାଜପୁର ଦଳ ୪.୨ ବଳରେ ଗୋଟିଏ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି କେନ୍ଦୁପାଲି ଦଳକୁ ପରାସ୍ତ କରିଥିଲା । କ୍ୱାଟର ଫାଇନାଲରେ ବୀରମହାରାଜପୁର ଓ ବାଗବର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ବୀରମହାରାଜପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୮ ଓଭରରେ ୪ ଟି ଉଇକେଟ ବିନିମୟରେ ୫୬ ରନ ସଂଗ୍ରହ କରିଥିଲା । ସେହିପରି ବାଗବର ଦଳ ୪ ଓଭରରେ ଗୋଟିଏ ଉଇକେଟ ହରାଇ ମ୍ୟାଚ ଟିକୁ ବିଜୟ ଲାଭ କରିଥିଲେ ଓ ସେମିଫାଇନାଲରେ ପ୍ରବେଶ କରିଥିଲେ । ବାଗବର ଦଳ ର ପୁମା ୧୪ ଟି  ବଳରେ ୩୭ ରନ କରିଥିଲେ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ମନ୍ତ୍ରୀ ଦ୍ବାରା ପୁରସ୍କୃତ କରାଯାଇଥିଲା । ରାଜେନ୍ଦ୍ର ଜଗତ, ଉଗ୍ରେସନ ମେହେର ଖେଳ ପରିଚାଳନାରେ କରିଥିବା ବେଳେ ସ୍କୋରରେ ବସନ୍ତ ମେହର ଏବଂ ବିଶ୍ବ ରଂଜନ ସାହୁ, ହେମନ୍ତ ବିଶ୍ବାଲ ଧାରାବିବରଣୀ ପ୍ରସାରଣ କରିଥିଲେ । ଲାଭବାନ ମେହର,  ହିମାଂଶୁ ଶେଖର ଖମାରି, ସୁଶାନ୍ତ ଭୋଇ,ପ୍ରକାଶ ଲୁହା, ସତ୍ଯମ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault