ହେଡଲାଇନସ୍:

ଚେକ ବୁକ ଇସ୍ୟୁ ହୋଇନି, ହେଲେ ଚେକରେ ଗାଏବ 10 ଲକ୍ଷ : ସନ୍ଦେହରେ ଷ୍ଟେଟବ୍ୟାଙ୍କର ଭୂମିକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • -ଅବସରପ୍ରାପ୍ତ ସରକାରୀ ର୍କମଚାରୀଙ୍କ ଷ୍ଟେଟ ବ୍ୟାଙ୍କ୍‌ ଖାତାରୁ ୧୦ ଲକ୍ଷ ଟଙ୍କା ଗାଏବ
  • -ବିନା ଇନକ୍ବାରିରେ କେମିତି ବ୍ୟାଙ୍କ ଦେଇଦେଲା ଏତେ ଟଙ୍କା
  • -ଚେକ ବୁକ ବ୍ୟାଙ୍କ ଇସ୍ୟୁ କରିନଥିବା ବେଳେ କେମିତି ଚେକରେ ଉଠିଲା  
  • ପୋଲିସର ଦ୍ବରସ୍ଥ ହେଲେ ଅବସରପ୍ରାପ୍ତ ମହିଳା କର୍ମଚାରୀ

ବାରିପଦା,(ଦିଲ୍ଲୀପ ମହାନ୍ତି ): ବ୍ୟାଙ୍କ୍‌ରୁ ପାଇନଥିଲେ ଚେକବୁକ୍‌। ମାତ୍ର ଚେକ୍‌ ଜରିଆରେ ଆକାଉଣ୍ଟ୍‌ରୁ ଉଠାଯାଇଛି ୧୦ଲକ୍ଷ ଟଙ୍କା। ଏଭଳି ଠକାମୀର ଶିକାର ହୋଇ ବାରିପଦା ଟାଉନ୍‌ ଥାନାର ଦ୍ବାରସ୍ଥ ହୋଇଛନ୍ତି ଜଣେ ଅବସରପ୍ରାପ୍ତ ମହିଳା ସରକାରୀ କର୍ମଚାରୀ ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ  ୱାର୍ଡ ନଂ-୨୦ରେ ବାସ କରୁଥିବା  ଶାନ୍ତି ମୁଖୀ(୬୩) ସ୍ଥାନୀୟ ତକତପୁର ଏସ୍‌ବିଆଇ ଶାଖାରେ ନିଜର ଆକାଉଣ୍ଟ୍‌ ଜରିଆରେ ପେନ୍‌ସନ ଅର୍ଥ ଗ୍ରହଣ କରିଥାଆନ୍ତି। ଅବସରପରେ ମିଳିଥିବା ଅର୍ଥକୁ ସେ ଉକ୍ତ ଶାଖାରେ ଥିବା ୩୦-------୪୫ ଆକାଉଣ୍ଟ୍‌ ନମ୍ବରରେ ଜମା ରଖିଥିଲେ। ଉକ୍ତ ଅର୍ଥରୁ ମିଳୁଥିବା ସୁଧରେ ସେ ନିଜର ପ୍ରତିପୋଷଣ କରନ୍ତି। ମାତ୍ର ଚଳିତ ମାସ ୧୦ରେ ନିଜର ବ୍ୟାଙ୍କ୍‌ ଖାତାକୁ ଅପଡେଟ୍‌ କରି ପ୍ରିଣ୍ଟ୍‌ କରିବାରୁ ସେଥିରୁ ଚଳିତ ବର୍ଷ ଜୁନ୍‌ ୧୨ରେ ଏକ ଚେକ୍‌ ଜରିଆରେ ୧୦ଲକ୍ଷ ଟଙ୍କା ଉଠାଣ ହୋଇଥିବା ଦେଖିବାକୁ ପାଇଥିଲେ।  ମୋରଡ଼ା ବ୍ଲକ୍‌ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଗତ ବର୍ଷକ ତଳ‌େ ଅବସର ନେଇଥିବା ଶ୍ରୀମତୀ ମୁଖୀ ତକତପୁର ଏସ୍‌ବିଆଇ ଶାଖାରୁ ପ୍ରତି ମାସ ପେନସନ୍‌ ବାବଦରେ ୧୦ ହଜାର ଟଙ୍କା ପାଉଥିଲେ । ଚଳିତ ମାସ ପ୍ରଥମ ସପ୍ତାହରେ ସେ ତାଙ୍କ ଆକାଉଣ୍ଟ୍‌ରୁ ୧୦ହଜାର ଟଙ୍କା ଉଠାଇଥିଲେ । ମାତ୍ର ଏହାପରେ ତାଙ୍କ ଖାତାରେ ଜମା ୪ଲକ୍ଷ ଟଙ୍କା  ଥିବା ଜାଣିବାକୁ ପାଇଥିଲେ I ମାତ୍ର ତାଙ୍କ ହିସାବ ଅନୁସାରେ ତାଙ୍କ ଖାତାରେ ୧୪ଲକ୍ଷ ଟଙ୍କା ରହିବା କଥା। ତେଣୁ ଏନେଇ ସେ ଖୋଳତାଡ଼ କରିବାରୁ ତାଙ୍କ ଖାତାରୁ ଠକାମୀ ହୋଇ ୧୦ ଲକ୍ଷ ଟଙ୍କା ଗାଏବ ହୋଇଥିବା ଜଣପଡ଼ିଥିଲା। ଶାନ୍ତିଲତାଙ୍କ ଦସ୍ତଖତକୁ ଜାଲ୍‌ କରି କେହି ଚେକ୍‌ ମାଧ୍ୟମରେ ଟଙ୍କା ଉଠାଇଥିବା ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

ତେବେ ବ୍ୟାଙ୍କ୍‌ରୁ ଆଦୌ ଚେକ୍‌ବୁକ ନେଇନଥିବା ଶ୍ରୀମତୀ ମୁଖୀଙ୍କ ଆକାଉଣ୍ଟ୍‌ରୁ ୧୦ଲକ୍ଷ ଟଙ୍କା ଚେକ୍‌ରେ ଉଠାଣ ହୋଇଥିବା ବ୍ୟାଙ୍କ କର୍ମଚାରୀଙ୍କ ସହଯୋଗରେ କେହି ଦୁବୃର୍ତ୍ତ କରିଥିବା ସେ ଅଭିଯୋଗ କରିଛନ୍ତି।  ଏନେଇ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି ଶ୍ରୀମତୀ ମୁଖୀ ଅଭିଯୋଗ କରିଛନ୍ତି। ବ୍ୟାଙ୍କ୍‌ର ସିସିଟିଭି ଯାଞ୍ଚ ସହିତ ଏନେଇ ତଦନ୍ତ ପରେ ଏବିଷୟରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ତକତପୁର ଶାଖା ଏସ୍‌ବିଆଇ ଚିଫ୍‌ ମ୍ୟାନେଜର୍‌  ଉମଶେ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ତେବେ ଏସ୍‌ବିଆଇ ଭଳି ଏକ ନିର୍ଭରଯୋଗ୍ୟ ବ୍ୟାଙ୍କ୍‌ରୁ ବିନା କୌଣସି କାଗଜପତ୍ର ଯାଞ୍ଚ କିମ୍ବା ତଥ୍ୟ ‌ପରୀକ୍ଷା ନକରି ଏପରି ଢଙ୍ଗରେ ଟଙ୍କା ଦେଇଦେବାକୁ ବିରୋଧ କରିଛନ୍ତି ଶ୍ରୀମତୀ ମୁଖୀଙ୍କ ପୁଅ। ଏନେଇ ବାରିପଦା ଟାଉନ୍‌ ଥାନାରେ ଶ୍ରୀମତୀ ମୁଖୀ ଅଭିଯୋଗ କରିଛନ୍ତି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋ‌ଷୀ ବିରୋଧରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଠକାମୀର ଶିକାର ଅବସରପ୍ରାପ୍ତ କର୍ମଚାରୀ।

0
0
0
s2sdefault