ହେଡଲାଇନସ୍:

ବ୍ଲକ ପ୍ରଶାସନ କାଲା ନା କଣା : କାମ କଲେ ଗାଁ ଲୋକ, ମଜୁରୀ ଖାଇଲେ ଆଉ କିଏ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସିନାପାଲିରୁ ନିରାକାର ମେହେର-ସରକାର ଗରିବ ନିରୀହ ଲୋକଙ୍କ ପାଇଁ ମନରେଗା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ଯୋଜନାରୁ ବାଦ ପଡିଛନ୍ତି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଶାଳେକେଲା ଗ୍ରାମବାସି | ଏହି ଗାଁ ରେ କିଛି ଲୋକ ଜମି ମରାମତି କରିଥିଲେ ହେଲେ 3ବର୍ଷ ବିତି ଯାଇଥିଲେ ମଧ୍ୟ ମନରେଗା ଟଙ୍କା ପାଇଁ ନ ଥିବା ଅଭିଯୋଗ ହୋଇଛି  | ଏହି ଗାଁ ରେ 53 ଜଣ ଖଟିଖିଆ ଲୋକେ ଜମି ମରାମତି କାମ କରିଥିଲେ  | କାମ କରିଥିବା ଲୋକଙ୍କ ବଦଲରେ କାମ ନ କରିଥିବା ଲୋକଙ୍କୁ ଟଙ୍କା ପ୍ରାପ୍ତ ହେଇଛି | ହେଲେ ଏହି ଗାଁ ର ଲୋକେ ବାରମ୍ବାର ପଂଚାୟତ ଓ ବ୍ଲକ ଦ୍ୱାରସ୍ଥ  ହଉଥିଲେ ମଧ୍ୟ ଏମାନଂକ କଥା ଶୁଣିବାକୁ ନାରାଜ | ଗରିବ ଲୋକଙ୍କୁ କାମ ଯୋଗାଇବା ପାଇଁ ସରକାର ଆରମ୍ବ କରିଥିଲେ ମନରେଗା ଯୋଜନା | ଏହି ଯୋଜନାରେ ଆସୁଥିବା ଟଙ୍କା ସରକାରୀ ବାବୁ ଆତ୍ମସାତ କରୁଥିବା ଅଭିଯୋଗ କରିଛନ୍ତି ଏହି ଗାଁ ଲୋକେ | ଯଥା ଶୀଘ୍ର ଟଙ୍କା ନ ପାଇଲେ ପଂଚାୟତ ଅଫିସକୁ ତାଲା ଦେଇ ଦେବୁବୋଲି ଲୋକେ କହୁଥିଲେ | ଏହିଁ ଗରିବ ଲୋକ ଙ୍କ ମନରେଗା ଟଙ୍କା କେମିତି ପାଇବେ ତାକୁ ନେଇ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପଦକ୍ଷେପ ନେବା ଜରୁରୀ ହୋଇଛି ପଡୁଛି | 

0
0
0
s2sdefault