ହେଡଲାଇନସ୍:

ଆସନ୍ତା ଡିସେମ୍ବର ୧୫ ତାରିଖରେ ଗୁରୁ ସମ୍ବର୍ଦ୍ଧନା ଓ ବନ୍ଧୁ ମିଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ୧୬୩ ବର୍ଷ ଅତିକ୍ରାନ୍ତ ହୋଇଥିବା  ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପୁୁରାତନ ଛାତ୍ର ସଂସଦ ଆନୁକୂଲ୍ୟେ ଆସନ୍ତା ଡିସେମ୍ବର ୧୫ ତାରିଖ ଦିନ ଗୁରୁ ସମ୍ବର୍ଦ୍ଧନା ଓ  ୪୦୦ ଜଣ ପୁରାତନ ଛାତ୍ର ଯେଉଁ ମାନେ ଏହି ବିଦ୍ୟାଳୟରେ ପାଠପଢି ବିଭିନ୍ନ କ୍ଷେତ୍ରରେ ଅବସ୍ଥାପିତ ହୋଇଛନ୍ତି ସେମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ୮୫  ବର୍ଷରୁ ଅଧିକ ଏହି ବିଦ୍ୟାଳୟରେ ପାଠପଢି ଥିବା ପୂରାତନ ଛାତ୍ର ଏବଂ ଏଠାରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ୫୦ରୁ ଜଣରୁ ଉର୍ଦ୍ଧ୍ବ ଶିକ୍ଷକଙ୍କୁ  ସମ୍ବର୍ଦ୍ଧିତ କରାଯିବ ବୋଲି  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରାତନ ଛାତ୍ର ସଂସଦ ସଭାପତି ବସନ୍ତ ଦାସ ସୂଚନା ଦେଇଛନ୍ତି। 

    ବିଦ୍ୟାଳୟରେ ପାରଳା ମହାରାଜାଙ୍କ ଅମଳରୁ ଯେଉଁ ପୁରାତନ ବଡ ଘଣ୍ଟା ଲାଗିଥିଲା ତାକୁ ପରିବର୍ତ୍ତନ କରାଯାଇ  ସେହି ସ୍ଥାନରେ ଛାତ୍ର ସଂସଦ ପକ୍ଷରୁ ୨ ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ ଘଣ୍ଟା ଲଗାଯାଇଛି ତାହା ସେହି ଦିନ ଉଦ୍ ଘାଟନ କରାଯିବ ବୋଲି ସଂସଦ ପକ୍ଷରୁ କୁହାଯାଇଛି।

     ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ରାଜଜେମା ସୁଶ୍ରୀ କଲ୍ୟାଣୀ ଗଜପତି , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି  ବୋଲି ସଂସଦ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂସଦର ପୂର୍ବତନ ସମ୍ପାଦକ ଶ୍ରୀ ରମେଶ ଚୌଧୁରୀ , କେ. ରାମସ୍ଵାମୀ , ରାଜେନ୍ଦ୍ର ବେହେରା , ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

 

 

 

 

 

 

 

0
0
0
s2sdefault