ହେଡଲାଇନସ୍:

ରାଜ୍ୟରେ ଖୋଲିବ  ଆଉ ୪ଟି ଫାମିଲି କୋର୍ଟ : ପ୍ରତାପ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ)ରାଜ୍ୟରେ ଆଉ ଚାରୋଟି ଫାମିଲି  କୋର୍ଟ( ପରିବାର ଅଦାଲତ) ଖୋଲିବ | ଯେଉଁ ସ୍ଥାନରେ ସେହି ଫାମିଲି କୋର୍ଟ ଖୋଲିବ ସେଗୁଡିକ ହେଲା ଅନୁଗୋଳ, ରାୟଗଡା, ବୌଦ୍ଧ ଓ ଜଗତସିଂହପୁର | ଚଳିତ ଆର୍ଥିକ ବର୍ଷରେ ସେହି ଅଦାଲତ ଗୁଡିକ କାର୍ଯ୍ୟକ୍ଷମ ହେବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି | 

ସୂଚନାଯୋଗ୍ୟ ଯେ ମହିଳା ଓ ଶିଶୁ ନିର୍ଯ୍ୟାତନା ମାମଲାର ତ୍ୱରିତ ବିଚାର ପାଇଁ ରାଜ୍ୟରେ ଖୁବ୍‍ଶୀଘ୍ର ୪୫ଟି ଫାଷ୍ଟଟ୍ରାକ କୋର୍ଟ କାର୍ଯ୍ୟକାରୀ ହେବ । ଏଥିରୁ ୨୧ଟି କୋର୍ଟ ସ୍ୱତନ୍ତ୍ର ଭାବେ ମହିଳାଙ୍କୁ ଧର୍ଷଣ ଓ ଯୌନ ନିର୍ଯ୍ୟାତନା ମାମଲାର ବିଚାର କରିବ ବୋଲି ରାଜ୍ୟ ଆଇନ୍‍ ମନ୍ତ୍ରୀ ଶ୍ରୀ  ଜେନା ଗତକାଲି ସୂଚନା ଦେଇଥିଲେ  । 

ଶ୍ରୀ ଜେନା କହିଥିଲେ ଯେ ମହିଳା ସଂକ୍ରାନ୍ତୀୟ ମାମଲାରେ ଲୋକଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଉପରେ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି । ତଦନୁଯାୟୀ ୪୫ଟି ଫାଷ୍ଟଟ୍ରାକ କୋର୍ଟ କାର୍ଯ୍ୟକରିବ । ଏଥି ମଧ୍ୟରୁ ୨୪ଟି କୋର୍ଟ ସ୍ୱତନ୍ତ୍ର ଭାବେ ପସ୍‍କୋ ମାମଲାର ବିଚାର କରିବ । ଏହାଦ୍ୱାରା ଶିଶୁମାନଙ୍କ କ୍ଷେତ୍ରରେ ଘଟୁଥିବା ନିର୍ଯ୍ୟାତନା ମାମଲାର ତ୍ୱରିତ ବିଚାର ହୋଇପାରିବ । ଏହି ୨୪ଟି କୋର୍ଟର ନିର୍ମାଣ କାର୍ଯ୍ୟ ସରିଥିବାବେଳେ ଖୁବ୍‍ଶୀଘ୍ର କାର୍ଯ୍ୟକ୍ଷମ ହେବବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିଭଳି ଓଡିଶା ଉଚ୍ଚ ନ୍ୟାୟାଳୟରେ ୧୪ଟି ବିଚାରପତି ପଦବୀ ଖାଲି ପଡିଥିବାବେଳେ ଏହା ପୂରଣ ହୋଇପାରିଲେ ନ୍ୟାୟ ଅପେକ୍ଷାରେ ଥିବା ମାମଲା ଗୁଡିକର ତ୍ୱରିତ ବିଚାରହୋଇପାରିବ । ତେବେ ୪୫ଟି ଫାଷ୍ଟଟ୍ରାକ କୋର୍ଟ କିଭଳି କାର୍ଯ୍ୟକାରୀ ହେବ ସେଥିପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଦକ୍ଷେ ନେଉଥିବା ମନ୍ତ୍ରୀ ସୂଚନା ଦେଇଥିଲେ  ।

 

 

0
0
0
s2sdefault