ହେଡଲାଇନସ୍:

ମତେ ଯେତେ ମାଠିବୁ ମାଠ : ୫ ଟି ଯାଇ ୭ ଟି ହେଲେ ବି....ଚରିତ୍ର ପରା !!!(See Video)

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ଼- 5ଟି ଯୋଜନା ମାଧ୍ୟମରେ ବର୍ତ୍ତମାନ ଓଡିଶା ସରକାର ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଉଚିତ ବ୍ୟବହାର ତଥା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଅଧିକାରୀ ଓ କର୍ମଚାରୀମାନଙ୍କୁ ବାରମ୍ବାର ତାଗିଦ କରି ଆସୁଛନ୍ତି । ତଥାପି ଡାକ୍ତରଖାନା କର୍ମଚାରୀଙ୍କ ନିଦ ଭାଙ୍ଗୁନି । ଜଣେ ପ୍ରସୂତି ମହିଳାଙ୍କ ପ୍ରତି ନର୍ସ ଦିଦିଙ୍କ ଦୁର୍ବ୍ୟବହାର ଭଳି ଏକ ଅମାନବୀୟ ଘଟଣା ପୁଣି ଥରେ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ।

ଗତ 9 ତାରିଖ ସୋମବାର ରାତିରେ ପାଇକମାଲ ବ୍ଲକ ଟେମରି ଗ୍ରାମର ରଶ୍ମିତା ଘିବିଲା ପ୍ରସବ କଷ୍ଟ ହେବାରୁ ପଦ୍ମପୁର ଡାକ୍ତରଖାନାକୁ ଆସିଥିଲେ । ସେଠାରେ ନର୍ସ ତାଙ୍କୁ ଦେଖିବା ପରେ ପ୍ରସବ ହୋଇଯିବ ଏବଂ କିଛି ସମୟ ଅପେକ୍ଷା କରିବା ପାଇଁ ରଶ୍ମିତାଙ୍କ ସହ ଆସିଥିବା ଆଶାକର୍ମୀଙ୍କୁ କହିଥିଲେ । କିନ୍ତୁ ଘଣ୍ଟାଏ ପର୍ଯ୍ୟନ୍ତ କେହି ନ ଆସିବାରୁ ରଶ୍ମିତାଙ୍କ ପ୍ରସବ ବେଦନା ତୀବ୍ରତର ହୋଇଥିଲା । ଏହା ମଧ୍ୟରେ ଶିଶୁର ମୁଣ୍ଡ ବାହାରକୁ ଦେଖା ଦେବାରୁ ଆଶା କର୍ମୀ ସେଠାରେ ଦାୟିତ୍ବରେ ଥିବା ନର୍ସ ଜୟନ୍ତୀ ପଣ୍ଡାଙ୍କୁ ବାରମ୍ବାର ଡାକିଥିଲେ ମଧ୍ୟ ସେ ଆସିବା ପରିବର୍ତେ ଓଲଟା ଆଶାକର୍ମୀଙ୍କୁ ଗାଳିଗୁଲଜ ଆରମ୍ଭ କରିଦେଇଥିଲେ । ଏହା ସହ ପ୍ରସୂତି ମହିଳା ରଶ୍ମିତାଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଅନେକ କଟୁ କଥା କହିଥିବା ରଶ୍ମିତା ପଦ୍ମପୁର ଏସ୍ଡ଼ିଏମଓ ଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି । ଚିକିତ୍ସା ରେ ଅବହେଳା ଯୋଗୁଁ ରଶ୍ମିତା ବିନା କୌଣସି କର୍ମଚାରୀଙ୍କ ଉପସ୍ଥିତିରେ ଜଣେ ଶିଶୁକୁ ଜନ୍ମ କରିଥିଲେ ଏବଂ ପ୍ରସବ ପରେ ପଣ୍ଡା ଦିଦି ଆସି ନାଭି କାଟିଥିବା ଅଭିଯୋଗପତ୍ରରେ ଦର୍ଶା ଯାଇଛି । ଏହା ସହ ପଣ୍ଡା ଦିଦି ରଶ୍ମିତାଙ୍କୁ କପର ଟି ଲଗାଇବା ପାଇଁ ମଧ୍ୟ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଅନ୍ୟ ପଟେ ଏ ବିଷୟରେ ସମ୍ପୃକ୍ତ ନର୍ସଙ୍କୁ ପଚରା ଯିବାରୁ ସେ ଏହି ସବୁ ଅଭିଯୋଗ ମିଛ ଓ ସେ ତାଙ୍କ ଉପରେ ଜାଣିଶୁଣି ମିଛ ଅଭିଯୋଗ କରିଛନ୍ତି ବୋଲି କହିଥିଲେ । ଏହା ସହ ପଦ୍ମପୁର ଏସଡିଏମଓ ଏ ବିଷୟରେ ଅବଗତ ହେଲା ପରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ ଜଣେ ଡାକ୍ତରଙ୍କୁ ନିଯୁକ୍ତ କରିଥିବା ସୂଚନା ଦେଇଛନ୍ତି । ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ପଦ୍ମପୁର ଡାକ୍ତରଖାନାରେ ଦୁର୍ବ୍ୟବହାର ପ୍ରସଙ୍ଗ ନୂଆ ହୋଇ ନ ଥିଲେ ମଧ୍ୟ ଏପରି ଘଟଣାର ପୁନରାବୃତ୍ତି କୁ ରୋକିବା ପାଇଁ ପ୍ରଶାସନ ତରଫରୁ କଡା ପଦକ୍ଷେପ ନିଆ ଯିବା ଜରୁରୀ ହୋଇ ପଡିଛି | 

0
0
0
s2sdefault