ହେଡଲାଇନସ୍:

ହାରିବା ଭୟରେ ଆତଙ୍କିତ ଓ ଅସହିଷ୍ଣୁ ହୋଇ ଏଭଳି ବିଭ୍ରାଟ କରିବାକୁ ଚେଷ୍ଟା କରୁଛି : ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ, ନଡରି ରାତିରେ ଚାଲି ଚାଲି ପ୍ରଚାର କଲେ ନବୀନ

20-02-18-BIJEPUR--CM-at-Barpalli-1-1.jpg - 750.16 kB

 କିଛିଦିନ ତଳେ ଜଣେ ମହିଳା ବାଲେଶ୍ୱରରେବ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାରିଥିବା ବେଳେ ମଙ୍ଗଳବାର ରାତିରେ ବିଜେପୁର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଆଉ ଏକ ଅଘଟଣ | ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପରକୁ ହୋଇଛି ଚପଲ ମାଡ ଘଟଣା | ସାମାନ୍ୟ ଘଟଣାକୁ ଡରି ମୁଖ୍ୟମନ୍ତ୍ରୀ ସବୁବେଳେ କଡା ସୁରକ୍ଷା ଭିତରେ ଯାଉଥିବା ବେଳେ ଚପଲ ମାଡ ଘଟଣା ପରେ ସେ ତାଙ୍କ ଅଭିମୁଖ୍ୟର ପରିବର୍ତନ କରି ସେଇ ଗାଁରୁ ରାତିରେ ପାଦରେ ଚାଲି ଚାଲି ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି | ଆଉ ଏଭଳି ଆକ୍ରମଣ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ବିଜେଡି ମଧ୍ୟ ଏହାକୁ ହୀନ ରାଜନୀତି ବୋଲି କହିଛି |

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ଉପ-ନିର୍ବାଚନରେ ବରପାଲ୍ଲୀ ବ୍ଲକ ଓ ଏନଏସି ଗସ୍ତ ଥିଲା ଏବଂ ସମାନ୍ତରାଳରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କର ମଧ୍ୟ ତିନୋଟି ବ୍ଲକରେ ସଭା ଥିଲା । ଆଜି ଦିନସାରା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ଇଲେକ୍ଟେ୍ରାନିକ ମିଡିଆ ଦୁଇଜଣ ନେତାଙ୍କ ନିର୍ବାଚନ ପ୍ରଚାର ସଭାକୁ ସିଧା ପ୍ରସାରଣ କରିଛନ୍ତି । ଯାହା ଜଣାପଡେ଼, ଶ୍ରୀମତୀ ଇରାନୀଙ୍କ ଦୁଇଟିଯାକ ସଭାରେ ବିଶେଷ ଲୋକ ହୋଇନଥିଲେ । ସନ୍ଧ୍ୟା ବେଳେ ଆମେ ଦେଖିଲୁ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଭାରେ କାର୍ତ୍ତିକ ମେହେର ନାମକ ଜଣେ ବିଜେପି କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗି ଆଘାତ କରିବାକୁ ଚେଷ୍ଟା କରିଥିଲେ । ଏଭଳି କାର୍ଯ୍ୟକୁ ବିଜୁ ଜନତା ଦଳ କଡ଼ା ଭାଷାରେ ନିନ୍ଦା କରୁଛୁ ଏବଂ ବିଜେପିର ଏଭଳି ପ୍ରାୟୋଜିତ କାର୍ଯ୍ୟକ୍ରମ ଭୀରୁତାର ପରିଚୟ ବୋଲି ବିଜୁ ଜନତା ଦଳ ସାଂସଦ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ କହିଛନ୍ତି । ତାହା ସଂଗେ ସଂଗେ ବିଜେପିର ଅସହିଷ୍ଣୁତା ରାଜନୀତିର ଏହା ଅନ୍ୟ ଏକ ପ୍ରମାଣ । ଏଠାରେ ସ୍ମରଣଯୋଗ୍ୟ ଯେ ଅଳ୍ପଦିନ ତଳେ ବାଲେଶ୍ୱରରେ ଏହିଭଳି ଏକ ଘଟଣା ଘଟିଥିଲା ଏବଂ ପରବର୍ତ୍ତୀ ଅବସ୍ଥାରେ ଜନୈକା ମହିଳା ଗଣମାଧ୍ୟମରେ ଯାହା ବକ୍ତବ୍ୟ ଦେଇଛନ୍ତି ଏବଂ ବିଜେପୁରରେ ଏବେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ଅଛନ୍ତି, ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଏଭଳି ମାନସିକତା କେଉଁ ଦଳର । ଏଠାରେ ଉଲ୍ଲେଖଥାଉ ଯେ ପୋଲିସ ଆସାମୀକୁ ଧରିଲା ପରେ ତାଙ୍କ ପକେଟ୍‍ରୁ ବିଜେପିର ପତାକା ବାହାରିଲା ଏବଂ ତାକୁ ୩ଜଣ ଏ କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଇଥିବା ସ୍ୱୀକାର କରିଛି । ଉଲ୍ଲେଖଯୋଗ୍ୟ ଯେ ଆଜି ସନ୍ଧ୍ୟା ସମୟରେ ଇଲେକ୍ଟେ୍ରାନିକ୍‍ ଗଣମାଧ୍ୟମରେ ଯାହା ଆଲୋଚନା ହୋଇଥାନ୍ତା ତାକୁ ଦୃଷ୍ଟି ହଟାଇବା ପାଇଁ ଏହା ବିଜେପିର ଏହା ସୁଚିନ୍ତିତ ରାଜନୈତିକ ଚାଲ । ଏଥିରୁ ସ୍ପଷ୍ଟ ଜଣାପଡୁଛି ବିଜେପି ବିଜେପୁର ଉପ-ନିର୍ବାଚନରେ ହାରିବା ଭୟରେ ଆତଙ୍କିତ ଓ ଅସହିଷ୍ଣୁ ହୋଇ ଏଭଳି ବିଭ୍ରାଟ କରିବାକୁ ଚେଷ୍ଟା କରୁଛି ବୋଲି ଶ୍ରୀ ଦେବ କହିଛନ୍ତି ।

 

0
0
0
s2sdefault