ହେଡଲାଇନସ୍:

କେନ୍ଦ୍ରମନ୍ତ୍ରୀ ଏବଂ ପେଟ୍ରୋଲ ପମ୍ପ ମାଲିକମାନଙ୍କ ସହିତ ଥିବା ସୁସଂପର୍କ ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସିସିଟିଭି ଜରିଆରେ ଶ୍ରୀ ପ୍ରଧାନଙ୍କର ଗତିବିଧି ଉପରେ ନିୟନ୍ତ୍ରଣ ହେଉ: ବିଜେଡି

21-02-18-bjd.jpg - 525.04 kB

ଭୁବନେଶ୍ୱର : ଗତ କଛି ଦିନ ମଧ୍ୟରେ  ବହୁ କୋଟି ଟଙ୍କା ପୋଲିସ ଦ୍ୱାରା ବିଜେପି ନେତାମାନଙ୍କ ଠାରୁ ଜବତ କରାଯାଇଛି, ଯାହା ନିର୍ବାଚନ ମଣ୍ଡଳୀକୁ ନିଆଯାଇ ଭୋଟରମାନଙ୍କୁ ବିଜେପି ସପକ୍ଷରେ ଭୋଟ ଦେବା ପାଇଁ ପ୍ରଲୋଭିତ କରାଯାଇଛି । ଏହି ନିକଟରେ ପଦ୍ମପୁର ପୋଲିସ ଦ୍ୱାରା ୪୦.୫୦ ଲକ୍ଷ ଆକାଶ ଅଗ୍ରୱାଲା (ପିତା-ଓମ୍‍ପ୍ରକାଶ ଅଗ୍ରୱାଲା, ଯିଏ ବିଶ୍ୱହିନ୍ଦୁ ପରିଷଦର ଜଣେ ସକ୍ରିୟ ସଦସ୍ୟ)ଙ୍କ ଠାରୁ ଜବତ କରାଯାଇଥିଲା । ଅନ୍ୟଏକ ଘଟଣାରେ ମଧ୍ୟ ବରପାଲି ପୋଲିସ ଦ୍ୱାରା ମାରୱାଡ଼ିପଡ଼ାର ରାଜେଶ କୁମାର ଅଗ୍ରୱାଲାଙ୍କ ବିପିସିଏଲ୍‍ ପେଟ୍ରୋଲ ପମ୍ପର କ୍ୟାସିଅର ସୁରୁ ଦଣ୍ଡସେନା ଏକ ବାଇକ୍‍ (ନଂ-ଓଡି୧୭ଜି/୪୨୪୭)ରେ ଯାଉଥିବା ବେଳେ ବରପାଲ୍ଲୀ ପୋଲିସ ତାଙ୍କ ଠାରୁ ୧୦ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ।

ଉପରୋକ୍ତ ଦୁଇ ଘଟଣାରୁ ଏହା ସ୍ପଷ୍ଟ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛତିଶଗଡ଼, ଏଲ୍‍ପିଜି ବିତରକ, ପେଟ୍ରୋଲ ପମ୍ପ ମାଲିକଙ୍କ ଠାରୁ ବହୁ ଟଙ୍କା ନିର୍ବାଚନ ମଣ୍ଡଳୀକୁ ଆଣି ଭୋଟରଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ତାଙ୍କ ଦଳର ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଉଦ୍ୟମ କରୁଛନ୍ତି । ପୋଲିସ ଏହିସବୁ ଘଟଣାରେ ମଧ୍ୟ କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ   ଏ ପର୍ଯ୍ୟନ୍ତ ନେଇନାହିଁ । ଉପରୋକ୍ତ ଜବତ ହୋଇଥିବା ଟଙ୍କା ବିରୋଧରେ ମଧ୍ୟ କୌଣସି ତଦନ୍ତ ତ୍ୱରାନ୍ୱିତ କରୁନାହାନ୍ତି । ଅବିଳମ୍ବେ ଉପରୋକ୍ତ ଘଟଣାଗୁଡିକୁ ସଠିକ୍‍ ଅନୁସନ୍ଧାନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜୁ ଜନତା ଦଳ ସାଧାରଣ ସଂପାଦକ ଦେବାଶିଷ ସାମନ୍ତରାୟ ଅନୁରୋଧ କରିଛନ୍ତି ।

ଶ୍ରୀ ସାମନ୍ତରାୟ କହିଛନ୍ତି ଯେ ଗତ ରାତିରେ ଯେତେବେଳେ ଗାଇସିଲେଟ୍‍ ପୋଲିସ ସ୍ଥାନୀୟ ବିଜେପି ପାର୍ଟି ଅଫିସ୍‍ରେ ଚଢ଼ଉ କରିଥିଲା, ସେତେବେଳେ ବିଜେପି କର୍ମୀମାନଙ୍କ ଦ୍ୱାରା ପୋଲିସ୍‍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ଫଳରେ ପୋଲିସ ବିନା ତଦନ୍ତରେ ଫେରିଆସିଥିଲା ଏବଂ ଏହା ପୋଲିସ ପ୍ରଶାସନର ବିଫଳତା ଦର୍ଶାଉଛି ।

ବିଜେପି ସମର୍ଥକମାନଙ୍କ ଠାରୁ ବିଭିନ୍ନ ଗାଡ଼ିଗୁଡିକ ଜରିଆରେ ଆସୁଥିବା ଏଭଳି ବହୁଳ ପରିମାଣର ଟଙ୍କା ଜବତ ହେବା ଘଟଣା ବିଭିନ୍ନ ଗଣମାଧ୍ୟମ ଦ୍ୱାରା ପ୍ରାୟ ସବୁଦିନ ପ୍ରକାଶ ପାଉଛି, ଯାହା ସୂଚାଉଛି ଯେ ବିଜେପି ଏସବୁ ଟଙ୍କା ଦ୍ୱାରା ଭୋଟରମାନଙ୍କୁ ପ୍ରଲୋଭିତ କରି ଶ୍ରୀ ପାଣିଗ୍ରାହୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଉଦ୍ୟମ କରୁଛି । ଏହାଦ୍ୱାରା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ପେଟ୍ରୋଲ ପମ୍ପ ମାଲିକମାନଙ୍କ ସହିତ ଥିବା ସୁସଂପର୍କ ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି ।

ଆସନ୍ତା ବିଜେପୁର ଉପ-ନିର୍ବାଚନକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ନିର୍ବାଚନ ପ୍ରଚାର ସମୟରେ ସିସିଟିଭି ଜରିଆରେ ଶ୍ରୀ ପ୍ରଧାନଙ୍କର ଗତିବିଧି ଉପରେ ନିୟନ୍ତ୍ରଣ କରିବା ସହ ତାଙ୍କର ଗାଡ଼ିଗୁଡିକୁ ବିଭିନ୍ନ ସମୟ ବ୍ୟବଧାନରେ ଯାଞ୍ଚ କରି ଟଙ୍କା ଯାଉନଥିବା ସୁନିଶ୍ଚିତ ହେବାକୁ ଶ୍ରୀ ସାମନ୍ତରାୟ ନିର୍ବାଚନ ଅଧିକାରୀଙ୍କୁ ନିବେଦନ କରିଥିଲେ । ଏହାସହିତ, ଅତିରିକ୍ତ ପର୍ଯ୍ୟବେକ୍ଷକ ନିଯୁକ୍ତ କରି ନିର୍ବାଚନ ମଣ୍ଡଳୀରେ ଶ୍ରୀ ପ୍ରଧାନଙ୍କ ସଂପୂର୍ଣ୍ଣ ଗତିବିଧି ଉପରେ ଭିଡିଓ ରେକର୍ଡିଂ କରି ଅଙ୍କୁଶ ଲଗାଇବାକୁ ବିଜୁ ଜନତା ଦଳର ପ୍ରତିନିଧିମାନେ ନିର୍ବାଚନ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଶ୍ରୀ ସାମନ୍ତରୟଙ୍କ ସମେତ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଏମ୍‍ସି ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର, ବିଏମ୍‍ସି ଡେପୁଟି ମେୟର କେ. ଶାନ୍ତି ଏବଂ ବିଜୁ ମହିଳା ଜନତା ଦଳ ନେତ୍ରୀ ସାଶ୍ୱତୀ ମିଶ୍ର ଉପସ୍ଥିତ ଥିଲେ ।

0
0
0
s2sdefault