ହେଡଲାଇନସ୍:

 ମହାନଦୀ ଟ୍ରିବ୍ୟୁନାଲ ଗଠନ ନିଷ୍ପତ୍ତି ଦ୍ୱାରା ବିଜେପିର ଛତିଶଗଡ଼ ପ୍ରୀତିର ପରାଜୟ ହୋଇଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମହାନଦୀ ପ୍ରସଂଗକୁ ଅପ୍ରସଂଗ ବୋଲି ଅଭିଯୋଗ ଆଣୁଥିବା ବିଜେପିର  ମୁଖା ଓଡ଼ିଶାର ଜନସାଧାରଣଙ୍କ ଆଗରେ ଖୋଲିଯାଇଛି

ଭୁବନେଶ୍ୱର: ରାଜ୍ୟ ବିଜେପି ତ କେନ୍ଦ୍ର ବିଜେପି ସରକାର ମହାନଦୀ ପ୍ରସଙ୍ଗରେ ଅହେତୁକ ଛତିଶଗଡ଼ ପ୍ରୀତି ଦେଖାଉଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ  ଟ୍ରିବ୍ୟୁନାଲ ଗଠନ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍‍ର ମଞ୍ଜୁରୀକୁ ବିଜୁ ଜନତା ଦଳ ସ୍ୱାଗତ କରିଛି । ମାନ୍ୟବର ସୁପ୍ରିମକୋର୍ଟଙ୍କର ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାରଙ୍କୁ ମହାନଦୀର ଟ୍ରିବ୍ୟୁନାଲ ଗଠନ କରିବା ପାଇଁ ଏକମାସର ଅବଧି ଦିଆଯାଇଥିଲା । ଏହି ଅବଧି ଫେବୃଆରୀ ୨୨ ତାରିଖ ଦିନ ଶେଷ ହେଉଥିଲା ବେଳେ  କେନ୍ଦ୍ର ସରକାର ଟ୍ରିବୁ୍ୟନାଲ୍‍ ଗଠନକୁ ଅନୁମୋଦନ କରିଛନ୍ତି । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏହା ପୂର୍ବରୁ ଟ୍ରିବ୍ୟୁନାଲ ଗଠନ ନକରିବା ପାଇଁ ଏକ ପିଟିସନ୍‍ ଦାଖଲ କରିଥିଲେ ଏବଂ ରାଜ୍ୟ ସରକାରଙ୍କର ଦୃଢ଼ ମତ ଓ ତଥ୍ୟ ପ୍ରଦାନ ପରେ ମାନ୍ୟବର ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଥିଲେ । ଡେରିରେ ହେଲେ ମଧ୍ୟ ଟ୍ରିବ୍ୟୁନାଲ ଗଠନ ହେବା ଦ୍ୱାରା ଓଡ଼ିଶାକୁ ଉଚିତ୍‍ ନ୍ୟାୟ ମିଳିପାରିବ, ଏହା ବିଜୁ ଜନତା ଦଳ ଅନୁଭବ କରୁଛି । ଗତ ଦୁଇବର୍ଷ ହେଲା ବିଜୁ ଜନତା ଦଳ ଯେଉଁ ଅହରହ ସଂଗ୍ରାମ କରୁଥିଲା, ଆଜି ଏକ ନିର୍ଣ୍ଣାୟକ ମୋଡ଼ରେ ଏହା ପହଂଚିଛି । ଅପରପକ୍ଷରେ ବିଜେପି ଏହି ପ୍ରସଂଗକୁ ଅପ୍ରସଂଗ ବୋଲି ବିଗତ ବର୍ଷମାନଙ୍କରେ ଅଭିଯୋଗ ଆଣୁଥିଲା ବେଳେ ଆଜି ସେମାନଙ୍କର ମୁଖା ଓଡ଼ିଶାର ଜନସାଧାରଣଙ୍କ ଆଗରେ ଖୋଲିଯାଇଛି । ବିଜେଡି ଆଶା କରୁଛି ଯେ ଏହି ଟ୍ରିବ୍ୟୁନାଲ ଦ୍ୱାରା ମହାନଦୀ ଜଳ ବିବାଦର ତ୍ୱରିତ୍‍ ସମାଧାନ ହୋଇପାରିବ ଏବଂ ଓଡ଼ିଶାବାସୀଙ୍କୁ ଉଚିତ୍‍ ନ୍ୟାୟ ମିଳିପାରିବ । ବିଜେପି ଛତିଶଗଡ଼ ପାଇଁ ଯେଉଁ ପକ୍ଷପାତିତା କରୁଥିଲା, ତା’ର ଅନ୍ତ ଘଟିଛି ଏବଂ ଆଜି ସେମାନେ ବାଧ୍ୟ ହୋଇଛନ୍ତି ବିଜେଡିର ଦାବି ଆଗରେ ମୁଣ୍ଡ ନୁଆଁଇବାକୁ । ଏହା ଆଜି ଓଡ଼ିଶାର ସାଢେ଼ ୪କୋଟି ଜନସାଧାରଣଙ୍କ ବିଜୟ ଏବଂ ବିଜେପିର ଛତିଶଗଡ଼ ପ୍ରୀତିର ପରାଜୟ ହୋଇଛି ବୋଲି ଆଜି ମୁଖପାତ୍ର ଡ. ସସ୍ମିତ ପାତ୍ର ଏକ ପ୍ରେସ୍‍ ବିବୃତିରେ କହିଛନ୍ତି ।

0
0
0
s2sdefault