ହେଡଲାଇନସ୍:

ଛକାପଞ୍ଝା ରାଜନୀତି : ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ  ଆଦର୍ଶ ଆଚରଣ ବିଧିର ପାଳନ ସୁନିଶ୍ଚିତ କରାଯାଉ , ମୁଖ୍ୟ ନିର୍ବାଚନ  ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବିଜେପିର ଅଭିଯୋଗ ଆଉ ଆଶଙ୍କା 

ମୁଖ୍ୟମନ୍ତ୍ରୀଙ୍କ ହେଲିକ୍ୟାପ୍ଟରରେ ପ୍ରଚୁର ଟଙ୍କା ନିର୍ବାଚନରେ ଖର୍ଚ୍ଚ ହେବା ପାଇଁ ଯିବ

 ଆଚରଣ ବିଧିକୁ ଉଲ୍ଲଂଘନ କରି  ପୂର୍ତବିଭାଗ ନିର୍ମାଣ କରିଛି ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ଼ 

ନିର୍ବାଚନ କମିଶନ ଏହିଁ ହେଲିପ୍ୟାଡ଼କୁ ଆଇନଗତ ଭାବରେ ଅସିଦ୍ଧ ଘୋଷଣା କରାଯାଉ 

ରେକଡ଼ିଂ ଓ ଅନଲାଇନ୍ ବ୍ୟବସ୍ଥା ସହ ରାତି୍ର ରହଣୀ ସ୍ଥାନରେ ସିସିଟିଭି ବ୍ୟବସ୍ଥା ପାଇଁ ଦାବି 

ସନ୍ଦିଗ୍ଧ ପ୍ରଶାସନିକ ଅଧିକାରୀଙ୍କ ଉପରେ ବିଶେଷ ନଜର ରଖିବା ପାଇଁ   ଆଗୁଆ ପଦକ୍ଷେପ ଦାବି

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସରକାରୀ କଳକୁ ମତଦାତାଙ୍କୁ ପ୍ରଲୋଭନ ଓ ଭୟ ଦେଖାଇ ପ୍ରଭାବିତ କରିବା ପାଇଁ ରଚା ଯାଇଛି  ଷଡ଼ଯନ୍ତ୍ର

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଧିଷ୍ଟ ଭାବରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାର ଷଡ଼ଯନ୍ତ୍ର କରିବେ

ହେଲିକ୍ୟାପ୍ଟରରେ ବରଗଡ଼ ଜିଲ୍ଲାରେ ଓହ୍ଲାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିବା ସମସ୍ତ ବ୍ୟକ୍ତି ଓ ସାଙ୍ଗରେ ଯାଇଥିବା ସବୁ ବ୍ୟାଗ୍ ର କ୍ୟାମେରା ରେକର୍ଡିଙ୍ଗ  ସହ ଯାଂଚ କରିବାକୁ  ଦାବି 

ମହିଳା ଶିଶୁ କଲ୍ୟାଣ ବିଭାଗ , ପୂର୍ତବିଭାଗ, କୃଷି ଓ ସମବାୟ ବିଭାଗ ତଥା ଜଳସମ୍ପଦ ବିଭାଗର ପ୍ରଶାସନିକ ଅଧିକାରୀମାନଙ୍କୁ ବ୍ୟବହାର କରି ପ୍ରଭାବିତ କରିବା ପାଇଁ  ହେବ ବିଧିବଦ୍ଧ ପ୍ରୟାସ

19-02-18-CEO_19.02-2.jpg - 467.89 kB

ଭୁବନେଶ୍ୱର, ତା.୧୯/୦୨: ବିଜେପୁର ନିର୍ବାଚନକୁ ମୁଖ୍ୟମନ୍ତ୍ରୀଙ୍କ ୨ଦିନିଆ ପ୍ରଚାର ଓ ରାତ୍ରି ରହଣୀ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣ ବିଧିର ପାଳନ ସୁନିଶ୍ଚିତ କରିବା ପାଇଁ  ଦାବି କରିଛି ଭାରତୀୟ ଜନତା ପାର୍ଟୀ ।  ଆଦର୍ଶ ଆଚରଣ ବିଧିର ପାଳନ ସୁନିଶ୍ଚିତ କରିବା ପାଇ ରେକଡ଼ିଂ ଓ ଅନଲାଇନ୍ ବ୍ୟବସ୍ଥା ସହ ରାତି୍ର ରହଣୀ ସ୍ଥାନରେ ସିସିଟିଭି ବ୍ୟବସ୍ଥା ଓ ସନ୍ଦିଗ୍ଧ ପ୍ରଶାସନିକ ଅଧିକାରୀଙ୍କ ଉପରେ ବିଶେଷ ନଜର ରଖିବା ଦାବି  କରି  ଆଗୁଆ ପଦକ୍ଷେପ ନେବାକୁ  ଦାବି କରି  ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛି । 

ଏହି ସ୍ମାରକ ପତ୍ରରେ କୁହାଯାଇଛି ଯେ, ଶାସକ ବିଜେଡ଼ି ଦଳ ବିରୋଧରେ ସମ୍ପୂର୍ଣ୍ଣ ବିଜେପୁର ନିର୍ବାଚନମଣ୍ଡଳୀରେ ପ୍ରବଳ ଜନଅସନ୍ତୋଷ ଥିବା କାରଣରୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସରକାରୀ କଳକୁ ମତଦାତାଙ୍କୁ ପ୍ରଲୋଭନ ଓ ଭୟ ଦେଖାଇ ପ୍ରଭାବିତ କରିବା ପାଇଁ ଷଡ଼ଯନ୍ତ୍ର ରଚାଯାଇଥିବାର ନିର୍ଦ୍ଧିଷ୍ଟ ଖବର ଦଳ  ପାଖରେ ଅଛି । ଏହି ଷଡ଼ଯନ୍ତ୍ରର ଅଙ୍ଗ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ଓ ୨୧ ଫେବୃଆରୀ ୨ଦିନିଆ ନିର୍ବାଚନ ପ୍ରଚାର ଅବସରରେ ଜିଲ୍ଲାରେ ରାତି ରହଣୀ କରିବେ । ମୁଖ୍ୟମନ୍ତ୍ରୀ ରାଜ୍ୟଧାନୀ ବାହାରେ ରାତି୍ରଯାପନ କରିବା ସମ୍ପୂର୍ଣ୍ଣ ବିରଳ ଘଟଣା । ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଜିଲ୍ଲା ଓ ରାଜ୍ୟର ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଧିଷ୍ଟ ଭାବରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାର ଷଡ଼ଯନ୍ତ୍ର କରିବେ ବୋଲି  ଏହି ସ୍ମାରକ ପତ୍ରରେ କୁହାଯାଇଛି ।

ଦଳ ପାଖରେ ଥିବା  ତଥ୍ୟ ଅନୁସାରେ ମହିଳା ଶିଶୁ କଲ୍ୟାଣ ବିଭାଗ, ପୂର୍ତବିଭାଗ, କୃଷି ଓ ସମବାୟ ବିଭାଗ ତଥା ଜଳସମ୍ପଦ ବିଭାଗର ପ୍ରଶାସନିକ ଅଧିକାରୀମାନଙ୍କୁ ବ୍ୟବହାର କରି ବିଜେପୁର ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଧିବଦ୍ଧ ପ୍ରୟାସ କରିବେ ବୋଲି ସ୍ମାରକ ପତ୍ରରେ କୁହାଯାଇଛି । 

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେନ୍ ପାଣ୍ଡିଆନ୍ ବିଜେପୁର ଯାଇ ପ୍ରଶାସନିକ କଳକୁ ଶାସକ ଦଳ ପାଇଁ କାମରେ ଲଗାଇଛନ୍ତି ବୋଲି ପୂର୍ବରୁ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ଏହି ସନ୍ଦିଗ୍ଧ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତି ସ୍ଥାନୀୟ ପ୍ରଶାସନକୁ ଯେପରି ଶାସକ ଦଳର ନିର୍ବାଚନ ପ୍ରଚାରରେ ଲଗାଇବା ପାଇଁ ସଫଳ ନହୁଅନ୍ତି ଏହା ସୁନିଶ୍ଚିତ କରିବା ପାଇଁ  ସ୍ମାରକ ପତ୍ରରେ କୁହା ଯାଇଛି । 

ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରି ରାଜ୍ୟ ପୂର୍ତବିଭାଗ ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ଼ ନିର୍ମାଣ କରିବା ସମ୍ପୂର୍ଣ୍ଣ ରୂପେ ବେଆଇନ ଓ ଆଦର୍ଶ ଆଚରଣ ବିଧି ପରିପନ୍ଥୀ । ଏପରି ବେଆଇନ କାର୍ଯ୍ୟକୁ ନିର୍ବାଚନ କମିଶନ ଆଇନଗତ ଭାବରେ ଅସିଦ୍ଧ ଘୋଷଣା କରି ଉପଯୁକ୍ତ ପଦକ୍ଷେପ ନେବାକୁ  ଏହି ସ୍ମାରକ ପତ୍ରରେ ଦାବି କରାଯାଇଛି ।  

ଏହି ସ୍ମାରକ ପତ୍ରରେ କୁହା ଯାଇଛି ଯେ ଦଳ  ପାଖରେ ନିର୍ଦ୍ଦିଷ୍ଟ ଖବର ଅଛି, ମୁଖ୍ୟମନ୍ତ୍ରୀଙ୍କ ହେଲିକ୍ୟାପ୍ଟରରେ ପ୍ରଚୁର ଟଙ୍କା ବିଜେପୁର ନିର୍ବାଚନରେ ଖର୍ଚ୍ଚ ହେବା ପାଇଁ ଯିବ । ମୁଖ୍ୟମନ୍ତ୍ରୀଙ୍କ ହେଲିକ୍ୟାପ୍ଟରରେ ବରଗଡ଼ ଜିଲ୍ଲାରେ ଓହ୍ଲାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିବା ସମସ୍ତ ବ୍ୟକ୍ତି ଓ ସାଙ୍ଗରେ ଯାଇଥିବା ସବୁ ବ୍ୟାଗ୍ର କ୍ୟାମେରା ରେକର୍ଡିଙ୍ଗ  ସହ ଯାଂଚ କରିବାକୁ ସ୍ମାରକ ପତ୍ରରେ ଦାବି କରାଯାଇଛି ।  

ଉପରୋକ୍ତ ସମ୍ଭାବନା ପରିପ୍ରେକ୍ଷୀରେ ଓ ଆଦର୍ଶ ଆଚରଣ ବିଧିର କଡ଼ାକଡ଼ି ପାଳନ ପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାରେ ପହଂଚି ଏହି ଜିଲ୍ଲା ଛାଡ଼ିବା ପର୍ଯ୍ୟନ୍ତ ସବୁ ସମୟରେ ଭିଡ଼ିଓ ରେକଡ଼ିଂ ବ୍ୟବସ୍ଥା ନିର୍ବାଚନ କମିଶନଙ୍କ ତରଫରୁ କରାଯାଇ ସମୀକ୍ଷା କରିବାକୁ ସ୍ମାରକ ପତ୍ରରେ ଦାବି କରାଯାଇଛି । 

ମୁଖ୍ୟମନ୍ତ୍ରୀ ଯେଉଁଠାରେ ରାତ୍ରିଯାପନ କରିବେ  ସେହି ସ୍ଥାନ ଓ ତା ଆଖ ପାଖରେ ଉଚ୍ଚକ୍ଷମତା ସମ୍ପନ୍ନ ସିସିଟିଭିର ଅନଲାଇନ୍ ବ୍ୟବସ୍ଥା କରାଯାଇ ନିର୍ବାଚନ କମିଶନ ସିଧା ସିଧା ସମୀକ୍ଷା କରିବା ବ୍ୟବସ୍ଥା କରାଯାଉ ବୋଲି ସ୍ମାରକ ପତ୍ରରେ ଦାବି କରାଯାଇଛି ।

ଏହି ପ୍ରତିନଧି ଦଳରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦକ ଶିଶିର ଗମାଙ୍ଗୋ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ୍, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ପ୍ରଶାନ୍ତ ସ୍ୱାଇଁ, ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault