ଗୌରୀ ନାନୀ ପରେ "ଫୁଲ" ହାତରେ ପଦ୍ମଫୁଲ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସମାଜରେ ଥିବା ଦୁର୍ବଳ ଶ୍ରେଣୀର ମହିଳାମାନଙ୍କୁ ସାହାଯ୍ୟ କରିବି : ଅପରାଜିତା

ତାଳଚେର ମୁନିସିପାଲିଟିର ବିଜେଡି ଏବଂ କଂଗ୍ରେସ ନେତା ବିଜେପିରେ ସାମିଲ

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରକୁ କାଉଣ୍ଟର କରିବେ ଶେଷ ବ୍ରହ୍ମଅସ୍ତ୍ର ଅପରାଜିତା  

ଅପରାଜିତାଙ୍କୁ ୨୦, ୨୧, ୨୨ ତିନିଦିନ ଫୁଲ ଦମରେ ୟୁଜ କରିବ ବିଜେପି

19-2-18-BJP-BOLLY-WOOD-AVINETRI-APARIJEETA-MOHANTI-NKN-BJP-RE-JOGADANA-5.jpg - 980.68 kB

ଭୁବନେଶ୍ୱର : ଗୌରୀ ନାନୀ ପରେ ଆଜି "ଫୁଲଚନ୍ଦନ" ର ଫୁଲ ପଦ୍ମଫୁଲ ଧରିଛନ୍ତି | ଗତ ୨୦୧୪ ସାଧାରଣ ନିର୍ବାଚନରେ ଝଡ ଭଳି କଂଗ୍ରେସରେ ଯୋଗ ଦେଇ ନିର୍ବାଚନ ପରାଜୟ ପରେ ବିଜୁଳି ଭଳି କୁଆଡେ କଂଗ୍ରେସରୁ ଗାଏବ ହୋଇଯାଇଥିବା ଅପରାଜିତା ମହାନ୍ତି ୪ ବର୍ଷ ପରେ କଂଗ୍ରେସ ଛନ୍ଦି ବିଜେପିରେ ଯୋଗ ଦେଇଛନ୍ତି |  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ବିକାଶ ଏବଂ ଜ୍ଞାନକୌଶଳକୁ  ବିଶ୍ୱସ୍ତରରେ ପହଂଚାଇଛନ୍ତି । ତାଙ୍କ ନେତୃତ୍ୱ ଏବଂ ଆଦର୍ଶରେ  ଅନୁପ୍ରାଣିତ ହୋଇଛି ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି   ଅପରାଜିତା  । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତ ପୂର୍ବରୁ ତାଙ୍କ ପ୍ରଚାରକୁ କାଉଣ୍ଟର କରିବାପାଇଁ କ୍ରାଉଡ ପୁଲିଂ ପାଇଁ ଅପରାଜିତାଙ୍କୁ ୨୦, ୨୧, ୨୨ ତିନିଦିନ ଫୁଲ ଦାମରେ ୟୁଜ କରିବବୋଲି ବିଜେପି ସୂତ୍ରରୁ ପ୍ରକାଶ | 

ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଯୋଜନା କେବଳ କାଗଜକଲମରେ ରହିଯାଇଛି ବୋଲି ଅପରାଜିତା କହିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ପ୍ରଶଂସା କରିଛନ୍ତି । ସମସ୍ତଙ୍କ ମୁଣ୍ଡ ଉପରେ ଛାତ ରହିବ , ସମସ୍ତଙ୍କ ଘରେ ବିଜୁଳୀ ଜଳିବ, ସମସ୍ତେ ପିଇବା ପାଣି ପାଇବେ, ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ମିଳିବା ଆଦି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଏବଂ ରାଜ୍ୟରେ ଏହି ସମସ୍ତ ଯୋଜନାକୁ ସଫଳ ରୂପାୟନ ଦେବାରେ ମୁଁ ସହଯୋଗ କରିବି । ଏଥି ସହ ଦଳ ଯେଉଁ କାର୍ଯ୍ୟ ଦେବ ମୁଁ ତାକୁ ସୂଚାରୁରୂପେ ପାଳନ କରିବି । ବିଶେଷକରି ସମାଜରେ ଥିବା ଦୁର୍ବଳ ଶ୍ରେଣୀର ମହିଳାମାନଙ୍କୁ ସାହାର୍ଯ୍ୟ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବି ବୋଲି ଶ୍ରୀମତୀ ମହାନ୍ତି ଏହି ଅବସରରେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶକୁ ନେଇ ଓଡିଶାର ଯୁବ ଏବଂ ସଫଳ ନେତା ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ଉନ୍ନତି ଓ ପ୍ରଗତି ଆଣିବା ସହ ବିକାଶ ଦିଗରେ ନିଜ ପ୍ରୟାଶ ଜାରି ରଖିଛନ୍ତି ବୋଲି ଶ୍ରୀମତି ମହାନ୍ତି କହିଛନ୍ତି । ଏଥି ସହ ଦଳରେ ସାମିଲକୁ ନେଇ ଶ୍ରୀମତି ମହାନ୍ତି ରାଜ୍ୟବାସୀ ଏବଂ ବିଜେପି ନେତୃବୁନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ଓ ଓକିଲ ପୀତାମ୍ବର ଆଚାର୍ଯ୍ୟମପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟପଟେ ଏହି ମିଶ୍ରଣ ପର୍ବରେ ତାଳେଚର ମୁ୍ୟନିସପାଲିଟିରୁ ବହୁ କଂଗ୍ରେସ ଓ ବିଜେଡି ନେତା ଆଜି କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ତାଳଚେର ମୁ୍ୟନିସିପାଲିଟି କାଉନସିଲର ଓ କଂଗ୍ରେସ ନେତା ଜୟନ୍ତ ଭୁତିଆ, ପୂର୍ବତନ କାଉନସିଲର  ସେବତୀ ସାହୁ, ଅନିତା ମହାପାତ୍ର, ଗାୟତ୍ରୀ ଭୁତିଆ, ଗୋବିନ୍ଦ ହାଁସଦା, ଟୁକୁ ବେହେରା, ବସନ୍ତ ବେହେରା, ହିମାଁଶୁ ପ୍ରଧାନ, ଯୁଗଲ ରାୟ, ରବି ପ୍ରଧାନ, ଭରତ ନାୟକ, ଅରୁଣ ସାହୁ, ସଂଜୟ ସେଠ୍ ପ୍ରମୁଖ ଯୋଗଦାନ କରିଛନ୍ତି । ସେହିପରି ବିଜେଡିର ପୂର୍ବତନ କାଉନସିଲର ବିନିତା ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ସଂଖ୍ୟାଲଘୁ ନେତା ସାମଶୁଦ୍ଧିନ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।

 

0
0
0
s2sdefault