ମୋଦି ସରକାରଙ୍କର ଚଳିତ ବର୍ଷର ରେଳ ବଜେଟରେ ବ୍ୟୟବରାଦଓଡିଶା ପାଇଁ ଐତିହାସିକ : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ମୋଦି ସରକାରଙ୍କ ୫ଟି ବଜେଟରେ ଓଡିଶାକୁ ୨୧ ହଜାର ୫୨୪ କୋଟି ଟଙ୍କାର ବ୍ୟୟବରାଦ 

 ୟୁପିଏର ପାଂଚଟି ବଜେଟରେ  ହୋଇଥିଲା ମୋଟ ୪୧୯୦ କୋଟି  ଟଙ୍କାର  ବ୍ୟୟବରାଦ

 ବଜେଟ ଆଗତ ହେବାର ୧୪ ଦିନ ଅର୍ଥାତ ଜାନୁଆରୀ ୧୭ତାରିଖରେ ମୁଖ୍ୟମନ୍ତୀ ଲେଖିଥିଲେ ଦାବି ପତ୍ର 

 ନବୀନ ବାବୁ ଲେଖିଥିବା ୬ ହଜାର ୫ ଶହ କୋଟି ଟଙ୍କା ଦାବି ମଧ୍ୟରେ ୧୨୦୦ କୋଟି ଟଙ୍କା ଏମିତି ପ୍ରକଳ୍ପ ପାଇଁ   ମାଗିଛନ୍ତି  ଯେଉଁ ପ୍ରକଳ୍ପ ଗୁଡିକ ଏବେ ସୁଦ୍ଧା ଅନୁମୋଦିତ ହୋଇ ନାହିଁ

 ଉଦାହରଣ ସ୍ୱରୁପ  ମଂଜୁର ହୋଇ ନଥିବା ପ୍ରକଳ୍ପ  ତାଳଚେର- ଗୋପାଳପୁର ପାଇଁ ୨ ଶହ କୋଟି, ବରଗଡ-ନୂଆପଡା ଭାୟା ପଦ୍ମପୁର ପାଇଁ ୨୦୦ କୋଟି, ପୁରୀ- କୋଣାର୍କ ପାଇଁ  ୧୦୦ କୋଟି 

 ନବୀନ ବାବୁ ପୁଣି ୮ ଶହ କୋଟି ଟଙ୍କା ଏପରି ପ୍ରକଳ୍ପ ପାଇଁ ମାଗିଛନ୍ତି ଯେଉଁ ପ୍ରକଳ୍ପ ଗୁଡିକରେ ଏତେ ଟଙ୍କା ଲାଗିବ ନାହିଁ

 

ଭୁବନେଶ୍ୱର, ତା.୦୬/୦୨:  ମୋଦି ସରକାରଙ୍କର ଚଳିତ ବର୍ଷର ରେଳ ବଜେଟରେ ଓଡିଶା ପାଇଁ ବ୍ୟୟବରାଦ ସମେତ ଗତ ପାଂଚଟି ବଜେଟରେ ବ୍ୟୟବରାଦ ଐତିହାସିକ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । 

ଶ୍ରୀ ହରିଚନ୍ଦନ ରେଳ ବଜେଟ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ  କହିଛନ୍ତି ଯେ  ରାଜ୍ୟରେ ନବୀନ ସରକାର ଓଡିଶାର ରେଳ ବିକାଶ ପାଇଁ ଆନ୍ତରିକତା ବଦଳରେ କେନ୍ଦ୍ରୀୟ ଅବହେଳାର ଡ୍ରାମା କରି ନିଜର ଦାୟିତ୍ୱ ପାଳନ କରିବାକୁ ପଛଘୁଂଚା ଦେଉଛନ୍ତି । 

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ମୋଦି ସରକାରଙ୍କ ୫ଟି ବଜେଟରେ ଚଳିତ ବର୍ଷର ୬୫୬୩ କୋଟି ଟଙ୍କା ସମେତ ଗତ ପାଂଚ ବର୍ଷରେ ୨୧ ହଜାର ୫୨୪ କୋଟି ଟଙ୍କା ଓଡିଶା ପାଇଁ ବ୍ୟୟବରାଦ ହୋଇଛି । ଅପର ପକ୍ଷରେ ୟୁପିଏର ପାଂଚଟି ବଜେଟରେ ମୋଟ ୪୧୯୦ କୋଟି  ଟଙ୍କା ବ୍ୟୟବରାଦ ହୋଇଥିଲା । 

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ୨୦୦୯ରୁ ୨୦୧୪ ଯାଏ ୟୁପିଏ ସରକାର ସମୟରେ ହାରାହାରି ବାର୍ଷିକ ବଜେଟ ୮୩୮ କୋଟି ଥିବା ବେଳେ ଏନଡିଏ ପଂଚମ ବର୍ଷ ବଜେଟ ୟୁପିଏର ପାଂଚ ବର୍ଷ ହାରାହାରି ବ୍ୟୟବରାଦର ୫୨୭ ପ୍ରତିଶତ ଅଧିକ । 

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟ ସରକାର ୬ ହଜାର ୫ ଶହ କୋଟି ଦାବିକୁ ଯଥାର୍ଥ ପ୍ରମାଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପାଂଚ ପୃÂାର ଚିଠି ଓ ୩୫ ପୃÂାର ସଂଲଗ୍ନ ଦାବି ପତ୍ର ଦେଇଥିଲେ  । ଏହା ବଜେଟ ଆଗତ ହେବାର ୧୪ ଦିନ ଅର୍ଥାତ ଜାନୁଆରୀ ୧୭ତାରିଖରେ ଲେଖା ଯାଇଥିଲା ।  ବଜେଟ କାଗଜ କେବେ ସୁଦ୍ଧା ପ୍ରସ୍ତୁତ ହୁଏ ଓ ଭାରତର ଅନ୍ୟ ରାଜ୍ୟ ମାନେ କେବେ ସୁଦ୍ଧା ସେମାନଙ୍କର ଦାବି ଜଣାନ୍ତି ଓ ଦାବି ଜଣାଇବା ପୂର୍ବରୁ ରେଳ ବିଭାଗ ସହ କିପରି ବ୍ୟାପକ ଆଲୋଚନା କରି ଥାନ୍ତି ବୋଧ ହୁଏ ନବୀନ ବାବୁ ଚିଠି ଲେଖିବା ପୂର୍ବରୁ ଧ୍ୟାନରେ ରଖି ନାହାନ୍ତି । 

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ନବୀନ ବାବୁ ଲେଖିଥିବା ୬ ହଜାର ୫ ଶହ କୋଟି ଟଙ୍କା ଦାବି ମଧ୍ୟରେ ୧୨୦୦ କୋଟି ଟଙ୍କା ଏମିତି ପ୍ରକଳ୍ପ ପାଇଁ   ମାଗିଛନ୍ତି  ଯେଉଁ ପ୍ରକଳ୍ପ ଗୁଡିକ ଏବେ ସୁଦ୍ଧା ଅନୁମୋଦିତ ହୋଇ ନାହିଁ ।  ଉଦାହରଣ ସ୍ୱରୁପ  ତାଳଚେର- ଗୋପାଳପୁର ପାଇଁ ୨ ଶହ କୋଟି, ବରଗଡ-ନୂଆପଡା ଭାୟା ପଦ୍ମପୁର ପାଇଁ ୨୦୦ କୋଟି, ପୁରୀ- କୋଣାର୍କ ପାଇଁ  ୧୦୦ କୋଟି । ନବୀନ ବାବୁ ପୁଣି ୮ ଶହ କୋଟି ଟଙ୍କା ଏପରି ପ୍ରକଳ୍ପ ପାଇଁ ମାଗିଛନ୍ତି ଯେଉଁ ପ୍ରକଳ୍ପ ଗୁଡିକରେ ଏତେ ଟଙ୍କା ଲାଗିବ ନାହିଁ ଅର୍ଥାତ ଅନେକ ପ୍ରକଳ୍ପରେ ଅଟକଳ ମୂଲ୍ୟରୁ ଅଧିକ ଟଙ୍କା ବ୍ୟୟବରାଦ ପାଇଁ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । 

କେବଳ ଦାବି କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିବାର ସମୟକୁ ନଜର ଦେଇଛନ୍ତି ନା କେଉଁ ପ୍ରକଳ୍ପ ଅନୁମୋଦିତ ବା ଅନୁମୋଦିତ ନୁହେଁ ତା ଉପରେ ମଧ୍ୟ ଦୃଷ୍ଟି ଦେଇ ନାହାନ୍ତି । କେବଳ ଅଧିକ ବ୍ୟୟବରାଦକୁ ସଠିକ ଦେଖାଇବା ପାଇଁ ନିଜ ଅଜାଣତରେ ନିଜର ଦୋଷ ତ୍ରୁଟିକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । 

ଯେତିକି ଅର୍ଥ ବଜେଟରେ ବ୍ୟୟବରାଦ ହେଉଛି ସେତିକି ଅର୍ଥ ରେଳବାଇ ଖର୍ଚ କରୁ ନାହିଁ ବୋଲି ବିଜେଡିର ଅଭିଯୋଗକୁ ଉଲଟା ଚୋର କୋୁଟବାଲ କୋ ଡାଁଟେ ପରି ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ । ସେ କହିଛନ୍ତି ଯେ ଜମି ଅଧିଗ୍ରହଣ ଓ ଆଇନ ଶୃଙ୍ଖଳା ରାଜ୍ୟ ସରକାରଙ୍କ ଦାୟିତ୍ୱ । ମାତ୍ର ଜମି ଅଧିଗ୍ରହଣ କରିବାର ବିଫଳତା କାରଣରୁ ରାଜ୍ୟରେ ଦୀର୍ଘ ଦିନରୁ ପଡିଥିବା ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁ ନାହିଁ । କେନ୍ଦ୍ରକୁ ଦୋଷ ଦେବା ପରିବର୍ତେ ରାଜ୍ୟ ସରକାର ତାଙ୍କର ଏହି ଭୁଲ ସୁଧାରିଲେ ରାଜ୍ୟବାସୀଙ୍କୁ ଲାଭ ମିଳି ପାରିବ ବୋଲି ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି । 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠତା  ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ପଣ୍ଡା ଏବଂ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault