ହେଡଲାଇନସ୍:

ବାପି ସର୍ଖେଲଙ୍କ ବାଜିମାତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରାଦୀପ ବନ୍ଦର ଟ୍ରଷ୍ଟି ନିର୍ବାଚନ ସରିଲା
ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ଏକ ନମ୍ବର
 ପ୍ରଭାତ ସାମନ୍ତରାୟଙ୍କ ୟୁନିୟନ ଦ୍ୱିତୀୟ


ପାରାଦୀପ :  ବହୁ ଚର୍ଚ୍ଚିତ ପାରାଦୀପ ବନ୍ଦର ଶ୍ରମିକ ଟ୍ରଷ୍ଟି ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନରେ କଂଗ୍ରେସ ନେତା ବାପି ସର୍ଖେଲ ଓ ପୂର୍ବତନ ସାସଂଦ  ପ୍ରଭାତ ସାମନ୍ତ ରାୟଙ୍କ ୟୁନିୟନ ବିଜୟୀ ହୋଇଛନ୍ତି । ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଶଦ ୨୮୭ ଭୋଟ ପାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପୂର୍ବତନ ସାଂସଦ ପ୍ରଭାତ ସାମନ୍ତରାୟଙ୍କ ଉତ୍କଳ  ପୋର୍ଟ ଆଣ୍ଡ ଡକ୍ ୱାର୍କସ ୟୁନିୟନ , ୨ୟ ସ୍ଥାନ ଅଧିକାର କରିଛି । ଆଜି ସକାଳ ୭ଟାରୁ ୪ଗୋଟି ବୁଥ୍ରେ  ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା ୯୧୨ଜଣ ଭୋଟରଙ୍କ ମଧ୍ୟରୁ ୮୮୦ଜଣ ମତଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ପୋଟ ୱାର୍କରସ ୟୁନିୟନ ୭୮ଖଣ୍ଡ, ପାରାଦୀପ ପୋର୍ଟ ଶ୍ରମିକ ସଂଘ ୬୩, ପାରାଦୀପ ବନ୍ଦର ଶ୍ରମିକ କର୍ମଚାରୀ ୟୁନିୟନ ୫୩ଖଣ୍ଡ, ପାରାଦୀପ ପୋର୍ଟ ଆଣ୍ଡ ଡକ୍ ମଜଦୁର ୟୁନିୟନ ୩୧ଖଣ୍ଡ, ପାରାଦୀପ ବନ୍ଦର ଶ୍ରମିକ ୟୁନିୟନ ୧୪ଖଣ୍ଡ, ପାରାଦୀପ ପୋର୍ଟ ଡକ୍ ଆଣ୍ଡ କନଷ୍ଟ୍ରକ୍ସନ ୟୁନିୟନ ୮ଖଣ୍ଡ, ଭାରତୀୟ ବନ୍ଦର ବନ୍ଦର ମଜଦୁର ସଂଘ ୫ଖଣ୍ଡ, ପାରାଦୀପ ପୋର୍ଟ କନଷ୍ଟ୍ରକସନ ମଜଦୁର କଂଗ୍ରେସ ୦ ସହିତ ପାଇଥିବା ସ୍ଥଳେ ନାକଚ ୬ଖଣ୍ଡ ଭୋଟ ହୋଇଥିଲା । ଆଜିର ନିର୍ବାଚନରେ କେନ୍ଦ୍ରୀୟ ଶ୍ରମ କମିଶନର ନିର୍ବାଚନର ପରିଚାଳନା କରିଥିଲେ ।

0
0
0
s2sdefault