ହେଡଲାଇନସ୍:

ନବୀନଙ୍କ ଉଚ୍ଚତାକୁ ଆହୁରି ବଢାଇବ ‘ଦି ଟଲମ୍ୟାନ ବିଜୁ ପଟ୍ଟନାୟକ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯୋଗ ଦେବେ ଦିଗ୍ଗଜ ଦେବଗୌଡା, ଆଡଭାନୀ ଆଉ ୟେଚୁରୀ 

ଭୁବନେଶ୍ୱରୁ ମାନସୀ ମିଶ୍ର  : ସାଧାରଣ ନିର୍ବାଚନ ଆହୁରୀ  ପ୍ରାୟ ବର୍ଷେ ଥିବା ବେଳେ ଓଡିଶାରେ କାହିଁକି କେଜାଣି ନିର୍ବାଚନୀ ବାତାବରଣ ସୃଷ୍ଟି ହୋଇଛି  । ଆଉ ଲାଗୁଛି ସେ ଯେମିତି ନିର୍ବାଚନ ପ୍ରଚାର ଚାଲିଛି  । ଶୋଇଥିବା ରାଜନୈତିକ ଦଳ ଭିତରେ ଶବ୍ଦର ଗୁଳିବିନିମୟ ଚାଲିଛି । ହେଲେ ଗୋଟିଏ କଥା ସତ ଯେ, ବିଜେପି ଓ କଂଗ୍ରେସ ଯେତେ ଉଦ୍ୟମ କଲେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦେହରେ କଳଙ୍କ ବୋଳିବାରେ ସକ୍ଷମ ହୋଇନାହାନ୍ତି  । ତଥାପି ଉଦ୍ୟମ ଚାଲିଛି ତାଙ୍କ ଙତାଙ୍କ ନାଁରେ କଳଙ୍କ ବୋଳିବା ପାଇଁ, ଯାହାକୁ କି ଲୋକ ବିଶ୍ୱାସ କରିପାରିବେ ବା ଭୋଟର ବିତସ୍ପୃହ ହେବେ  । ସେପଟେ ନବୀନ ବାବୁଙ୍କ ପାଇଁ ଟ୍ରମ୍ପକାର୍ଡ ବିଜୁ ବାବୁ ହୋଇଥିବା ବେଳେ  ଲୋକଙ୍କର ଶ୍ରଦ୍ଧା ମଧ୍ୟ ନବୀନ ବାବୁଙ୍କ ପ୍ରତି ଏଯାବତ ଅତୁଟ ରହିଛି  । ଯଦିଓ ରାଜ୍ୟରେ ହୋଇଥିବା  କେତେକ ଦୁର୍ନୀତି ଉପରେ ବିରୋଧୀ ପକ୍ଷରୁ ହାମର କରାଯାଇଆସୁଛି  । ହେଲେ ନବୀନ ବାବୁଙ୍କ ଉପରକୁ କିଏ କାଳି ଟିକେ ଛାଟି ଦେଲା ସେପଟେ ତାଙ୍କୁ ମିଳଥିବା ସମ୍ମାନ ଓ ବାହାବା ତାଙ୍କ ଭାବମୂର୍ତ୍ତିକୁ ପୂଣି ଦାଉଦାଉ କରିଦେଉଛି  । ଏବେ ସେଭଳି କିଛି ଘଟଣା ଘଟିବାକୁ ଯାଉଛି ଯାହା ନବୀନ ବାବୁଙ୍କୁ ପ୍ରଶଂସା ଆଣିଦେବ  । ତାଙ୍କ ଶାସନ ପ୍ରଶାସନିକ ଦକ୍ଷତା ଓ ତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ସୋସିଆଲ ସିକୁ୍ୟରିଟି ମେଜରକୁ ବିଚାରକୁ ନେଇ ତାଙ୍କ ଶ୍ରେଷ୍ଠତାର ପୁରସ୍କାର ଦେବାକୁ ଯାଉଛି  । ଆଉ ସେ ପୁରସ୍କାର ନେଇ ଆସିବା ବେଳେ ତାଙ୍କୁ ବିମାନ ବନ୍ଦରଠାରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଛି  । କେବଳ ସେତିକି ନୁହେଁ ଆହୁରି ଗୋଟାଏ ବଡ କାର୍ଯ୍ୟକ୍ରମ ହେବାକୁ ଯାୁଛି ଯାହାକି ନବୀନ ବାବୁଙ୍କ ଉଚ୍ଚତାକୁ ବଢାଇଦେବେ  । ମାନେ ତାଙ୍କ ଲୋକପ୍ରିୟତା ନବଡୁ ପଛକେ ବିରୋଧୀ ଦଳଙ୍କ ଶାଣିତ ଆକ୍ରମଣରେ କମିବ ନାହିଁ  ।  ଆଉ ସେଡି କାର୍ଯ୍ୟକ୍ରମଟି ହେଲା ‘ଦି ଟଲ୍ ମ୍ୟାନ ବିଜୁ ପଟ୍ଟନାୟକ’ ପୁସ୍ତକର ଉନ୍ମୋଚନ  ।  କାରଣ ଏହି କାର୍ଯ୍ୟମରମରେ ଯୋଗ ଦେଉଥିବା ନେତାମାନେ ଓଡିଶା ବାସୀଙ୍କ ମନରେ ସ୍ୱର୍ଗତ ବିଜୁ ବାବୁଙ୍କ ସ୍କୃତିକୁ ଓଡିଶାବାସୀଙ୍କ ଭିତରେ ତାଜା କରିବା ସହ ନବୀନ ବାବୁଙ୍କ ପାଇଁ ନିହାତି ଭାବେ ଭାବମୂର୍ତ୍ତୀ ମରାମତି ବା ବଢାଇବାରେ ସହାୟକ ହେବ, ଏଥିରେ ସନେ୍ଦହ ନାହିଁ  ।  

“ଦି ଟଲମ୍ୟାନ ବିଜୁ ପଟ୍ଟନାୟକ”ର ଉନ୍ମୋଚନ କାର୍ଯର୍୍ୟକ୍ରମ  ବିଷୟରେ ସୂଚନା ଦିଆଯାଇଛି ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ  । ‘ଦି ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ ଉତ୍ସବ ଜାନୁଆରୀ ୨୭ ତାରିଖରେ ଭୁବନେଶ୍ୱରସ୍ଥ ଉକ୍ରଳ ମଣ୍ଡପରେ ଅପରାହ୍ଣ ୪.୩୦ରେ ଅନୁଷ୍ଠିତ  ହେବ । ଏହି ପୁସ୍ତକ ଉନ୍ମୋଚନ ଉତ୍ସବକୁ ବିଶିଷ୍ଟ ଅତିଥି ଭାବେ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବଗୌଡ଼ା, ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଏବଂ କମ୍ୟୁନିଷ୍ଟ  ନେତା ସୀତାରାମ ୟେଚୁରୀ ଯୋଗଦେବେ । ବିଶିଷ୍ଟ ଲେଖକ ତଥା ଗବେଷକ ସୁନ୍ଦର ଗଣେଶନ୍ଙ ଦ୍ୱାରା ସଂକଳିତ ଏହି ପୁସ୍ତକରେ ବିଜୁବାବୁଙ୍କ ଜୀବନ ଓ ବହୁମୁଖୀ ବ୍ୟକ୍ତିତ୍ୱର  ବିଭିନ୍ନ ଦିଗ ସଂପର୍କରେ ସବିଶେଷ ତଥ୍ୟ ସହ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରାଯାଇଛି । ବିଶିଷ୍ଟ ସାମ୍ବାଦିକ, ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ପ୍ରଭୁ ଚାୱାଲା ଏହି ପୁସ୍ତକଟି ସମୀକ୍ଷା କରିବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ସଭାପତିତ୍ୱ କରିବେ ବୋଲି ବିଜୁ ପଟ୍ଟନାୟକ ଶତବାର୍ଷିକୀ କମିଟିର ଆବାହକ ବେଦପ୍ରକାଶ ଅଗ୍ରୱାଲା, ଜାତୀୟ ଓ ଆନ୍ତର୍ଜାତୀୟ ସମନ୍ୱୟ କମିଟିର ଆବାହକ ଦେବୀ ପ୍ରସାଦ ମିଶ୍ର, ସ୍ମରଣିକା ଓ ଡକୁ୍ୟମେଶନର ଆବାହକ ଅଶୋକ ଚନ୍ଦ୍ର ପଣ୍ଡା, ସମନ୍ୱୟ କମିଟିର ଆବାହକ ତଥାଗତ ସତପଥୀ ଆଜି ଭୁବନେଶ୍ୱର ସ୍ପେଶାଲ ସର୍କିଟ୍ ହାଉସ୍ ରେ  ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ବିଜୁବାବୁଙ୍କୁ ଭଲ ପାଉଥିବା, ବିଜୁବାବୁଙ୍କ ସହିତ କାମ କରିଥିବା ତଥା ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଯୁବ-ଛାତ୍ର ବର୍ଗ ଓ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରି ରାଜ୍ୟତଥା ଦେଶକୁ ଗୌରାବନ୍ୱିତ କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଜୁ ପଟ୍ଟନାୟକ ଶତବାର୍ଷିକୀ କମିଟି ପକ୍ଷରୁ ଅନୁରୋଧ କରାଯାଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ପଟ୍ଟନାୟକ ଶତବାର୍ଷିକୀ କମିଟିର ଆବାହକ ବେଦପ୍ରକାଶ ଅଗ୍ରୱାଲା, ଜାତୀୟ ଓ ଆନ୍ତର୍ଜାତୀୟ ସମନ୍ୱୟ କମିଟିର ଆବାହକ ଦେବୀ ପ୍ରସାଦ ମିଶ୍ର, ସ୍ମରଣିକା ଓ ଡକୁୁମେଶନର ଆବାହକ ଅଶୋକ ଚନ୍ଦ୍ର ପଣ୍ଡା, ସମନ୍ୱୟ କମିଟିର ଆବାହକ ତଥାଗତ ସତପଥୀ, ସଦସ୍ୟ ଅତନୁ ସବ୍ୟସାଚୀ ନାୟକ, ସଂଜୟ କୁମାର ଦାସବର୍ମା, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମ ଜରିଆରେ ଦଳମତ ନିର୍ବିଶେଷରେ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ଭଲ ପାଉଥିବା ସମସ୍ତ ବ୍ୟକ୍ତିବିଶେଷ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ଶତବାର୍ଷିକୀ କମିଟି ପକ୍ଷରୁ ନିବେଦନ କରାଯାଉଛି ବୋଲି ସୂଚନା ଦେଇଥିଲେ ।

0
0
0
s2sdefault