ହେଡଲାଇନସ୍:

ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣଙ୍କ ଅହିଂସା ପଦଯାତ୍ରାରେ ଯୋଗଦେଲେ ପିସିସି ସଭାପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର– ଜୈନ ତେରାପନ୍ଥର ଏକାଦଶତମ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣ ନିଜର ଧବଳ ବାହିନୀ ସହ ଅହିଂସା ପଦଯାତ୍ରାରେ ଭାରତ ଭ୍ରମଣ କରିବା ପରିପ୍ରେକ୍ଷୀରେ ଭୁବନେଶ୍ୱର ଠାରେ ପହଂଚିଛନ୍ତି । ଆଜି ପ୍ରତ୍ୟୁଷରେ  ଆଚାର୍ଯ୍ୟ ନିଜର ଧବଳ ବାହିନୀ ସହ ସହର ମଧ୍ୟସ୍ଥ ଜୈନ କିର୍ତୀ ସମୃଦ୍ଧ ଉଦୟଗିରି ପାଦଦେଶ ପର୍ଯ୍ୟନ୍ତ ପଦଯାତ୍ରା କରିବା ଅବସରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି  ପ୍ରସାଦ ହରିଚନ୍ଦନ ଆଚାର୍ଯ୍ୟଙ୍କୁ ସ୍ୱାଗତ କରି ପଦଯାତ୍ରାରେ ସାମିଲ ହୋଇଥିଲେ । ଶ୍ରୀ ହରିଚନ୍ଦନ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣଙ୍କର ସାନିଧ୍ୟ ଲାଭ କରି ଆର୍ଶୀବାଦ ଭିକ୍ଷା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣ ଏହି ଅହିଂସା ଯାତ୍ରା ମାଧ୍ୟମରେ ଲୋକ ମଧ୍ୟରେ ସଦ୍ଭାବନା, ନୈତିକତା ଏବଂ ନିଶାମୁକ୍ତି ପାଇଁ ସଚେତନତା ସୃଷ୍ଟି କରୁଛନ୍ତି । ଏହି ପଦଯାତ୍ରାରେ ଶ୍ରୀ ହରିଚନ୍ଦନଙ୍କ ସହ ପିସିସି ଉପସଭାପତି ଡ ଯୁଧିଷ୍ଠିର  ଜେନା, ମୁଖପାତ୍ର ଡ. ଲଲାଟେନ୍ଦୁ ମହାପାତ୍ର, ସୌଗତ ମହାନ୍ତି, ସଂପାଦକ ଦେବାଶିଷ ଭୂୟାଁ ଓ ସୁଶାନ୍ତ ତି୍ରପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault