ହେଡଲାଇନସ୍:

ଜିଲ୍ଲା ପରିଷଦ ଉପ-ନିର୍ବାଚନ : ପ୍ରଚାରରେ ବିଜେଡି ସଂଖ୍ୟାଲଘୁ ସେଲ ରାଜ୍ୟ ସଭାପତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାଲେଶ୍ୱର/ Ujjwal kar : ଆସନ୍ତା ୧୯ ତାରିଖରେ ହେବାକୁ ଥିବା ୨୬ନଂ ଜୋନ ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ ସଂପ୍ରତି ପ୍ରମୁଖ ରାଜନୈତିକ ଦଳମାନଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋର ଚାଲିଥିବା ବେଳେ ରାଜ୍ୟସ୍ତରୀୟ ନେତାଙ୍କ ଆଗମନ ଆରମ୍ଭ ହୋଇଛି । ତେବେ ଭୋଟରଙ୍କୁ ମନାଇବାରେ ଅନ୍ୟାନ୍ୟ ଦଳ ଅପେକ୍ଷା ବିଜେଡି ଗୋଟିଏ ପାଦ ଆଗରେ ଥିବା  ଆଲୋଚନା ହେଉଛି । ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ପକ୍ଷରୁ ପରିଖି ପଞ୍ଚାୟୟତରେ ମଧ୍ୟ ଏକ ନିର୍ବାଚନୀ ସଭା ଅନୁଷ୍ଠିତ  ହୋଇଯାଇଛି । ବିଜୁ ଜନତା ଦଳର ସଂଖ୍ୟାଲଘୁ ସେଲ ରାଜ୍ୟ ସଭାପତି ମୁନା ଖାଁ ଏଥିରେ ଯୋଗଦେଇ କେନ୍ଦ୍ରର ବିଜେପି ସରକାରକୁ ଦୃଢ ସମାଲୋଚନା କରିଥିଲେ । କେନ୍ଦ୍ରର ଅବହେଳା ସତ୍ତେ୍ୱ ଓଡିଶାର ଲୋକପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ଅଭୁତପୂର୍ବ ବିକାଶ ହୋଇପାରିଛି ବୋଲି ସେ କହିଥିଲେ । ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ଯୋଗଦେଇ ବିଜୁ ଜନତା ଦଳର ର୍ପାଥିଙ୍କୁ ଜିତାଇ ମୂଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବାକୁ ଭୋଟରମାନଙ୍କୁ ଆହ୍ୱାନ ଦେଇଥିଲେ । ସଦର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ଉନ୍ନତି ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ କମଳ କୁମାର ସାହୁଙ୍କୁ ଭୋଟ ଦେଇ ୨୬ନଂ ଜୋନର ପ୍ରଗତିରେ ସାମିଲ ହେବା ନିମନ୍ତେ ଶ୍ରୀ ଜେନା ଜନସାଧାରଣଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବ୍ରିଟ୍ ଅଧ୍ୟକ୍ଷ ଗୌରୀ ରାଉତ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶୁଭେନ୍ଦୁ ମଙ୍ଗରାଜ, ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ସିମନ ଦାସମହାପାତ୍ର, ବିଜେଡି ମିିଡିଆ ସଂଯୋଜକ ରଘୁନାଥ ଲେଙ୍କା ପ୍ରମୁଖ ଯୋଗଦେଇ ବିଜୁ ଜନତା ଦଳର ପାର୍ଥୀ କମଲ କୁମାର ସାହୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ନିବେଦନ କରିଥିବା ବେଳେ ବିଜୁ ଜନତା ଦଳର ପାର୍ଥୀ କମଲ କୁମାର ସାହୁ ଏହି ସଭାରେ ଉପସ୍ଥିତ ରହି ୨୬ନଂ ଜୋନରେ ସର୍ବାଙ୍ଗୀନ ଉନ୍ନତି ପାଇଁ ନିରନ୍ତର ପ୍ରଚେଷ୍ଟା କରିବେ ବୋଲି କହିଥିଲେ । ଏହି ଅବସରରେ ଅନ୍ୟ ଦଳମାନଙ୍କୁ ଆସି ନୂତନ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ନେତା ଓ ର୍କମୀଙ୍କୁ  ନେତାମାନେ ସ୍ୱାଗତ କରିବା ସହ ଆଗାମୀ ର୍ନିବାଚନରେ ବିଜୁ ଜନତା ଦଳ ଶକ୍ତିଶାଳୀ ହେବ ଦଳୀୟ ନେତାମାନେ ବୋଲି କହିଥିଲେ । 

0
0
0
s2sdefault