ହେଡଲାଇନସ୍:

ଦାମଙ୍କ ସହ ଶରଦ ଯାଦବଙ୍କ ଆଲୋଚନା !!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାକରା ପାଇ ଯାଇଥିଲେ ଇସ୍ତଫା ଦେଇଥାନ୍ତେ ଦାମ, ନଯିବାରୁ ବହିଷ୍କାର  

ଭୁବନେଶ୍ୱରରୁ ମାନସୀ ମିଶ୍ର : ଶୁକ୍ରବାର ମନ୍ତ୍ରୀମଣ୍ଡଳରୁ ବିଦା କରିବା,  ତାପର ଦିନ ତାଙ୍କଠାରୁ  ଦଳୀୟ ଉପସଭାପତି ଓ ପର୍ଯ୍ୟବେକ୍ଷକ  ପଦ କାଢିନେବା ହଠାତ ଯେପରି ପୂର୍ବ ପ୍ରସ୍ତୁତି ସହ ଯୋଜନାବଦ୍ଧ ଭାବେ  ହୋଇଥିଲା | ସତେ ଯେମିତି  କାହାର ଇଙ୍ଗିତରେ ଘଟିଯାଉଥିଲା ସବୁ | ଘଟିଗଲା, ବିଜୁ ଜନତା ଦଳର ବରିଷ୍ଠ ମନ୍ତ୍ରୀ ବା ବିଜୁ ଲିଗାସୀର ନେତା ଦାମୋଦର ରାଉତ ବୁଝିବା ଆଗରୁ ସବୁକିଛି ଘଟିଗଲା | ହେଲେ ଦାମ ବାବୁ ପରିସ୍ଥିତି ଚଳାଇବା ପାଇଁ ଅତ୍ୟନ୍ତ ସଂଜମତାର ସହ "ମୁଖ୍ୟମନ୍ତ୍ରୀଙ୍କ ଇଛାଧିନ, ମନ୍ତ୍ରୀ ହେବା କଣ ସାମ୍ବିଧାନିକ ଅଧିକାର କି " ବୋଲି କହି ପରିସ୍ଥିତିକୁ ହାଲ୍କା କଲେ ! ହେଲେ ଭିତରେ ଭିତରେ ଦାମବାବୁଙ୍କ ଅଂତରବେଦନା ଅଜାଗା ଘା ଭଳି, କ୍ଷତ ଦେଖେଇ ହେଉନି କି ଦେଖି ହେଉନି ! ଯନ୍ତ୍ରଣା କହି ହେଉନି କି ସହି ହେଉନି ! ହେଲେ ଶନିବାର ତାଙ୍କ ସହ କିଏ କଥା ହୋଇଛନ୍ତି କି ନାହିଁ ଜଣାନାହିଁ, ହେଲେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜନତା ପରିବାରକୁ ଏକ କରିବାକୁ ଆଣ୍ଟା ଭିଡିଥିବା ପୂର୍ବତନ ଜନତା ଦଳ ରାଷ୍ଟ୍ରୀୟ ସଭାପତି ଶରଦ ଯାଦବ  କୁଆଡେ ଦାମ ବାବୁଙ୍କ ସହ କଥା ହୋଇଛନ୍ତି ! ସେମାନେ କଣ ଆଲୋଚନା କରିଛନ୍ତି ସେ ବିଷୟ ଯଦିଓ ଜଣାନାହିଁ, ତଥାପି ସାମ୍ପ୍ରତିକ ପରିସ୍ଥିତିରେ ସେମାନଙ୍କ ଆଲୋଚନାକୁ ସାମାନ୍ୟ ଗୁରୁତ୍ୱ ଦିଆଯାଇପାରେ ! ଆସନ୍ତା ସପ୍ତାହରେ ବା ଜାନୁୟାରୀ ଦ୍ଵିତୀୟ ସପ୍ତାହରେ ଶରଦ ଓଡିଶା ଆସୁଛନ୍ତି ! ଜନତା ଦଳର ପୁରୁଣା ବନ୍ଧୁ ମାନଙ୍କୁ ଏକାଠି କରି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି | ଫଳ କଣ ହେବା ତାହା ଭିନ୍ନ କଥା , ବିଜେପି ରୁ ବିଜୟଙ୍କ ଏକଜିଟ ଆଉ ମନ୍ତ୍ରୀ ମଣ୍ଡଳରୁ ଦାମଙ୍କ ବହିଷ୍କାର ସର୍ବୋପରି କୀଚଚି ପୁରୁଖା ନେତା(ପୂର୍ବ ଜନତା ଦଳର) ଏକାଠି ହେବାର ଉଷ୍ମ କରୁଥିବା ଯୋଗୁ କିଛି ବି ଘଟଣା ଘଟିଯାଇପାରେ ! 

 ଶୁକ୍ରବାର ଦିନ ହଠାତ ମୁଖ୍ୟମନ୍ତ୍ରୀ ଦିନ ବେଳା ସଚିବାଳୟରୁ ମଧ୍ୟାହ୍ନଭୋଜନ ପାଇଁ ଯିବା ପୂର୍ବରୁ ମନ୍ତ୍ରୀ ଡ. ରାଉତଙ୍କୁ ତୁରନ୍ତ ଦେଖାକରିବାକୁ ଡକାଇଥିଲେ  । ବୋଧହୁଏ ତାଙ୍କୁ ଡାକି ଇସ୍ତଫା ଦେବାକୁ କହିଥାନ୍ତେ !!!! ଡା. ରାଉତଙ୍କ ଚାମ୍ବରକୁ ଏନେଇ ଫୋନ  ଆସିଥିଲା । ଯେହେତୁ ଡା. ରାଉତ ଭୁବନେଶ୍ୱରରେ ନଥିଲେ ତେଣୁ ଭୁବନେଶ୍ୱର  ଫେରିଲା ବେଳକୁ ଡେରି ହୋଇଯାଇଥିଲା ଏବଂ ଡା. ରାଉତ ବିଳମ୍ବ ହୋଇଯାଇଥିବାରୁ ଆଉ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିବାକୁ ସନ୍ଧ୍ୟା ସୁଦ୍ଧା ଗଲେ ନାହିଁ । ତଥାପି ନବୀନ ବାବୁ ଆପେକ୍ଷା କରିଥିଲେ, ଆଉ ନ ଆସିବା ଯୋଗୁ କୁଆଡେ କ୍ଷୁବ୍ଧ ହୋଇଥିଲେ । ଆଉ ସଂଧ୍ୟାବେଳକୁ ଆଉ ଅପେକ୍ଷା ନକରି କଡା ଆଭିମୁଖ୍ୟ ସନ୍ଧ୍ୟାରେ ଗ୍ରହଣ କରି  ଗଣମାଧ୍ୟମକୁ କହିଦେଇଥିଲେ ଯେ ଦାମଙ୍କ ବହିଷ୍କାର କରାଗଲା ।

ଏପର୍ଯ୍ୟନ୍ତ ଠିକ ଥିଲା | ଓକେ.....ଚାଲିବ | ମନ୍ତ୍ରୀ କରିବା ନକରିବା ମୁଖ୍ୟମନ୍ତ୍ରୀଙ୍କ ଇଛାଧିନ | ହେଲେ ଶନିବାର ଯାହା  ହେଲା ତାହା ଦାମ ବାବୁଙ୍କ ଭଳି ଅଭିଜ୍ଞ ନେତାଙ୍କ ପ୍ରତି ଚରମ ଅପମାନ`| ଶନିବାର ବିଜୁ ଜନତା ଦଳର ଉପସଭାପତି ପଦବୀ ଏବଂ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ମଧ୍ୟ ଦାମ ବାବୁଙ୍କୁ ଅବ୍ୟାହତି ଦିଆଗଲା  । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯିବା ଯିବା ପୂର୍ବରୁ ଶ୍ରୀ ରାଉତଙ୍କୁ  ଉଭୟ ପଦବୀରୁ ଅବ୍ୟାହତି ଦେବା ନିଷ୍ପତ୍ତି ନେଇଗଲେ ! ଆଗକୁ ଦାମବାବୁଙ୍କ ବିରୋଧରେ ଆଉ କଣ କାର୍ଯ୍ୟାନୁସ୍ଥାନ ନିଆ ଯାଇପାରେ । 

ହେଲେ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏତେ ଦିନ ଲାଗିଲା କାହିଁକି ? ବ୍ରାହ୍ମଣ ପ୍ରସଙ୍ଗରେ ସେ ଯାହା କହିଲେ ତାହା ରାଜନୈତିକ ଅପରାଧ ହେଲେ ବି କେତେକାଂଶରେ  ଭୁଲ ନୁହେଁ  | କିଛି ସାୱଭିମାନୀ ବ୍ରାହ୍ମଣ ଭୋକରେ ରହିବେ ସିନା ଭିକ ମାଗିବେ ନାହିଁ | ହେଲେ ଅନେକ ବ୍ରାହ୍ମଣ ପରା ଆଗରେ ହାତ ଝୁଂକେଇବାକୁ ନିଜ ଅଧିକାର ବୋଲି ଭାବିଥାନ୍ତି ! ଛାଡ...ସେ ରାଜନୀତିକୁ ଯିବା ନାହିଁ ! ୟା ପଛରେ ଦୁଇଟି କାରଣ ବୋଲି କୁହାଯାଇପାରେ | ପ୍ରଥମ ହେଲା ଦାମ ବାବୁଙ୍କ ପ୍ରତି ନବୀନ ବାବୁଙ୍କ ଅଲରଜି ଅବା ଦାମ ବାବୁଙ୍କୁ ହଟାଇବା ପାଇଁ ଅଦୃଶ୍ୟ ଚାପ | କାରଣ ବିବାଦୀୟ ବୟାନ ଦାମବାବୁ ପ୍ରାଥଣମ ଥର ଦେଇ ନାହାଁନ୍ତି | ପ୍ରତି ମାସେ ଦୁଇମାସ ବ୍ୟବଧାନରେ ସେ କିଛି ବିବାଦ ଠିଆ କରାଇବାଟା ଥୟ |  ଅତୀତରେ ଦଳିତ (ହିରଜନ)ଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇ ସେ ବିବାଦୀୟ ହୋଇଥିଲେ  । କଥା ଜାତୀୟ ଦଳିତ ଆୟୋଗ ପର୍ଯ୍ୟନ୍ତ ଗଲା | ଯେଉଁଥିପାଇଁ ତାଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଅଂଚଳରେ ଆନ୍ଦୋଳନ ମଧ୍ୟ ତେଜିଥିଲା । ଶେଷରେ ଡା ରାଉତ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିବା ସହ ସେଥିପାଇଁ ଦୁଃଖ ପ୍ରକାଶ ମଧ୍ୟ କରିଥିଲେ । 

ସହିପରି ନବୀନ ବାବୁଙ୍କୁ ଧୃତରାଷ୍ଟ୍ର ବୋଲି କହି ଦାମଙ୍କୁ ଶ୍ରୀଖଣ୍ଡି ବୋଲି କହିଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଙ୍କ ଉଦ୍ଦେଶ୍ୟରେ " ଘଇତା ଛାଡି ଆଙ୍ଗନବାଡୀ" ବୋଲି ମନ୍ତବ୍ୟ ଦେଇଥିଲେ ବିଂଝାରପୁରର ଏକ ସଭାରେ ! ବିଜେପି ଆଙ୍ଗନବାଡୀ କର୍ମୀଂକୁ ଲଗାଇ ଆନ୍ଦୋଳନ କରିଥିଲା |  ତାହା ବିଜେଡିର ମହିଳା ଭୋଟ ବ୍ୟାଙ୍କ ଉପରେ ପ୍ରଭାବ ପକାଇବାର ଆଶଙ୍କା ଥିବା ବେଳେ  ଦାମ ବାବୁ ପରେ  ଏହି କଥା ପାଇଁ ଫେରେଇ ନେବା ସହ ନିଜର ବକ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଥିଲେ  ।  କାଇଁ ...ସେତେବେଳେ ନବୀନ ବାବୁ ଦାମଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କଲେନି ??????

 ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି ବୋଲି ବିବାଦୀୟ ହୋଇପଡିଥିଲେ  । ଥିଲା ଏବେ ନଗଦରେ ଡା. ରାଉତ ବ୍ରାହ୍ମଣ ଭିକ୍ଷା ମାଗନ୍ତି ବୋଲି ମନ୍ତବ୍ୟ ଦେଇ ସବୁଠାରୁ ଅଧିକ ବିବାଦୀୟ ହୋଇଛନ୍ତି  । ପୁରୀ ଶ୍ରୀକ୍ଷେତ୍ର ବ୍ରାହ୍ମଣ ସମାଜ ଡା. ରାଉତଙ୍କ ବିବାଦୀୟ ବୟାନକୁ ତୀବ୍ର ନିନ୍ଦା କରିବା ସହ ଏଥିପାଇଁ ସେ ନିସର୍ତ୍ତ କ୍ଷମା ପ୍ରାର୍ଥନା ନକଲେ ରାଜ୍ୟ ବ୍ୟାପୀ ଆନ୍ଦୋଳନ  ହେବ ବୋଲି ଧମକ ଦେଇଥିଲେ । ଆଉ ପୂର୍ବଥର ପରି ନିଜ କଥାକୁ ଫେରାଇନେଇ ଦୁଖପ୍ରକାଶ କରାଯାଇପାରିଥାନ୍ତା ଦାମ ବାବୁଙ୍କ ଦ୍ୱାରା | ହେଲେ ସେମିତି      କିଛି ଚାପ ହୋଇନଥିଲା ଘାଇତା ଛାଡି ଅଙ୍ଗନବାଡି ଭଳି ନିଆଁ ବି ଜୋର ଲାଗି ନଥିଲା ! ହେଲେ ଦାମ ବାବୁଙ୍କୁ ତୁରନ୍ତ ବହିଷ୍କାର କରିବା ପଛରେ କୁଆଡେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଚାପ ଥିଲା ବୋଲି ଚର୍ଚ୍ଚା ହେଉଛି ! ଆଉ ସେଠି ପାଇଁ ଦାମବାବୁଙ୍କବି ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପରେ ତାଙ୍କୁ ଦଳ ଭିତରେ ବି ଏକ ଘରିକିଆ କରିଦେଲେ ଦଳୀୟ ପଦବୀ ଓ ଦାଇତ୍ୱରୁ ଅବ୍ୟାହତି ଦେଇ | ସେ ପୁରୀ ପ୍ରତିଷ୍ଠା ଦିବସକୁ ଯିବେ କି  ନାହିଁ ତାହା ବି ଏବେ ଜଣା ନାହିଁ ! ତେଣୁ ଗୋଟିଏ ଗୁଳିରେ ତିନୋଟି ଶିକାର କଳାଏ ନବୀନ ବାବୁ | ଗୋଟିଏ ହେଲା ରାଗିଥିବା ବ୍ରାହ୍ମଣଙ୍କ ରାଗ ଥମାଇବା, ଦ୍ଵିତୀୟ ହେଲା ଦାମ ବାବୁଙ୍କ ପ୍ରତି ତାଙ୍କର ଥିବା ବାଧ୍ୟବାଧକତା ଅବା ଆଲରଜିରୁ ମୁକ୍ତି ପାଇବା ସର୍ବୋପରି କେନ୍ଦ୍ରମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ! ତେଣୁ କିଛିଲୋକଙ୍କ କହିବା ଅନୁଯାୟୀ ଏବେ ନବୀନ ବାବୁ ଆସନ୍ତା ୫ଟି ରାଜ୍ୟର ନିର୍ବାଚନ ପର୍ଯ୍ୟନ୍ତ  ବିଜେପିକି ହୁରୁଡେଇବାକୁ ଚାହୁଁନାହାନ୍ତି ନିଜ ସୁରକ୍ଷା ପାଇଁ | ଆବଶ୍ୟକ ସ୍ଥଳେ ଓଡିଶାରେ ୨୦୦୯ ଭାଙ୍ଗିଥିବା ମଧୁଚନ୍ଦ୍ରିକା ର ଦ୍ଵିତୀୟ ଇଂନିଙ୍ଗସ ଆରମ୍ଭ ବି ହୋଇପାରେ | ସେଥିପାଇଁ ସେହି କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱପୂର୍ଣ ଭୂମିକା ନେଇ ପାରନ୍ତି ! ଆଉ ବିଜେପି ଟାର୍ଗେଟରେ ଥିବା ତୃତୀୟ ମହଲାର ଜଣେ ଅଧିକାରୀ ଆଉ ବିବାଦରେ ଫସି ମନ୍ତ୍ରୀମଣ୍ଡଳରୁ ବିଦା ହୋଇ ଥିବା ଦୁଇ ଯୁବ ନେତାଙ୍କ ମାଧ୍ୟମରେ ଏବେ ଗୋଟାଏ ପାଲିଟିକାଲ ଖେଳ ଚାଲିଛି ବିଲି ଚର୍ଚା ହେଉଛି ! କାରଣ ସେ ଅଧିକାରିଙ୍କ ଉପରେ ବିଜେପି ନେତାମାନେ ଆଗରୁ  ନିଆଁ ବର୍ଷୁଥିଲେ ! ଆଉ ଏବେ କୁଆଡେ ସେଟଟିଙ୍ଗ ହୋଇଯାଇଛି, ଆଉ ତାଙ୍କ ମାଧ୍ୟମରେ ଏବେ ବିଜେପି ୨୦୧୯ ପାଇଁ କ୍ଷେତ୍ର ପ୍ରସ୍ତୁତି କରୁଛି `| ଆଉ ଏଇ ଅଭିଯୋଗ ଯଦି ସତ ହୁଏ ତେବେ ସାଙ୍ଘାତିକ, ବିଜେଡି ଆଉ ନବୀନ ବାବୁ ବେକମୁଣ୍ଡା ସରି ହେବା ସାରା ହେବ ! ତେଣୁ କାହାକଥାରେ ବି ହେଉ ନବୀନ ବାବୁ ନିଜ ଦେହରେ ଲାଗିଥିବା ଧୂଳି ଝାଡ଼ିବା ତଥା ପରିସ୍ଥିତିକୁ ଅଧିକ ଜଟିଳ ନକରିବାକୁ ନବୀନ ବାବୁ ଏପରି କରିଥାଇ ପାରନ୍ତି | ଆଉ କେହି କେହି କହୁଛନ୍ତି ବିଜେପୁର ନିର୍ବାଚନକୁ ନିଜ ସପକ୍ଷରେ ନେବା ପାଇଁ ବା ବ୍ରାହ୍ମଣ ବିବାଦରେ ପୂର୍ଣ୍ଣଛେଦ ପକାଇବା ପାଇଁ ନବୀନ ବାବୁ ଏଇଆ କରିଥାଇ ପାରନ୍ତି | 

ଅନ୍ୟପକ୍ଷରେ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ଏବଂ ତାଙ୍କରି ଆଦର୍ଶରେ ଅଛି ଏବଂ ମୃତ୍ୟୁ ପର୍ଯ୍ୟନ୍ତ ସେହି ଆଦର୍ଶରେ ରହିବି  ବୋଲି ଡା. ରାଉତ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସାଧାରଣ ଜନତା ହେଉଛନ୍ତି ମୋର ପଭୁ । ସେମାନଙ୍କର କାମ କରିବା ମୋର କାମ୍ୟ ବୋଲି ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ପ୍ରକାଶ କରିଛନ୍ତି । ମନ୍ତ୍ରୀ ପଦ ଚାଲିଗଲେ ମଧ୍ୟ ବିଧାୟକ ହିସାବରେ କାମ କରିବାରେ କୌଣସି ଅସୁବିଧା ନାହିଁ  । ଲୋକଙ୍କର ଆହୁରି ନିକଟତର ହେବାର ସୁଯୋଗ ମିଳିବ । ମତେ ଲୋକମାନେ ବିଧାୟକ ହିସାବରେ ଭୋଟ୍ ଦେଇ ଓଡିଶା ବିଧାନସଭାକୁ ପଠାଇଛନ୍ତି । ମନ୍ତ୍ରୀ ହେବା ପାଇଁ ଲୋକେ ମତେ ଭୋଟ୍ ଦେଇ ନଥିଲେ ବୋଲି ସେ କହିଥିଲେ ବୋଲି କହୁଥିବା ଦାମ ବାବୁ ତାଙ୍କ ପୁରୁଣା ସାଥି ଶରଦ ଯାଦବଙ୍କ ସହ କଥାହେବା(!) ଆଉ ଶରଦ ଯାଦବ ଏବେ ଜନତା ପରିବାରର ଏକତ୍ରୀକରଣ ପାଇଁ ସ୍ଲୋଗାନ ଦେବା ସର୍ବୋପରି ଆସନ୍ତା ସପ୍ତାହରେ ଓଡିଶା ଆସିବା ବିଷୟ ଚର୍ଚାର କିଛି ଭିତ୍ତି ଆଛି ନା  କାକତାଳୀୟ ତାହା ଦେଖିବାକୁ ବାକି ରହିଲା !

 

0
0
0
s2sdefault