ହେଡଲାଇନସ୍:

ଅର୍ଥକୁ ଅନର୍ଥ କରି ବ୍ରାହ୍ମଣ ସମାଜକୁ ନିନ୍ଦିତ କରା ନଯାଉ : ଦାମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆମର ବୃତ୍ତି, ସଂସ୍କୃତି ଏବଂ ପରମ୍ପରା ସଂପର୍କରେ ମୋର ସମ୍ୟକ ନ ହେଲେ ବି ସାଧାରଣ ଜ୍ଞାନ ରହିଛି  ବୋଲି ମୁଁ ଭାବ |  ତେବେ ମୋର ଦୁର୍ଭାଗ୍ୟ ମତେ ନିନ୍ଦିତ କରିବା ପାଇଁ ଅର୍ଥକୁ ଅନର୍ଥ କରି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମତେ ସମାଲୋଚନାର ଶରବ୍ୟ କରିଥାଆନ୍ତିା ସମ୍ଭବତଃ ଏହା ରାଜନୀତିକ ଉଦ୍ଦେଶ୍ୟରୁ ପ୍ରାୟୋଜିତ ହୋଇପାରିଥାଏ ବୋଲି ମନ୍ତ୍ରୀ  ଦାମୋଦର ରାଉତ କହିଁଛନ୍ତି `| ସେ କହିଛନ୍ତି ଯେ ,ଗତ ୧୭ ତାରିଖ ସନ୍ଧ୍ୟାରେ ମାଲ୍ୟବନ୍ତ ମହୋତ୍ସବରେ ମୋର ବକ୍ତବ୍ୟ ବେଳେ ଏହି ଅଞ୍ଚଳରୁ ପ୍ରଥମେ ଧାନଚାଷ ଆରମ୍ଭ ହୋଇଥିଲା ଏବଂ ସେଇଥି ପାଇଁ ଧାନ ଚାଷର ପବିତ୍ର ସ୍ଥାନ ବୋଲି ସମଗ୍ର ବିଶ୍ୱରେ ଏ ମାଟି ଏବଂ ଜାତିକୁ ମାନ୍ୟତା ଏବଂ ସ୍ୱୀକୃତି ମିଳିଆସିଛି ବୋଲି କହିଥିଲୋ  ହଜାର ହଜାର ବର୍ଷ ତଳେ ଚାଷକୁ ବୃତ୍ତିଭାବେ ଗ୍ରହଣ କରିଥିବା ଚାଷୀ ବାତ୍ୟା, ବନ୍ୟା, ମରୁଡ଼ି, ପୋକ ଆକ୍ରମଣ ଆଦି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିଲା | ମାତ୍ର କାପୁରୁଷ ଭଳିଆ ଆତ୍ମହତ୍ୟା କରୁ ନଥିଲା| ତା'ର ମାନସିକତା ଥିଲା  ମୁଁ ସବୁ ବିପର୍ଯ୍ୟୟକୁ ସାମ୍ନା କରିବି, ଚାଷ କରି ବଞ୍ଚବି ଓ ମୋର ପରିବାରକୁ ବଞ୍ଚାଇବିା ପରିବାରକୁ ବଞ୍ଚାଇବାକୁ ଯାଇ ସେ ତା'ର ଜାତି ପାଇଁ ଅନ୍ନଦାତାା ସେ ମାନସିକତା ଓ ସେ ପରମ୍ପରା ଏବେ ବି ରହିଛିା ଏଥି ପାଇଁ କୁହାଯାଏ ଚାଷ ଆରମ୍ଭ କରିଥିବା ଆଦିବାସୀ କେବେ ଭିଖ ମାଗେ ନାହିଁ କିମ୍ବା ଆତ୍ମହତ୍ୟା କରେ ନାହିାଁ ସେହିଭଳି ଧର୍ମ ହିଁ ବିଶ୍ୱାସା ଯୁଗ ଯୁଗ ଧରି ଆମର ବିଶ୍ୱାସ ରହିଛି ଯେ ଜାତିଶ୍ରେଷ୍ଠ ବ୍ରାହ୍ମଣ-ସେମାନେ ଭିକ୍ଷା ଗ୍ରହଣ କରିଥାଆନ୍ତିା ବ୍ରତୋପନୟନ ବେଳେ ଚାରିକର୍ମ ପରେ ବ୍ରାହ୍ମଣ ପିଲା ସନ୍ନ୍ୟାସୀ ହୁଏ ଏବଂ ସେତେବେଳେ କୁହାଯାଏ "ଭଗତ୍ ଭିକ୍ଷାଂ ଦେହି' ଏବଂ ପୁଣ୍ୟ ଅର୍ଜନ କରିବା ଆଶାରେ ବ୍ରାହ୍ମଣ ସନ୍ନ୍ୟାସୀକୁ ଭିକ୍ଷା ଦିଆଯାଏା କାର୍ତ୍ତିକ ମାସ ଧର୍ମ ମାସ ହୋଇଥିବାରୁ ଗରିବ ବ୍ରାହ୍ମଣଟିଏ ଭିକ୍ଷା ମାଗିଲେ ପୂଣ୍ୟ ଅର୍ଜନ ହେଉଥିବାରୁ ତାକୁ ଭିକ୍ଷା ଦିଆଯାଏ, ଏବଂ ବ୍ରାହ୍ମଣ ଭିକ୍ଷା ଗ୍ରହଣ କରନ୍ତିା କିନ୍ତୁ ଆଦିବାସୀ ଚାଷୀ କେବେ ଭିକ୍ଷା ମାଗନ୍ତି ନାହିଁ କି ଭିକ୍ଷା ଗ୍ରହଣ କରନ୍ତି ନାହିାଁ ଏଥିରେ  ବ୍ରାହ୍ମଣ ସମାଜକୁ ତୁଚ୍ଛତାତ୍ସଲ୍ୟ କରାଗଲା ବୋଲି କିଭଳି କୁହାଯାଉଛି ଏବଂ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପରିବେଷକ ନିଜେ ବ୍ରାହ୍ମଣ ସଂପ୍ରଦାୟର ହୋଇ ନିଜର ବ୍ରତୋପନୟନ ସମୟରେ ଭିକ୍ଷା ଯାଚନା କରି ଭିକ୍ଷା ଗ୍ରହଣ କରିଥିଲେ  ମଧ୍ୟ ଏବେ ରାଜନୀତି ଉଦ୍ଦେଶ୍ୟରେ ଅନ୍ୟ ଦ୍ୱାରା ପ୍ରରୋଚିତ ହୋଇ ମୋର ବିରୁଦ୍ଧରେ ପୂଜ୍ୟ ବ୍ରାହ୍ମଣ ସଂପ୍ରଦାୟର କ୍ରୋଧର ଶରବ୍ୟ କାହିଁକି କରୁଛନ୍ତିା ମୋର ସଂସ୍କୃତି ଏବଂ ପରମ୍ପରା ଅନୁସାରେ ବ୍ରାହ୍ମଣମାନେ ନମସ୍ୟ ଏବଂ ସେମାନଙ୍କର ଆଶୀର୍ବାଦ ମିଳିଲେ ଧର୍ମ ଅର୍ଜନ କରିଥାଏା ମୁଁ ସେମାନଙ୍କୁ ତୁଚ୍ଛତାତ୍ସଲ୍ୟ କରି ଧର୍ମ ହରାଇବି କାହିଁକି ଏବଂ ମୋର ମହାନ ପରମ୍ପରା ପ୍ରତି ଅବଜ୍ଞା କରିବି କାହିଁକି? ଭିକ୍ଷା ଗ୍ରହଣ କରିବା ଏବଂ ପୂଣ୍ୟ ବିତରଣ କରିବା ବ୍ରାହ୍ମଣ ସଂପ୍ରଦାୟର ଯେଭଳି ଅଧିକାର ତାଙ୍କଠାରୁ ପୂଣ୍ୟ ଗ୍ରହଣ କରିବା ମୋର ସେମିତି ପବିତ୍ର ପରମ୍ପରାା ତେଣୁ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିମାନଙ୍କ ସଂକୀର୍ଣ୍ଣ ରାଜନୀତି ସ୍ୱାର୍ଥ ହାସଲ ପାଇଁ ଯେଉଁ ଅପପ୍ରଚାର କରାଯାଉଛି ସେଥିପାଇଁ  ମୁଁ ଦୁଃଖିତ  ଏବଂ ମର୍ମାହତ ବୋଲି ମନ୍ତ୍ରୀ  ଦାମୋଦର ରାଉତ କହିଁଛନ୍ତି

0
0
0
s2sdefault