ହେଡଲାଇନସ୍:

ବିଜେପିର ଔଦ୍ଧତ୍ୟକୁ ଶକ୍ତ ଜାବୁଡ଼ା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

୧୫୦ ଆସନ ଜିତିବାର ଗର୍ବ ଚୁରମାର୍‍ ହୋଇଛି: ବିଜୟ 

ଭୁବନେଶ୍ୱର,: ଗୁଜରାଟ ନିର୍ବାଚନ ଫଳ ପ୍ରକାଶ ପାଇଛି । ବିଜେପିର ଔଦ୍ଧତ୍ୟକୁ ଗୁଜୁରାଟବାସୀ ଶକ୍ତ ଜାବୁଡ଼ା ଦେଇଛନ୍ତି | ବିଜେପି ସରକାର ଗଠନ କରୁଥିଲେ ମଧ୍ୟ ବିଜେପିର ଅହଂକାର ଓ ଔଦ୍ଧତ୍ୟ ପ୍ରତି ପ୍ରଚଣ୍ଡ ଧକ୍କା ଲାଗିଛି । ୧୫୦ ଆସନ ଜିତିବାର ଗର୍ବ ଚୁରମାର୍‍ ହୋଇଯାଇଛି । ସମସ୍ତ କଳ, ବଳ ଓ କୌଶଳ ପ୍ରୟୋଗ କରି ବିଜେପି କ୍ଷମତାକୁ ଆସିଥିଲେ ମଧ୍ୟ ନିର୍ବାଚନ ପ୍ରଚାର ସମୟରେ ଭାରତର ପ୍ରଧାନମନ୍ତ୍ରୀ ଯେଉଁଭଳି ତଳସ୍ତରକୁ ଆସି ସାଧାରଣ ବିଜେପି କର୍ମକର୍ତ୍ତାଙ୍କ ଭଳି ଆଚରଣ ପ୍ରଦର୍ଶନ କରୁଥିଲେ, ତାହା ଆଦୌ ଶୋଭନୀୟ ନଥିଲା । ଏହା ପ୍ରଧାନମନ୍ତ୍ରୀଙ୍କ ଭଳି ଆସନର ଗରିମାକୁ କ୍ଷୁଣ୍ଣ କରୁଥିଲା । ଗଣତନ୍ତ୍ରରେ ନିର୍ବାଚନରେ ଜିତିବା ବଡ଼ କଥା ନୁହେଁ, କିନ୍ତୁ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ବେଶ୍‍ ଗୁରୁତ୍ୱପୂର୍ଣ୍ଣ । ବିଜେପି ଗୁଜରାଟରେ ନିର୍ବାଚନ ପ୍ରଚାର ସମୟରେ ଯେଭଳି କଲା, ତାହା ଗଣତନ୍ତ୍ରର ଇତିହାସରେ କଳଙ୍କ ହୋଇ ରହିବ । ଏଭଳି ପ୍ରକ୍ରିୟା ଜାରି ରହିଲେ ଭାରତର ଲୋକମାନେ ବିଜେପିକୁ ଠିକଣା ସମୟରେ ଉଚିତ୍‍ ଶିକ୍ଷା ଦେବେ ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

0
0
0
s2sdefault