ହେଡଲାଇନସ୍:

ବିଜେପି-ବିଜେଡି ଟକରାଟକରୀ : ୨୦୦ରୁ ଅଧିକ ବିଜେପି କର୍ମୀ ବିଜେଡିରେ ମିଶିଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ବିଜେପି ନେତା ଭୀଷ୍ମଦେବ ସରାଫ୍‍ଙ୍କ ନେତୃତ୍ୱରେ ୨୦୦ରୁ ଊଦ୍ଧ୍ୱର୍ ବିଜେପି କର୍ମୀ ବିଜୁ ଜନତା ଦଳରେ ଭାବେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସରପଞ୍ଚ ରାଜେଶ ସେଠ୍‍, ନିର୍ମଳ ପଟେଲ୍‍, ଦଶରଥ ପଟେଲ୍‍, ଦିବ୍ୟ କିଶୋର ବାଗ୍‍, ପର୍ଶୁରାଜ ପ୍ରଧାନ, ସଂଜୀତ ପଟେଲ୍‍, ଯଶକେତନ ବଗର୍ତ୍ତୀ, ସନ୍ତୋଷ ସାହୁ, ପବିତ୍ର ସାହୁ, ଶଙ୍କର ମଲ୍ଲିକ ପ୍ରମୁଖ ଅନ୍ତର୍ଭୁକ୍ତ । 

ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରେ ସାମିଲ ହୋଇଥିôବା ସମସ୍ତ ବିଜେପି କର୍ମୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛି । ଆଜିର ଏହି ଯୋଗଦାନ ଫଳରେ ବରଗଡ଼ ଜିଲ୍ଲାରେ ଦଳ ଆହୁରି ଶକ୍ତିଶାଳୀ ହେବ ଓ ଦଳକୁ ସୁଦୃଢ଼ କରିବା ଦିଗରେ ବିଜୁ ଜନତା ଦଳରେ ନୂତନ କର୍ମୀଙ୍କ ଯୋଗଦାନ ସହାୟକ ହେବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ । ନବୀନ ନିବାସରେ ଅନୁଷ୍ଠିତ ତ ଏହି ମିଶ୍ରଣ ସମୟରେ ମନ୍ତ୍ରୀ ପ୍ରତାପ ଜେନା, ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

 

 

0
0
0
s2sdefault