ହେଡଲାଇନସ୍:

ଯୁବ ବିଜେଡିର ଗଜପତି ଜିଲ୍ଲା କମିଟି ପୁନର୍ଗଠିତ,୫ ଉପସଭାପତି, ୫ ସାଧାରଣ ସମ୍ପାଦକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର/ଗଜପତି (ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ପାଣିଗ୍ରାହୀ) ରାଜ୍ୟ ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ଗଜପତି ଜିଲ୍ଲାର ଜିଲ୍ଲା କମିଟି ଓ ବ୍ଲକ କମିଟିର ପୁନର୍ଗଠନକୁ ଅନୁମୋଦନ କରିଛନ୍ତି ବୋଲି ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର)  ସଂଜୟ କୁମାର ଦାସବର୍ମା ସୂଚନା ଦେଇଛନ୍ତି । 

ଏକ ମିଳିତ ପ୍ରେସ୍‍ ଇସ୍ତାହାରେ ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ, କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି, ମହାସଚିବ ଶିଶିର ପରିଜା ଓ ଜୋନ୍‍ ସଭାପତି ଏମ୍‍. ଧନଞ୍ଜୟ ରେଡ୍ଡୀ ଘୋଷଣା କରି ଜଣାଇଛନ୍ତି ଯେ ଗଜପତି ଜିଲ୍ଲା ଉପ-ସଭାପତି ଭାବେ କେଳୁ କେଶବ ରାଓ, ସୂର୍ଯ୍ୟ ନାରାୟଣ ରାଜଗୁରୁ, ମୋୟାବ ପାଣି, ନିହିମିଆନ୍‍ ସୁଆଳସିଂହ, ଶିବରାମ ସାହୁ, ସାଧାରଣ ସଂପାଦକ ଭାବେ ମଙ୍ଗି ଆପାନ୍ନା, ଭୈରୀ ସାଇ କ୍ରିଷ୍ଣା, ଉତ୍ତମ କୁମାର ପାଣି, ଲକ୍ଷ୍ମୀ ନାରାୟଣ ଶବର, ପାଉଲ ଶବର, ସଂପାଦକ ଭାବେ ରାଜକୁମାର ପାତ୍ର, ରମେଶ ପ୍ରଧାନ, କଳିଙ୍ଗ କାର୍ତ୍ତିକେଶ୍ୱର ନାୟକ, ସଂଜୟ ଶବର, ମମତାଜ୍‍ ମହମ୍ମଦ, ଅନ୍ତର୍ଯ୍ୟାମୀ ପାଢ଼ୀ, ଆଦର୍ଶ ପ୍ରଧାନ, ଫିରୋଜ କୁମାର ପଟ୍ଟନାୟକ, ଦରପୁ ହରିଶ କୁମାର, ରବିନାରାୟଣ ପଣ୍ଡା, ସୋସିଆଲ୍‍ ମିଡିଆ ଇନ୍‍ଚାର୍ଜ ଭାବେ ସଂଦୀପ ବକ୍ସି, ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ପାରଳାଖେମୁଣ୍ଡିରେ ଗେଡଲା ଶ୍ରୀଧର, ମୋହନାରେ ବୁରୁଲି ଶଙ୍କର ରାଓ, ବ୍ଲକ ସଭାପତି ଭାବେ କାଶୀନଗରରେ ବି. ତ୍ରିଲୋଚନ ରାଓ, ଗୋସାଣୀରେ ତଡେଲା ନରେଶ, ଗୁମ୍ମାରେ ମନତ ଶବର, ରାୟଗଡ଼ାରେ ସୁଶାନ୍ତ କୁମାର ଗମାଙ୍ଗୋ, ନୂଆଗଡ଼ରେ ଏ. ଚନ୍ଦ୍ରା ଇଡ୍‍ଲା, ଆର. ଉଦୟଗିରିରେ ରାଜେନ୍ଦ୍ର ପ୍ରସାଦ ରଣସିଂହ ନାୟକ, ମୋହନାରେ ରାମକୃଷ୍ଣ ସାହୁ, ପାରଳାଖେମୁଣ୍ଡି ମୁ୍ୟନିସିପାଲଟି ସଭାପତି ଭାବେ ମୀନକେତନ ବରାଳ, କାଶୀନଗର ଏନ୍‍ଏସି ସଭାପତି ଭାବେ ରଘୁରାମ ସାହୁଙ୍କୁ ମନୋନୀତ କରାଯାଇଛି । ଗଜପତି ଜିଲ୍ଳା ସଭାପତି ପିନୀତି କ୍ରିଷ୍ଣା ଦଳର  ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ନବ ନିଯୁକ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଜିଲ୍ଲା ଭିତରେ ବିଜେଡି ଯୁବ ନେତାଙ୍କ ଭିତରେ ଗତ କିଛି ଦିନ ଧରି ଜାରି ରହିଥିବା ଅସନ୍ତୋଷ ପରିପ୍ରେକ୍ଷୀରେ ବର୍ତମାନ ପୁନର୍ଗଠିତ ଟିମ କେତେକାଂଶରେ ତାହାକୁ ପ୍ରଶମିତ କରିବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି !

0
0
0
s2sdefault