ହେଡଲାଇନସ୍:

 ନବୀନଙ୍କ ନୂଆ ଗିମିକ , କହିଁ ପର ନିଗାହେଁ  କହିଁ ପର ନିଶାନା : ଉଦ୍ଦେଶ୍ୟ ବିଜେପୁର ସିଟ, ଚାଷୀ ପ୍ରୀତି ବାହାନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ମାଷ୍ଟର ବ୍ଲାଷ୍ଟର ନବୀନ ପଟନାୟକ, ଅନ୍ୟମାନେ ଚିନ୍ତା କରିବା ଆଗରୁ ଏମିତି ଏକ ଚାଲ ଚକାଇଦେବେ ବିରୋଧୀ ପୁରା ଭାଁ ଭାଁ ଆଗକୁ ବିଜେପୁର ନିର୍ବାଚନ, ହେଲେ ଚତୁର ନବୀନ ....ବରଗଡ଼ ବାସୀଙ୍କ ସ୍ବପ୍ନ କଥା କହି ଘୋଷଣା କରିଦେଲେ ନୂଆ କାର୍ଯ୍ୟକ୍ରମ ....ବାସ୍ତବିକ କାହିଁ ପେ ନୀଗାହେଁ କାହିଁ ପେ ନିଶାନା....ଲକ୍ଷ ବିଜେପୁର ଆସନ,ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ ଯାହା ବାହାନା

 

ଭୁବନେଶ୍ୱରରୁ ମାନସୀ ମିଶ୍ର : ବିଜେପୁର ପାଇଁ ଏବେ ଟଣା ଓଟରା ଚାଲିଥିବା ବେଳେ ସବୁ ଦଳ ଏବେ ନିଜ ନିଜର ରଣନୀତିକୁ ନେଇ ବ୍ୟସ୍ତ । ବିଜେପି ଏକ ପ୍ରକାର ପ୍ରାର୍ଥୀ ଚୂଡାନ୍ତ କରି ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ବିଜେପି ଭିତରେ ଭିତରେ ବିଜେଡି ଓ କଂଗ୍ରେସ ଘର ଭିତରେ ଛେଦ କରିବାରେ ଲାଗିଛି । ହେଲେ ବିଜେଡି କିନ୍ତୁ ତାହାର ରଣନୀତି ଚତୁରତାର ସହ କାର୍ଯ୍ୟକାରୀ କରୁଛି । ସବୁଠାରୁ ଅପ୍ରତ୍ୟାଶିତ ଢଙ୍ଗରେ ବି ଚାଲ ଚଳାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଚକମା ଦେଇ । ଆଉ ବିଜେପୁର ଲାଗି ବ୍ୟବହାର କରିଛନ୍ତି ତାଙ୍କ ଜନ୍ମ ଦିନ କୁ । ଭେଟିବା ଉପହାର ବଦଳରେ ଦେଇଛନ୍ତି ଉପହାର । ଦୀର୍ଘ ୧୭ ବର୍ଷ ହେଲା ମାନେ ନଥିବା ବରଗଡ଼ ଅବା ବିଜେପୁର ଇଲେକ୍ସନ ପୂର୍ବରୁ ମାନେ ପଡିଛି । ଆଉ ଖୋଲିଦେଇଛନ୍ତି ରାଜକୋଷ ର ଫାଟକ । ପ୍ରାୟ ୧୨୫୦କୋଟି ତାଙ୍କ ରାଜା କୋଷରୁ ବହି ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ ମାଧ୍ୟମ ରେ ବହିଯିବା ମରୁଡି ପ୍ରପୀଡ଼ିତ ବରଗଡ଼ ଜିଲ୍ଲାଜେ ଚାଷୀଙ୍କ ଖେତକୁ ।  ମାରିନେଲେ ମହାପାତ୍ରେ ଚାହିଁଥିଲେ ଜଳକା ଭଳି ବିରୋଧୀ ଟେରା ହୋଇ ଚାହିଁଥିବା ବେଳେ ଗିମିକ ମାଷ୍ଟର ବରଗଡ଼ବାସୀଙ୍କ ପାଇଁ ପରସି ଦେଇଛନ୍ତି ତାଙ୍କ ଗିମିକ ।  ମରୁଢ଼ି ପ୍ରପୀଢ଼ିତ ବରଗଢ଼ ଜିଲ୍ଲାର ବିଜେପୁର ଅଂଚଳର ·ଚାଷୀଙ୍କୁ ଜଳସେଚନର ପାଇଁ ୧୨୫୦ କୋଟି ଟଙ୍କାର ଉପହାର ଦେଇଛନ୍ତି ଓ ତାହା ପୁଣି ଓଡ଼ିଶାର ବରପୁତ୍ର ପ୍ରଥିତଯଶା କବି ଗଙ୍ଗାଧର ମେହେରଙ୍କ ନାମରେ ଏହି ପ୍ରକଳ୍ପକୁ ନାମିତ କରିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ବିଜେ ପୂର୍ବରୁ ଖାସ କରି ଉପନିର୍ବାଚନ ପରିପ୍ରେକ୍ଷୀରେ ଏଇ ଘୋଷଣା ବେଶ ଗୁରୁତ୍ୱ ବହନ କରୁଛି `। 

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କରିଥିବା ଘୋଷଣା ଅନୁଯାୟୀ,  ରାଜ୍ୟରେ ଜଳସେଚନର ବିକାଶ ପାଇଁ ପଯର୍ୟାପ୍ତ ସୁଯୋଗ ରହିଛି ·ଷୀ ଓ କୃଷିର ବିକାଶ ପାଇଁ ତାଙ୍କ ସରକାର ପ୍ରତିିଶ୍ରୁତିବଦ୍ଧ ।  ଏ ଦିଗରେ ରାଜ୍ୟ ସରକାର ଆଗାମୀ ୨୦୧୯ ମସିହା ସୁଦ୍ଧା ରାଜ୍ୟର ଅଧିକ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବା ପାଇଁ ଉଦ୍ୟମ ଜାରି ରଛନ୍ତି ।  ତେବେ ·ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇଦେବା ପାଇଁ ବରଗଡ଼  ଜିଲ୍ଲର ଚାଷୀମାନେ ଦୀର୍ଘ ଦିନ ହେବ ଦାବି କରି ଆସୁଛନ୍ତି । ଏହି କ୍ରମରେ ଆମେ ପ୍ରଥମେ ବିଜେପୁର ଲିଫ୍ଟ କେନାଲ ସିଷ୍ଟମ ଆରମ୍ଭ କରିବାକୁ ଯାଉଛୁ ଯାହା ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ ନାମରେ ନାମିତ ହେବ ।  ଏହି ବ୍ୟବସ୍ଥା ସମଗ୍ର ରାଜ୍ୟରେ ପ୍ରଥମ ଯୋଜନା ଅନୁଯାୟୀ ମାଟିତଳେ ପାଇପ ଯୋଗେ ପାଣିି ଅଣାଯାଇ ବିଜେପୁର ଅଂଚଳରେ ଜଳସେଚନ ବ୍ୟବସ୍ଥା କରାଯିବ ।  ଏହି ପ୍ରକଳ୍ପ ଦ୍ୱାରା ଖରିଫ ଚାଷ ପାଇଁ ୨୫ ହଜାର ୬ଶହ ହେକ୍ଟର ଓ ରବି ଫସଲ ପାଇଁ ଜଳସେଚନ ବ୍ୟବସ୍ଥା କରାଯାଇ ପାରିବ । ଏହି ପ୍ରକଳ୍ପର ମୋଟ୍ କମାଣ୍ଡ ଏରିଆ ପ୍ରାୟ ୩୨ ହଜାର ହେକ୍ଟର ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।  ଏଥିପାଇଁ ବରଗଡ଼  କେନାଲରେ ପମ୍ପ ଯୋଗେ ପାଣି ଉଠାଯାଇ ପାଇପ ଯୋଗେ ଏହାକୁ ୧୮ କିଲୋମିଟର ଦୂର ବିଜେପୁର ପଠାଯିବସେଠାରେ ପ୍ରତି ୪ ହେକ୍ଟର ପାଇଁ ଗୋଟିଏ ଲେଖାଏଁ ଆଉଟ୍ ଲେଟ୍ ରହିବ ଏହି ପ୍ରକଳ୍ପ ପାଇଁ ୧୨୫୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ପ୍ରକଳ୍ପରେ ଅତ୍ୟାଧୁନିକ ଜ୍ଞାନକୌଶଳ ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିବା ସହିତ ସମଗ୍ର ଦେଶରେ ଏହା ଏକ ମଡେଲ ପ୍ରୋଜେକ୍ଟ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।  

0
0
0
s2sdefault