ହେଡଲାଇନସ୍:

ସୁଜିତଙ୍କୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦାୟୀତ୍ବ; କଂଗ୍ରେସ କର୍ମୀ ଉତ୍ସାହିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ଯୁବ ନେତା ସୁଜିତ ମହାପାତ୍ରଙ୍କୁ ମିଳିଲା ଜିଲ୍ଲା ଦାୟୀତ୍ବ । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ତରଫରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସୁଜିତଙ୍କୁ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି କରାଯାଇଛି । ଆନୁଷ୍ଠାନିକ ଭାବେ ଘୋଷଣା ପରେ ପୁରୀ ଜିଲ୍ଲା କଂଗ୍ରେସ କର୍ମୀମାନେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଖବର ପ୍ରଚାରିତ ହେବାପରେ ଜିଲ୍ଲାର ସତାଧିକ କର୍ମୀ ଓ ଶୁଭେଚ୍ଛୁ ମାନେ ତାଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି । ସୁଜିତଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସ ଅଧିକ ଶକ୍ତିଶାଳୀ ହେବ ବୋଲି ବରିଷ୍ଠ ନେତୃବୃନ୍ଦମାନେ ଆଶା ପ୍ରକଟ କରିଛନ୍ତି । ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସାଧାରଣ ସମ୍ପାଦକ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିବାପରେ ସେ ପଛକୁ କେବେ ଫେରି ଚାହିଁ ନାହାଁନ୍ତି । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି, ଯୁବ କଂଗ୍ରେସ ସଭାପତି, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି ସଭ୍ୟ ରୁପେ ସଫଳତା ର ସହ କାର୍ଯ୍ୟ ସମ୍ପାଦନ କରିଆସିଛନ୍ତି ସୁଜିତ।
ରାଜ୍ୟ ମୁଖିଆ ତଥା ନେତୃବୃନ୍ଦ ଆସ୍ଥା ପ୍ରକଟ କରି ତାଙ୍କୁ ଏଭଳି ଗୁରୁଦାୟିତ୍ଵ ଦେଇଥିବାରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ, ଅଖିଳ ଭାରତୀୟ କଂଗ୍ରେସ କମିଟି ପୂର୍ବତନ ସମ୍ପାଦକ ବିଶ୍ବରଞ୍ଜନ ମହାନ୍ତି ଓ ପୁରୀ ସହରର ସମସ୍ତ ବରିଷ୍ଠ ତଥା ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଙ୍କୁ ଆନ୍ତରିକ ଧନ୍ୟବାଦ୍ ଜଣେଇଛନ୍ତି ସୁଜିତ ।

 

 

0
0
0
s2sdefault