ହେଡଲାଇନସ୍:

ବ୍ରଜରାଜନଗର : ରାଧାରାଣୀଙ୍କ ପାଇଁ କାଲି ପ୍ରଚାର ମୈଦାନରେ ଓହ୍ଳାଇବେ ଭୋଜପୁରୀ ହିରୋ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଯୋରସୋରରେ ଚାଲିଥିବା ବେଳେ ଆସନ୍ତାକାଲି (27 ତାରିଖ) ଉତ୍ତର ପ୍ରଦେଶର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଜମଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ଅଖିଳେଶ ଯାଦବଙ୍କ ବିରୋଧରେ ବିଜେପିରୁ ନିର୍ବାଚନ ଲଢ଼ିଥିବା ଶ୍ରୀ ଦିନେଶ ଲାଲ ଯାଦବ ( ନିରହୁଆ) ପ୍ରଚାର ମଇଦାନରେ ଓହ୍ଲାଇବେ ।

ଶ୍ରୀ ଦିନେଶ ଲାଲ ଯାଦବ  ନିରହୁଆ ଭାବରେ ପ୍ରସିଦ୍ଧ ବଲିଉଡ ତଥା ଭୋଜପୁରୀ ଚଳଚ୍ଚିତ୍ର ଜଗତର ଜଣେ ଲୋକପ୍ରିୟ ଅଭିନେତା ।   ନିରହୁଆ ଅନେକ ହିନ୍ଦୀ ଓ ଭୋଜପୁରୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଆସନ୍ତାକାଲି ସେ ବ୍ରଜରାଜନଗର ମ୍ୟୁନିସିପାଲିଟି ଅଞ୍ଚଳରେ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ରୋଡ ସୋ' ଓ ପ୍ରଚାର କରିବେ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

0
0
0
s2sdefault