ବୋଫର୍ସ ମାମଲାର ସିବିଆଇ ପୁନଃତଦନ୍ତ ଜଳଜଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବିରୋଧୀ କଂଗ୍ରେସ କୁ ଚେକ ଦେବା ପାଇଁ ସଂସଦ ରେ ବୋଫର୍ସ ମାମଲାର ପୁନଃ ତଦନ୍ତ ଦାବି କରାଇବା ସହ ସଂସଦୀୟ କମିଟିରେ ଏହାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବିଜେପି ସଦସ୍ୟ ମାନେ । ମୁଣ୍ଡ ଉପରେ ଗୁଜୁରାଟ ନିର୍ବାଚନ ଥିବା ତଥା ସେଠାରେ ବିଜେପି ଖରାପ ସ୍ଥିତିରେ ଥିବା ଯୋଗୁ ବୋଫର୍ସ ମାମଲା ର ସିବିଆଇ ତଦନ୍ତ କରି କଂଗ୍ରେସକୁ ବ୍ରେକ ଦେବାକୁ ଚାହିଁଛି ବିଜେପି ।`ଅଶୀ ଦଶକରେ ହୋଇଥିବା ବୋଫର୍ସ ଦୁର୍ନୀତି ମାମଲାର ପୁନଃତଦନ୍ତ କରିବା ପାଇଁ ନିଜର ସମ୍ମତି ସମ୍ପର୍କରେ ସର୍ବୋଚ୍ଚ ଅଦାଲତକୁ ଜଣାଇ ଦେଇଥିବା ବିଷୟ କେନ୍ଦ୍ରୀୟ ତଦନ୍ତ ବୁ୍ୟରୋ(ସିବିଆଇ) ସଂସଦର ପବ୍ଲିକ ଏକାଉ ସବକମିଟି ନିକଟରେ ପ୍ରକାଶ କରିଛି  । ସିବିଆଇ ତଦନ୍ତକାରୀ ସଂସ୍ଥା ଭାବେ ଜୁନ ୨୨ରେ ଏକ ପତ୍ର ଲେ ୩୧.୦୫.୨୦୦୫ରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିଦେ୍ର୍ଧଶ ଉପରେ ସ୍ପେଶାଲ ଲିଭ୍ ପିଟିସନ ଦାଖଲ କରିବା ସପକ୍ଷରେ ସିବିଆଇ ରହିଛି ବୋଲି ପିଏସିଙ୍କୁ ଅବଗତ କରାଇଛି ।

କିଛିଦିନ ତଳେ ସଂସଦୀୟ ସବ୍କମିଟି ଏ ଯାବତ ବୋଫର୍ସ କିଣା ପ୍ରସଙ୍ଗରେ ଅଡିଟ ରିପୋର୍ଟ ଦାଖଲ କରାଯାଇନଥିବା ବିଷୟ ରେ ଆପ ି ଜାହିର କରିବା ପରେ ପିଏସି ନିକଟରେ ସିବିଆଇର ଉପରୋକ୍ତ ସମ୍ମତିକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରାଯାଉଛି । ବୋଫର୍ସ ମାମଲା ପ୍ରସଙ୍ଗରେ ବିଜେପି ଏମପିମାନେ ମୌସୁମୀ ଅଧିବେଶନ ଅବସରରେ ଉଠାଇବା ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଉପରେ ·ପ ପ୍ରୟୋଗ କରିବା ପାଇଁ ଶାସକଦଳର ଉଦ୍ୟମର ଏକ ଅଂଶ ବିଶେଷ ବୋଲି ବିବେଚନା କରାଯାଉଛି  । ବୁଧବାରଦିନ ପିଏସି ବୈଠକ ଅନ୍ୟ ପ୍ରସଙ୍ଗ ଆଲୋଚନା କରିବା ପାଇଁ ବସୁଥିବା ବେଳେ କମିଟିର ଅଧ୍ୟକ୍ଷ କଂଗ୍ରେସ ନେତା ମଲ୍ଳିକାର୍ଜ୍ଜୁନଖଡ୍ଗେ ବୋଫର୍ସ ଅଡିଟ୍ ରିପୋର୍ଟ ଦାଖଲ ଦେଇ ସବ୍କମିଟି ଉଠାଇଥିବା ଆପତ୍ତି ଉପରେ କିଛି ପ୍ରଶ୍ନ ରଛନ୍ତି  । ଏ ପ୍ରସଙ୍ଗକୁ ବିଜେଡି ଏମପି ଭର୍ତ୍ତୃହରି ମହାତାବ ଓ ବିଜେପି ଏମପି ନିଶିକାନ୍ତ ଦୁବେ ଜୋରଦାର ଉଠାଉଛନ୍ତି । ସେମାନେ ଦାବି କରିଛନ୍ତି ଯେ ସିବିଆଇ ଏ ପ୍ରସଙ୍ଗରେ ତାହାର  ଆଭିମୁଖ୍ୟ ସ୍ପଷ୍ଟ କରୁ । ସିବିଆଇ ପୂର୍ବରୁ କହିଥିଲା ଯେ, ସେ ସରକାରଙ୍କର ମତାମତ ଲୋଡି କମିଟିକୁ ତାହାର ଉ ର ରବ ।

ତେଣୁ ୨୦୦୫ ମସିହାରେ ବୋଫର୍ସ ମାମଲାରେ ଅନ୍ୟତମ ଅଭିଯୁକ୍ତ ହିନ୍ଦୁଜା ଭାତୃଦ୍ୱୟଙ୍କ ବିରୋଧରେ ପ୍ରୋସିଡିଂ ବନ୍ଦ କରିବା ପାଇ ୨୦୦୫ରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିଦେ୍ର୍ଧଶ ପରେ ବନ୍ଦ ହୋଇଯାଇଥିବା ବୋଫର୍ସ ମାମଲାର ପୂନଃତଦନ୍ତ ଏବେ ପିଏସିକୁ ସମ୍ପ୍ରତି ସିବିଆଇର ସୂଚନା ତଥା ତଦନ୍ତ ପାଇଁ ସୁପ୍ରିମ କୋର୍ଟକୁ ତାହାର ସହମତି ଜଣାଇଦେବା ପରେ ନିଶ୍ଚିତ ବୋଲି ଜଳଜଳ ହୋଇ ଦେଖାଯାଉଛି  ।

0
0
0
s2sdefault