ହେଡଲାଇନସ୍:

ନାରାୟଣଙ୍କ ରୋଷ ଦେଖି ମୁକୁଙ୍କ ପଛଘୁଞ୍ଚା : ପ୍ରାର୍ଥୀ ଘୋଷଣା ପୋଷ୍ଟପନ, ସର୍ତ୍ତ ଭୁଲି ଅଶୋକ କହିଲେ ଯୋଗଦାନ ନିସର୍ତ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ବିଜେପୁର/ପାଇକମାଳରୁ ଗୌରାଙ୍ଗ ଦାଶଙ୍କ ରିପୋର୍ଟ : ସବୁକିଛି ଠିକ ହୋଇଥିଲା । ଅଶୋକଙ୍କ ସର୍ତ୍ତରେ ବି ରାଜି ଥିଲେ ରାଜ୍ୟ ବିଜେପି । ହେଲେ ସବୁକିଛି ବିଜାଡ଼ିଦେଇଥିଲେ ନିଜେ ଅଶୋକ  ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଦେଲେ ସେତିକିବେଳେ ଯେତେବେଳେ କି କହିଲେ ମୁ ବିଜେପିରେ ଯୋଗ ଦେଉଛି ଆଉ ବିଜେପିରୁ ପ୍ରାର୍ଥୀ ହେଉଛି. ଏକଥା ଶୁଣି କି ନାରାୟଣ ଛାଡ଼ନ୍ତି , ସେ ଜିଲ୍ଲା ସଭାପତି ।` ଅଶୋକ ବିଜେପିରେ ମିଶିବେ ତାଙ୍କୁ ଜଣାନାଇଁ, ଉପରେ ଉପରେ ଫାଇନାଲ . ଦଳ ପାଇଁ ଲଢ଼ିବୁ ଆମେ, ଦଳ ଲାଗି ଭୋଟ କରାଇବୁ ଆମେ !  ବିଧାନ ସଭାରେ ୩୧୦୦୦ ଭୋଟ ପାଇବା ଆଉ ତାକୁ ଜ଼ିଲ୍ଲା ପରିଷଦ ନିର୍ବାଚନରେ ଅଢ଼େଇଗୁଣକୁ ବଢାଇବା କାମ କରିବେ ଜ଼ିଲ୍ଲା ତଥା ମଣ୍ଡଳ କର୍ମକର୍ତା ଓ ନେତା !.ହେଲେ ଏବେ ପ୍ରାର୍ଥୀ ଚୟନ ବେଳେ ସେମାନଙ୍କୁ ବାଇପାସ ! ତେଣୁ ଅଶୋକ ବିଜପିରେ ଯୋଗ ଦେଲେ ଆମର କିଛି ଯାଏଆସେ ନାହିଁ, ତାଙ୍କ ଯୋଗଦାନ କୁ ବାଗତ କରିବୁ, ହେଲେ ତାଙ୍କ ପ୍ରାର୍ଥୀତ୍ବ କୁ ନୁହେ ବୋଲି ରାଜ୍ୟ ନେତୃତ୍ୱଙ୍କୁ ରୋକଠୋକ ଶୁଣାଇ ଦେଇଥିଲେ ଜ଼ିଲ୍ଲା ସଭାପତି ନାରାୟଣ .। .ଆଉ ଏହି ମର୍ମରେ ଚିଠି ବି ଲେଖି ନିଜ ଅସନ୍ତୋଷ ଜଣାଇ ଦେଇଥିଲେ ରାଜ୍ୟ ସଭାପତିଙ୍କୁ । ତଥାପି ତାଙ୍କ ଚିଠିକୁ ଭୃକ୍ଷେପ ନକରି ଯେତେବେଳେ ମିଶରଣ ପର୍ବ ଅପରିବର୍ତ୍ତିତ ରହିଲା,। ଗାନ୍ଧୀ ଜୟନ୍ତୀ ସକାଳେ ନାରାୟଣ ଓ ତିନି ମଣ୍ଡଳ ସଭାପତି ଇସ୍ତଫା ପତ୍ର ଲେଖି ପଠାଇ ଦେଲେ ।  ତେଣୁ ଘରେ ପଶୁ ପଶୁ ଚାଲ ବାଜିଲା ପରି ଯେତେବେଳେ ଜିଲ୍ଲା ସଂଗଠନ ଅଶୋକ ପ୍ରାର୍ଥୀତ୍ବ କୁ ବିରୋଧ କରୁଛି, ସେତେବେଳେ ଅଶୋକଂକୁ ପ୍ରାର୍ଥୀ ଘୋଷଣା କରିବା ତା ଠିକ ହେବ ଭାବି ଶେଷ ମୁହୂର୍ତରେ କାର୍ଯ୍ୟକ୍ରମରେ ପରିବର୍ତନ ହେଲା `। ଧର୍ମେଦ୍ର ବାବୁ କହିଲେ ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇନି ଓ ପ୍ରାଥୀ ହେବାପାଇଁ ଜାମାଜୋଡ ପିନ୍ଧି ପ୍ରସ୍ତୁତ ହୋଇ ବସି ଥିବା ଅଶୋକ ଧର୍ମେନ୍ଦ୍ର ବାବୁଙ୍କ ପରାମର୍ଶ କ୍ରମେ ନିଜ ସ୍ୱରରେ ପରିବର୍ତନ କରି କହିଲେ ମୁଁ ବିଜେପିରେ ନିସର୍ତ୍ତ ଯୋଗ ଦେଇଛି ।` ହେଲେ ଅଜାଗା ଘା ଦେଖେଇ ହେଉନି କି ଦେଖି ହେଉନି ` ବାସ୍ତବ କଥା ହେଉଛି ଅଶୋକ ଓ ରାଜ୍ୟ ବିଜେପି ମଧ୍ୟ ରେ  ଦିଲ ଫାଇନାଲ ହୋଇସାରିଥିଲା ସାମୟିକ ଞ୍ଜବେ ଅଶୋକ ଶିଶୁପାଳ ହୋଇଥିଲେ ମଧ୍ୟ ଆଗକୁ ବିଜେପିର ନିଷ୍ପତି କଣ ହେବ ତାହା ସମୟ କହିବା ।

୨୦୧୪ ବିଧାନସଭା ନିର୍ଵାଚନ ରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ବିରୋଧରେ ବିଦ୍ରୋହୀ ପ୍ରାର୍ଥୀ ହୋଇ ପ୍ରସନ୍ନଙ୍କ ପରାଜୟର କାରମହୋଇଥିଲେ ଅଶୋକ। ତେଣୁ ତାଙ୍କୁ ନବୀନ ବାବୁ ଦଳରୁ ତାଡି ଦେଇଥିଲେ ବା ବହିଷ୍କାର କରିଦେଇଥିଲେ । ତେଣୁ  ବିଜେପି ସହିତ ଯୋଗାଯୋଗ କରି ନିଜପାଇଁ ଟିକଟ ଫାଇନାଲ ହେବା ପରେ ସେ ନବୀନ ବାବୁଙ୍କୁ ଚିଠି ଲେଖିଲେ କି ବିଜେଡି ବିରୋଧରେ କଟୂ ମନ୍ତବ୍ୟ ଦେଲେ ` ପୁଣି ବିଜେଡ଼ି ଭିତରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରିବା ପାଇଁ ପ୍ରସନ୍ନଙ୍କୁ ହରାଇବା ସକାଶେ କଳ୍ପତରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ  ସେ ସ୍ୱେଦ୍ଦିନ ପ୍ରାର୍ଥୀ ହୋଇଥିଲେ ବୋଲି କହି ରାଜନୈତିକ ହଟଚମଟ ଆରମ୍ଭ କରିଦେଲେ । ଆଉ ବହୁ ବାଦ ବିବାଦ ସତ୍ୱେ a  ବରଗଡର ବରପାଲିରେ ତାଙ୍କର ମିଶ୍ରଣ ଉତ୍ସବ ପାଇଁ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ତାଙ୍କର ମିଶ୍ରଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ସଭାପତି ବସନ୍ତ ପଣ୍ଡା ଓ ଅନେକ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ। ଏଥିରେ ପ୍ରାୟ ୩୦ ହଜାର କର୍ମୀ ଉପସ୍ଥିତ ଥିଲେ । ଆଉ ନିସର୍ତ୍ତ ବିଜେପିରେ ଯୋଗ ଦେଇଛି ବୋଲି କହିଲା ବେଳକୁ ଅଶୋକଙ୍କ ମୁହଁ ଆମ୍ବିଳ ହୋଇଯାଇଥିଲା ।

ଅଶୋକ ପାଣିଗ୍ରାହୀ ବିଜେପିରେ ମିଶିବାପରେ  ବରଗଡ ଜିଲା ବିଜେପିରେ ବିଦ୍ରୋହ ଦେଖା ଦେଇଛି । ଜିଲା ବିଜେପିର କିଛି ନେତା ଏହାକୁ ବିରୋଧ  କରିବା ଆରମ୍ଭ କରିଛନ୍ତି । ଏହି ମିଶ୍ରଣ ଉତ୍ସବରେ ବରଗଡ ଜିଲା ବିଜେପି ସଭାପତି ଉପସ୍ଥିତ  ନ ଥିଲେ । ଜିଲା ସଭାପତିଙ୍କ ସହ ଅନେକ ମଣ୍ଡଳ ସଭାପତି ଅଶୋକଙ୍କ ମିଶ୍ରଣକୁ ବିରୋଧ କରିଥିବା ଜଣାପଡିଛି । ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟଶଙ୍କର ପଟ୍ଟନାୟକ ୩୦୦୦୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିବା ବେଳେ ଅଶୋକ ୧୮୨୩୨ ଖଣ୍ଡ ଭୋଟ ଚତୁର୍ଥସ୍ଥାନରେ ଥିଲେ । ଏହାକୁ ନେଇ  ତୃଣ ମୂଳ ସ୍ତରରେ ଅନେକ ବିଜେପି ନେତା ଅସନ୍ତୁଷ୍ଟ ଅଛନ୍ତି। କାରଣ ବିଜେପି ଯେତେବେଳେ ଗତ ବିଧାନସଭା ନିର୍ଵାଚନ ରେ ଭଲ ବୋଟରେ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ଅଶୋକଙ୍କ ମିଶ୍ରଣ ପରେ କିଛି ସ୍ଥାନୀୟ ବିଜେପି ନେତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏବେ ବିଜେପି ପକ୍ଷରୁ ଅସନ୍ତୁଷ୍ଟ କର୍ମୀମାନଙ୍କୁ ମନାଇବା ପାଇଁ ଚେଷ୍ଟା ଚାଲିଥିବା ସୂଚନା ମିଳିଛି । ଦେଖାଯାଉ ନାରାୟଣ ଆଣ୍ଡ ଟିମ କଳେ ବଳେ କୌଶଳେ ମାନୁଛନ୍ତି  , ନା ଅଶୋକ ଶିଶୁପାଳ ହେଉଛନ୍ତି !

0
0
0
s2sdefault