ହେଡଲାଇନସ୍:

ବିଜେପୁରରେ ବିଜେ ହେବା ପ୍ରସଙ୍ଗ : ଧର୍ମେନ୍ଦ୍ରଙ୍କ ଦମ୍ଭୋକ୍ତି ଖାଲି ଅର୍ଥବଳର  ଅଂହକାର : ଦାମ,  ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର :ବିଜେଡି ଡରୁଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବିଜେପୁର ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର 'ଦଳୀୟ ପ୍ରାର୍ଥୀ ଚିହ୍ନଟ ହୋଇ ପାରୁନଥିଲା ବେଳେ "ଆମେ ନିଶ୍ଚୟ ଜିତିବୁ' ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି ତାହା କେବଳ ବିଜେପିର ଅର୍ଥ ଏବଂ ଅହଂକାରର ପରିପ୍ରକାଶ ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ସ୍ୱର୍ଗତ ସୁବଳ ସାହୁ ଏହି ନିର୍ବାଚନମଣ୍ଡଳୀରୁ ଜିତିଥିଲେ ଏବଂ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ଶ୍ରୀ ପ୍ରସନ୍ନ ଆଚାର୍ୟ, ୫୦୦ରୁ କମ ଭୋଟ ବ୍ୟବଧାନରେ ହାରିଯାଇଥିଲେ । ତାହା କେବଳ ହୋଇଥିଲା ଶ୍ରୀ ଅଶୋକ ପାଣିଗ୍ରାହୀଙ୍କ ନିଜ ଦଳ ପ୍ରତି ବିଶ୍ୱାସଘାତକତା କରି ସେହି ନିର୍ବାଚନମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ହେବା କାରଣରୁ । ଶ୍ରୀ ପାଣିଗ୍ରାହୀଙ୍କର ନିଜ ଘର ଗଂଜାମ ଜିଲ୍ଲାରେ । କିନ୍ତୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମାତ୍ର ଥରେ ସେ ବିଜେପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ । ତେଣୁ ବିଜେପୁରର ରାଜନୈତିକ ସ୍ଥିତି ସମୀକ୍ଷା କଲେ ଜଣାଯାଏ ସେଠାରେ ଭାରତୀୟ ଜନତା ପାର୍ଟିର ସ୍ଥିତି ବହୁ ନିମ୍ନରେ ଥାଇ ତୃତୀୟ ସ୍ଥାନରେ ରହିଥିଲା । ଏବେ ତିନିତିନି ଥର ବିଧାୟକ ହୋଇଥିବା ସ୍ୱର୍ଗତ ସୁବଳ ସାହୁଙ୍କ ପରିବାର କଂଗ୍ରେସ ଦଳ ତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦଇଛନ୍ତି ଏବଂ ତାଙ୍କର ଧର୍ମପତ୍ନୀ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଘୋଷିତ ହୋଇସାରିଛନ୍ତି । ଶ୍ରୀମତୀ ସାହୁ ତାଙ୍କ ସ୍ୱର୍ଗତ ସ୍ୱାମୀଙ୍କର ଅଧୁରା କାମକୁ ଆଗକୁ ନେଇ ବିଜେପୁରବାସୀଙ୍କର ସର୍ବାଙ୍ଗୀନ ଉତ୍ତତି ପାଇଁ ସଂକଳ୍ପ ଘୋଷଣା କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ, ରାଜ୍ୟସଭା ସାଂସଦ ତଥା ଗତ ନିର୍ବାଚନରେ ମାତ୍ର ୫୦୦ରୁ କମ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ପ୍ରସନ୍ନ ଆଚାର୍ୟ, ଜିଲ୍ଲାର ଯୁବମନ୍ତ୍ରୀ ସୁଶାନ୍ତ ସିଂ ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କ ସହଯୋଗ ବିଜୁ ଜନତା ଦଳର ବିଜୟକୁ ସ୍ପଷ୍ଟ କରୁଥିଲାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦମ୍ଭୋକ୍ତି ବିଜେପିର ଅର୍ଥବଳ ଏବଂ ଅଂହକାର ମନୋଭାବକୁ ପ୍ରମାଣ କରୁଛି  ବୋଲି ବିଜେଡି ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି ।

  ଡାକ୍ତର ଦାମୋଦର ରାଉତ କହିଛନ୍ତି ଶ୍ରୀ ପ୍ରଧାନ ଓଡ଼ିଶାରେ ଜନ୍ମ । ଜଣେ ଉଦଦୀୟମାନ ତରୁଣ ଭାବେ ସେ ଥରେ ମାତ୍ର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ମାତ୍ର ନିଜ ନିର୍ବାଚନ ମଣ୍ଡଳୀରେ ଲୋକସଭା ପ୍ରାର୍ଥୀ ଭାବେ ବିପୁଳ ଭୋଟରେ ପରାଜିତ ହେଲାପରେ ବିହାର ରାଜ୍ୟରୁ ରାଜ୍ୟସଭାକୁ ଯାଇ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଛନ୍ତି । କିନ୍ତୁ ଓଡ଼ିଶା ପାଇଁ, ଓଡ଼ିଆ ଲୋକମାନଙ୍କ ପାଇଁ ତାଙ୍କର ସାମାନ୍ୟତମ ଦରଦ ନାହିଁ । ପଶ୍ଚିମବଙ୍ଗଳାର ଘନି ଖାଁ ଚୌଧୁରୀ ହୁଅନ୍ତୁ ବା ମମତା ବାନାର୍ଜୀ ହୁଅନ୍ତୁ ଯେତେବେଳେ ରେଳବାଇ ବିଭାଗର ମନ୍ତ୍ରୀ ହୋଇଛନ୍ତି ନୂଆ ନୂଆ ରେଳଲାଇନ୍ ପଶ୍ଚିମ ବଙ୍ଗଳାକୁ ଆଣି ଜାଲ ଭଳି ବିଛାଇଛନ୍ତି । ପୁନଶ୍ଚ ଶ୍ରୀ ରାମବିଳାସ ପାଶ୍ୱାନ ସ୍ୱଳ୍ପ କାଳ ପାଇଁ ରେଳବାଇ ବିଭାଗର ମନ୍ତ୍ରୀ ହେଲା ପରେ ନିଜ ନିର୍ବାଚନ ମଣ୍ଡଳୀକୁ ମଧ୍ୟ ରେଳ ସଂଯୋଗ କରାଇଛନ୍ତି । ଅଥଚ ଓଡ଼ିଶାରେ ୨୪ ବର୍ଷ ବିତିଯାଇଥିଲେ ମଧ୍ୟ ହରିଦାସ ପୁର -ପାରାଦ୍ବୀପ  ରେଳଲାଇନ୍ ସଂଯୋଗ ହୋଇପାରିଲା ନାହିଁ । ସେହିପରି ଖୋର୍ଦା-ବଲାଙ୍ଗିର ରେଳ ରାସ୍ତା ଏବେ ମଧ୍ୟ ଅସଂପୂର୍ଣ୍ଣ ହୋଇ ପଡ଼ିରହିଛି । ସେ ଦୃଷ୍ଟିରୁ ଧର୍ମେନ୍ଦ୍ର ବାବୁ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ମଧ୍ୟ ଓଡ଼ିଶାର ସାମୁହିକ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ   କରି କେବଳ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସନ୍ତୁଷ୍ଟ କରିବାକୁ ଚାହାନ୍ତି ।

ବିଜୁ ଜନତା ଦଳ ଏକ ଆଂଚଳିକ ଦଳ । ଓଡ଼ିଶାର ସ୍ୱାର୍ଥ ଓ ଓଡ଼ିଆ ଜାତିର ସ୍ୱାଭିମାନ ପାଇଁ କାଯର୍ୟକରି ଆସିଛି । ଗତ ୧୭ ବର୍ଷ ଭିତରେ ଓଡ଼ିଶାବାସୀଙ୍କୁ ସେବା ଯୋଗାଇବା ସଙ୍ଗେ ସଙ୍ଗେ ସବୁକ୍ଷେତ୍ରରେ ବିକାଶର ଧାରାକୁ କ୍ଷିପ୍ରତର କରିଚାଲିଛି । ଆଜି ବି ନବୀନ ପଟ୍ଟନାୟକଙ୍କର ବିକଳ୍ପ ସୃଷ୍ଟି ହୋଇପାରି ନାହିଁ । କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ଦଇଟିଯାକ ଜାତୀୟ ଦଳ ଧରାଶାୟୀ ହୋଇଛନ୍ତି । ଲୋକସଭାରେ ଭାରତୀୟ ଜନତା ପାର୍ଟିର ଗୋଟିଏ ଆସନ ଥିଲାବେଳେ ଆଂଚଳିକ  ବିଜୁ ଜନତା ଦଳର ୨୦ ଜଣ ସାଂସଦଅଛନ୍ତି । ବିଧାନସଭାରେ ମଧ୍ୟ ବିଜୁ ଜନତା ଦଳର ୧୧୭ଟି ଆସନ ଥିଲାବେଳେ ଦଶ ଏବଂ ରାଜ୍ୟକୁ ସର୍ବାଧିକ ସମୟ ଶାସନ ଦଇଥିବା କଂଗ୍ରେସ ଦଳ ଲୋକସଭାକୁ ଜଣେ ହେଲେ ସଦସ୍ୟ ନିର୍ବାଚିତ କରାଇ ପାରିନାହାନ୍ତି ଏବଂ ବିଧାନସଭାରେ ସେମାନଙ୍କ ସ୍ଥାନ ମାତ୍ର ୧୫ଟି । ସେହିଭଳି କେନ୍ଦ୍ର ଶାସନ ଦାୟିତ୍ୱରେ ଥିବା ଭାରତୀୟ ଜନତା ପାର୍ଟି ବିଧାନସଭାରେ ମାତ୍ର ୧୦ଟି ସ୍ଥାନ ପାଇଛନ୍ତି । ରାଜ୍ୟରେ ଏଭଳି ଏକ ରାଜନୈତିକ ଚିତ୍ର ଥିଲାବେଳେ  ଧର୍ମେନ୍ଦ୍ର ପ୍ରଧାନଙ୍କ ଦମ୍ଭୋକ୍ତି ବିଜେପିର ଅର୍ଥବଳ ଏବଂ ଅହଂକାରର ସ୍ପଷ୍ଟ ଚିତ୍ର ପ୍ରକାଶ କରୁନାହିଁ କି?

ସେବା ସହଯୋଗ ଏବଂ ଜନାଦୃତି ପରିବର୍ତେ ଅର୍ଥ, ଅଂହକାର ଏବଂ ପ୍ରବଞ୍ଚନା ଭାରତୀୟ ଗଣତନ୍ତ୍ରକୁ ଠିକଣା ବାଟରେ ନେଇ ପାରିବ ନାହିଁ । ସେବା ଏବଂ ତ୍ୟାଗର ଭିତିଭୂମି ପରିବର୍ତେ ସଂପତି ଏବଂ କ୍ଷମତା ଭାରତୀୟ ଜନତା ପାର୍ଟିକୁ କବଳିତ କରିଛି ଏବଂ ସେହି କାରଣରୁ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ କଂଗ୍ରେସ ଳର ଅପରୂପ ସ୍ଥିତି ହାସଲ ଯେ କରିବ ଏଥିରେ ସନେ୍ଦହ ନାହିଁ ବୋଲି ଡାକ୍ତର ଦାମୋଦର ରାଉତ କହିଛନ୍ତି ।

ହେଲେ ଡାକ୍ତର ରାଉତଙ୍କ ପ୍ରତିକ୍ରିୟାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଦାମ ବାବୁଙ୍କ ନାମ ନନେଇ ସେ କହିଛନ୍ତି ଯେ, ବିଜେଡି ଡରୁଛି। ବିଜେଡି ନେତାଙ୍କୁ ଡର ଲାଗିଲାଣି। ତେଣୁ ବାଚଳାମି କରୁଛନ୍ତି। ଉପନିର୍ବାଚନ ପାଇଁ ଏଯାଏଁ ପ୍ରାର୍ଥୀ ଘୋଷଣା ହୋଇ ନାହିଁ ବୋଲି ପ୍ରଧାନ କହିଛନ୍ତି। ବଜେପୁର ଉପନିର୍ବାଚନ ନେଇ ପୂର୍ବରୁ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଥିଲେ।

0
0
0
s2sdefault