ବିଜେପିରେ ବିଦ୍ରୋହ,  ଧର୍ମେନ୍ଦ୍ରଙ୍କ ମାମଲତି କୁ ଠାଈ : ବିଜେପିରେ ଅଶୋକ ପାଣିଗ୍ରାହୀଙ୍କ ଯୋଗଦାନ ପୂର୍ବରୁ ଇସ୍ତଫା ଦେଲେ ବରଗଡ଼ ଜିଲ୍ଲା ସଭାପତି! ସାଙ୍ଗରେ ୩ମଣ୍ଡଳ ସଭାପତି ବି ଦେଇଛନ୍ତି ଇସ୍ତଫା !!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବରଗଡ଼: ଆମେ ଆଗରୁ କହିଥିଲୁ ଯେ ବରଗଡ଼ ବିଜେପି ରେ ବିଦ୍ରୋହର ପଦଧ୍ୱନୀ . କେନ୍ଦ୍ର ମନ୍ତୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ଇଙ୍ଗିତରେ ବିଜେଡିରୁ ତଡା ଖାଇଥିବା ଅଶୋକ ପାଣିଗ୍ରାହୀଙ୍କୁ ଦଳକୁ ଆଣିବାର ପ୍ରତିଵାଦର ଖୋଲା ଖୋଲି ଅସନ୍ତୋଷ  ଭରା ଚିଠି ଲେଖିଥିଲେ ଜିଲ୍ଲା ସଭାପତି ନାରାୟଣ ସାହୁ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ` କେଲେ ତାଙ୍କ କଥାକୁ ଗୁରୁତ୍ୱ ଏଆଡ଼େଇ ଅଶୋକଂକୁ ମିଶାଇବା ଜିଦ ରେ ମର୍ମାହତ ନାରାୟଣ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ।` ସେପଟେ ବିଜେପୁରର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକଭାବେ  ମିଶ୍ରଣପାଇଁ ବରପାଲି ଜଗନ୍ନାଥ ମନ୍ଦିର ପରିସରରେ ଏକ ଉତ୍ସବର ଆୟୋଜନ କରାଯାଇଥିବାବେଳେ ନାରାୟଣଙ୍କ ସହିତ ଗତ ପଂଚାୟତ ନିର୍ବାଚନ ରେ ଦଳପାଇଁ ଆପ୍ରାଣ ଉଦ୍ୟମ କରି  ଦଳକୁ ଉଲ୍ଲେଖନଇୟ ସଫଳତା ଦେଇଥିବା ୩ ଜଣ ମଣ୍ଡଳ ସଭାପତି ବି ଇସ୍ତଫା ଦେଇଥିବା ଭରସାଯୋଗ୍ୟ ସୂତ୍ର ରୁ ଜଣାପଡିଛି ।

ଏଥିରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ୍‌ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ତୁଙ୍ଗନେତା ଯୋଗଦେବାକୁ ଥିବା ସମାବେଶ ପୂର୍ବରୁ ନାରାୟଣଙ୍କ ଇସ୍ତଫା  ବିଜେପିକୁ ଏକ ବଡ଼ ଝଟକା। ବିଜେପିରେ ଅଶୋକ ପାଣିଗ୍ରାହୀଙ୍କ ଯୋଗଦାନ ପୂର୍ବରୁ ବରଗଡ଼ ଜିଲ୍ଲା ଭାଜପା ସଭାପତି ନାରାୟଣ ସାହୁ ଦଳରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । 

ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ ଙ୍କ କହିବା ଅନୁଯାୟୀ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଭାଜପାରେ ସାମିଲ ହେବାରେ କୌଣସି ଅସୁବିଧା ନାହିଁ, କିନ୍ତୁ ତାଙ୍କରି ପ୍ରାର୍ଥୀତ୍ୱକୁ ଗ୍ରହଣ କରାଯାଇ ପାରିବ ନାହିଁ। ବିଜେପି ସର୍ବ ବୃହତ୍ତ ରାଜନୈତିକ ଦଳ ହୋଇଥିବାରୁ ଏଥିରେ ଯେ କେହି ବି ସାମିଲ ହୋଇ ପାରିବେ। ନାରାୟଣ କହିଛନ୍ତି, ୨୦୧୪ ବିଧାନସଭା ନିର୍ବାଚନରେ ଅଶୋକ ବିଜେପି ବିରୋଧରେ ନିର୍ବାଚନ ପଡ଼ିଆକୁ ଓହ୍ଲାଇ ଥିଲେ। ଯଦି ସେ ଆଜି ବିଜେପିରୁ ପ୍ରାର୍ଥୀ ହେବାକୁ ଲକ୍ଷ୍ୟ ରଖିଛନ୍ତି, ଆମେ ଗ୍ରହଣ କରିବୁ କେମିତି?

ବର୍ଷବର୍ଷ ଧରି ବିଜେପି ପାଇଁ କାମ ସମର୍ପିତ ହୋଇ କାଏମ କରିଆସିଥିବା ସ୍ଥାନୀୟ ନେତା ଓ କର୍ମୀଂକୁ ଗୋଡ଼ରେ ଆଡେଇ ଦେଇ  ବିଧାନସଭା ଉପନିର୍ବାଚନରେ ବିଜେଡ଼ରୁ ତଡା ଖାଇଥିବା ନେତାଙ୍କୁ ଆଣି ପ୍ରାର୍ଥୀ କରାଯିବା ଶ୍ରମାନଙ୍କ ପାଇଁ ଅପମାନ ବୋଲି ବିବେଚନା କରି ସେମାନେ ଏଇ ଚରମ ନିଷ୍ପରି ନେଉଥିବା କହିଛନ୍ତି । ଅଶୋକଙ୍କୁ ପ୍ରାର୍ଥୀ କରାଯିବାକୁ ନେଇ ଉଦ୍ୟମ ହେଉଥିବା ଯୋଗୁଁ ତୃଣମୂଳସ୍ତରରେ ଭାଜପା କର୍ମୀମାନେ ବିରୋଧ କରୁଥିବା କୁହାଯାଉଛି। କାରଣ ଗତ ବିଧାନସଭା ନିର୍ବାଚନରେ ବିଜେପୁରରୁ  ବିଜେପି ପ୍ରାର୍ଥୀ ହୋଇଥିବା ଜୟଶଙ୍କର ସାହୁ ୩୧୦୦୦ରୁ ଉର୍ଧ୍ଵ ଭୋଟ ପାଇ ତୃତୀୟ ସ୍ଥାନ ରେ ରହିଥିଲେ ।  ବିନା କେନ୍ଦ୍ରୀୟ ନେତୃତ୍ୱଙ୍କୁ ମୁଣ୍ଡଖେଳାରେ ନିଜ ଦମରେ ସ୍ଥାନୀୟ ବିଜେପି  ନେତୃତ୍ୱ ବିଧାନସଭା ନିର୍ବାଚନ ରେ ଏତେ ଭୋଟ ପାଇଥିବା ବେଳେ ମାତ୍ର ୧୯୦୦୦ ଭୋଟ ପାଇଥିବା ବିଜେଡ଼ରୁ ତାଡଖିଆ ନେତାଙ୍କୁ ଆଣିବା କଣ ଦରକାର ବୋଲି ସ୍ଥାନୀୟ ବିଜେପି କରମୀ ମାନେ ପ୍ରଶ୍ନ କରିଛନ୍ତି  । ମନାଇବାକୁ ଉଦ୍ୟମ ଚାଲିଛି. ହେଲେ ଇସ୍ତଫା ଦେଇଥିବା ନାରାୟଣ ଓ ବ୍ଲକ ସଭାପତିଙ୍କୁ ମନାଇବାରେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା  । 

 

0
0
0
s2sdefault