ହେଡଲାଇନସ୍:

ବାବୁଲି ମିଶ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

15-05-18-bjd.jpg - 105.35 kB

ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟ ଠାରେ ଦେଲେ ଶ୍ରଦ୍ଧା ସୁମନ 

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ବାବୁଲି ମିଶ୍ରଙ୍କ ଆଜି ସକାଳେ ପରଲୋକ ଘଟିବା ଖବର ଶୁଣି ରାଜଧାନୀର ସମସ୍ତ ବିଜେଡି କର୍ମକର୍ତ୍ତା, ସଦସ୍ୟ ଓ ସମର୍ଥକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ମିଶ୍ରଙ୍କ ମରଶରୀରକୁ ବିଜେଡି ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ପହଂଚି  ସ୍ୱର୍ଗତ ମିଶ୍ରଙ୍କ ମରଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଶ୍ରୀ ମିଶ୍ରଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଶ୍ରୀ ମିଶ୍ରଙ୍କ ବିୟୋଗ ବିଜେଡି ପାଇଁ ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ କହିଛନ୍ତି ଯେ ବିଜୁ ଜନତା ଦଳକୁ ବଳିଷ୍ଠ  କରି ଗଢ଼ି ତୋଳିବାରେ ସ୍ୱର୍ଗତ ମିଶ୍ରଙ୍କ ଅବଦାନ ଯଥେଷ୍ଟ ରହିଥିଲା । ତାଙ୍କ ଅମର ଆତ୍ମାର ସଦ୍‍ଗତି ନିମନ୍ତେ ପ୍ରାର୍ଥନା କରିବା ସହ ସ୍ୱର୍ଗତ ମିଶ୍ରଙ୍କ ପରିବାରଙ୍କୁ ଏହି ଦାରୁଣ ପରିସ୍ଥିତିର ମୁକାବିଲା ଲାଗି ଈଶ୍ୱର ଶକ୍ତି ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ଭୁବନେଶ୍ୱର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ପୂର୍ବତନ ଡେପୁଟି ମେୟର ଭାରତୀ ସିଂହ, ଯୁବ ବିଜେଡି ଉପଦେଷ୍ଟା ରଞ୍ଜିତ ମହାପାତ୍ର, ଉପ-ସଭାପତି ଦୁର୍ଗା ସାମନ୍ତରାୟ,କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟ, ଯୁବନେତା ତଥା ପୂର୍ବତନ କର୍ପୋରେଟର ନୃପେଶ ନାୟକଙ୍କ  ସମେତ ବହୁ ଦଳୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

ବିଜୁ ଯୁବଜନତା ଦଳରଶୋକ ।

ସ୍ୱର୍ଗତ ବାବୁଲି ମିଶ୍ରଙ୍କ ଦେହାନ୍ତ ବିଜୁ ଜନତା ଦଳ ତଥା ବିଜୁ ପରିବାର ପାଇଁ ଏକ ଅପୁରଣୀୟ କ୍ଷତି ଓ ଦଳ ପାଇଁ ତାଙ୍କର ଉତ୍ସର୍ଗୀତ ଅବଦାନ ପାଇଁ ସେ ମାନେ ରହିବେ ବୋଲି କହିଛନ୍ତି  ବିଜୁ ଯୁବ ଜନତା ଦଳର ସଭାପତି ଅମରେଶ ପତ୍ରୀ | ଶ୍ରୀ ପତ୍ରୀ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ, ବାବୁଲି ଭାଇ  ଯୁବକ ସମୟରୁ ହିଁ ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ | ଜଣେ ଟାଣୁଆ ନେତା ତଥା  ସୁସଂଗଠକ ଭାବେ ଜଣାଶୁଣା ବାବୁଲି ଭାଇ ଜଣେ ସ୍ପଷ୍ଟବାଦୀ ଜେତା ଥିଲେ । ସେତେବେଳର ଜନତା ଦଳ ଓ ବର୍ତମାନର ବିଜୁଜନତା ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ସଦାସର୍ବଦା ଏକ ସକ୍ରୀୟ ଭୁମିକା ନିର୍ବାହ କରୁଥିଲେ । ଆଜି ତାଙ୍କ ଅକାଳ ବିୟୋଗରେ ସମଗ୍ର ବିଜୁ ପରିବାରରେ ଶୋକର ଛାୟାଖେଳି ଯାଇଛିି । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଏ ଦାରୁଣ ଦୁଃଖ ସହ୍ୟ କରିବା ପାଇଁ  ପ୍ରଭୁଜଗନ୍ନାଥ ତାଙ୍କ ଶୋକ ସନ୍ତପ୍ତ  ପରିବାରକୁ ଅସୀମ ଧୈର୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଶ୍ରୀ ପତ୍ରୀ ତାଙ୍କ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି |

0
0
0
s2sdefault