ହେଡଲାଇନସ୍:

ମହାନଦୀ ସୁରକ୍ଷା ଅଭିଯାନ: ଚିଖିଲିରେ ୨୦ମିନିଟ୍‌ ରହିବେ ମୁଖ୍ୟମନ୍ତ୍ରୀ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

15-05-18-navin.jpg - 46.24 kB


ବରଗଡ଼-ମହାନଦୀ ସୁରକ୍ଷା ଅଭିଯାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲିକୁ ଗସ୍ତ କରିବା କାର୍ଯକ୍ରମ ରହିଛି । ଏହି ଗସ୍ତ କାର୍ଯକ୍ରମରେ ପ୍ରଥମେ ଝାରସୁଗୁଡ଼ାରେ ନଦୀକୂଳ ବସ୍ତି ବାସିନ୍ଦାଙ୍କ ସହିତ ଆଲୋଚନା ଏବଂ ସଭାସ୍ଥଳୀରେ ଉଦ୍‌ବୋଧନ ଦେବା ପରେ ହେଲିକ୍ୟାପ୍ଟର ଯୋଗେ ଯାଇ ଦିନ ପ୍ରାୟ ସାଢ଼େ ୧୦ଟାରେ ଚିଖିଲିର ଅସ୍ଥାୟୀ ହେଲିପ୍ୟାଡ଼୍‌ରେ ଓହ୍ଲାଇବେ । ହେଲିପ୍ୟାଡ଼ ନିକଟ ସଭାସ୍ଥଳୀରେ ସମବେତ ଜନତାଙ୍କୁ ଉଦ୍‌ବୋଦନ ଦେବା ପରେ ଦିନ ପ୍ରାୟ ୧୦ଟା ୫୦ମିନିଟରେ ମୁଖ୍ୟମନ୍ତ୍ରୀ ପୁଣି ଝାରସୁଗୁଡ଼ା ଅଭିମୁଖେ ବାହାରିବେ । ଦିନ ୧୧ଟା୫ମିନିଟରେ ଝାରସୁଗୁଡ଼ା ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ଓହ୍ଲାଇବେ ଏବଂ ସେଠାରେ ପହଞ୍ଚିବା ପରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲାପାଳଙ୍କ ସହିତ ଜଳସେଚନ ପ୍ରକଳ୍ପ ଉପରେ ସମୀକ୍ଷା କରିବେ । ଏହାପରେ ଦିନ ୧୧ଟା ୫୦ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଏୟାରପୋର୍ଟରୁ ନବୀନ ନିବାସ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି ।

0
0
0
s2sdefault