ହେଡଲାଇନସ୍:

କେନ୍ଦ୍ରାପଡା ବିଜେଡିରେ ଅସନ୍ତୋଷ ତୀବ୍ର, ବୈଜୟନ୍ତଙ୍କ ଆଡକୁ ଢଳିଲେଣି ବିଜେଡି ନେତା : ଚର୍ଚ୍ଚାରେ ସାଂସଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କିଏ ସେହି ସାଂସଦ, ଯିଏ ବୈଜୟନ୍ତଙ୍କ ସହ ରଖିଛନ୍ତି ଗୋପନ ସମ୍ପର୍କ

ବୈଜୟନ୍ତଙ୍କ ଆଡକୁ ଢଳାଉଛନ୍ତି ବିଜେଡି ନେତାଙ୍କୁ ? 

 

କେନ୍ଦ୍ରାପଡା ବିଜେଡିରେ ଅସନ୍ତୋଷ ତୀବ୍ର, ବୈଜୟନ୍ତଙ୍କ ଆଡକୁ ଢଳିଲେଣି ବିଜେଡି ନେତା : ଚର୍ଚ୍ଚାରେ ସାଂସଦ

କେନ୍ଦ୍ରାପଡା ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ବିଜେଡି ରାଜନୀତି ପୁଣି ଗୋଳିଆ । ଦଳର ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳର ହାଇକମାଣ୍ଡ ଏକଘରକିଆ କରିଥିଲେ ମଧ୍ୟ ବୈଜୟନ୍ତଙ୍କ ସହ ଯୋଗସୁତ୍ର ରକ୍ଷା କରିବାରେ ଲାଗିଛନ୍ତି ବିଜେଡିର ଅଧିକାଂଶ ନେତା । ଏପରି ଚର୍ଚା ଏବେ କେନ୍ଦ୍ରାପଡା ରାଜନୀତିରେ ଜୋର ଧରିଛି । ଏ ଚର୍ଚ୍ଚା ମଧ୍ୟରେ ଅଧିକ ଆଲୋଚନା ପରିସରକୁ ଆସିଛନ୍ତି ବିଜେଡିର ଆଉ ଜଣେ ସାଂସଦ । ଯିଏକି ବୈଜୟନ୍ତଙ୍କ ସହ ସମ୍ପର୍କ ଯୋଡିବାରେ ମୁଖ୍ୟ ପୁରୋଧା ସାଜିଛନ୍ତି । ଗୋଟିଏ ପଟେ ଦଳର କିଛି ନେତା ଓ କର୍ମୀ ସିଧାସଳଖ ଭାବେ ବୈଜୟନ୍ତଙ୍କୁ ବିରୋଧ କରୁଥିବା ବେଳେ ଅନ୍ୟପଟେ ନେତାଙ୍କ ଏପରି ଗୁପ୍ତ ଯୋଗସୂତ୍ର ଚର୍ଚ୍ଚାକୁ ନେଇ କର୍ମୀମାନେ ସନ୍ଦିହାନୀ ହୋଇପଡିଛନ୍ତି । ଏପରିକି ଦଳର ମୁଖିଆଙ୍କ ଅଗୋଚରରେ ଏବେ ତାଙ୍କର ଚେଲାଚାମୁଣ୍ଡାଙ୍କୁ ଧରି ପୁଣିଥରେ ପାୱାରଫୁଲ ହେବାରେ ଲାଗିଲେଣୀ ବୈଜୟନ୍ତ , ଏପରି ଚର୍ଚା ଏବେ ଦଳୀୟ କର୍ମୀଙ୍କ ମୁହଁରେ ଶୁଣିବାକୁ ମିଳୁଛି ।

ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାର ପରିସରରେ ଥାଏ କେନ୍ଦ୍ରାପଡା । ବିଜୁ ଜନତା ଦଳ ଗଠନ ସମୟରେ ବିଜୟ ମହାପାତ୍ର ଓ ସ୍ବର୍ଗତ ନଳିନୀ ମହାନ୍ତିଙ୍କର ଜିଲାରେ ଥିଲା ଦବଦବା । ତେବେ ଦଳରେ ତାଙ୍କ ପତ୍ତା ସାଫ କରିବା ପରେ ଯୁବ ନେତୃତ୍ବ ଭାବେ ଅତନୁ ସବ୍ୟସାଚ୍ଚୀ ନାୟକଙ୍କର ବେଶ ପ୍ରଭାବ ଦେଖାଦେଇଥିଲା । ଏଥିସହ ସାଂସଦ ବୈଜୟନ୍ତ ପଣ୍ଡା ଥିଲେ ସୁପର ପାୱାରଫୁଲ । ମହାକାଳପଡାର ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ମନ୍ତ୍ରୀମଣ୍ଡଳରୁ ବିଦା ହେବାପରେ ତାଙ୍କ ସ୍ଥାନ ବର୍ତମାନର ରାଜ୍ୟସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ ଶକ୍ତିଶାଳୀ ହୋଇଥିବା ଜିଲାରେ ଚର୍ଚ୍ଚା ଚାଲିଥିଲା । ତେବେ ଗତ କିଛିଦିନ ହେଲା ଦେଖିବାକୁ ମିଳୁଛି ତୃତୀୟ ମହଲାରେ ପୁଣିଥରେ ଅତନୁଙ୍କ ଦବଦବା ସୃଷ୍ଟି ହୋଇଛି । ଏପରିକି ରାଜ୍ୟସଭାରେ ପ୍ରତାପ ଦେବଙ୍କୁ ପଛରେ ପକାଇ ପ୍ରସନ୍ନ ଆଚାର୍ୟ୍ୟ ହେଲେ ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ।ଏପରି ଖବର ପରେ ଏବେ କେନ୍ଦ୍ରାପଡା ବିଜେଡି ରାଜନୀତିରେ ଭିନ୍ନ କଥା ଶୁଣିବାକୁ ମିଳୁଛି ।

ଏପରି ସ୍ଥିତିରେ ଜିଲାର ଅଧିକାଂଶ ନିର୍ବାଚନ ମଣ୍ଡଳୀର ବିଜେଡି ନେତାମାନେ ସିଧାସଳଖ ଭାବେ ସାଂସଦଙ୍କ ସମ୍ପର୍କରେ ରହିଛନ୍ତି । ଜିଲାରେ ଗୁଇନ୍ଦା ଭୟ ଥିବା ହେତୁ ସେମାନେ ରାଜଧାନୀ ଓ ପୁରୀର ସୁରକ୍ଷିତ ସ୍ଥାନ ଦେଖି ଏକାଧିକ ବାର ବୈଠକ କରିଥିବା ଏବେ କେନ୍ଦ୍ରାପଡା ରାଜନୀତିରେ ଚର୍ଚ୍ଚା । ତେଣୁ ଦଳର ଏପରି ସ୍ଥିତିରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ସାଂସଦ । ୨୦୧୯ ସାଧାରଣ ନିର୍ବାଚନ ପାଇଁ ଗୋଟିଏ ପଟେ ଦଳ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଏବେ ଦଳର ନେତାଙ୍କ ମଧ୍ୟରେ ଚେରକଟା ଆଗାମୀ ଦିନ ପାଇଁ ମୁଣ୍ଡବିନ୍ଧା ପାଲଟିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତପ୍ରକାଶ କରିଛନ୍ତି ।

0
0
0
s2sdefault