ହେଡଲାଇନସ୍:

ରାଜ୍ୟ ସରକାର ବିକାଶ ବିରୋଧୀ ରାଜନୀତି କରୁଛନ୍ତି: ବିଜେପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 

ଭୁବନେଶ୍ୱର(chakradhar majhi) : ଗତ ୧୫ ଦିନଧରି ଚାଲିଥିବା ଗ୍ରାମ ସ୍ୱରାଜ ଅଭିଯାନ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ବିଜେପି ବିଧାୟକ ଓ ନେତୃବୃନ୍ଦ ସାମିଲ ହୋଇ ମୋଦୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା କେନ୍ଦ୍ରସରକାରଙ୍କ ଦ୍ୱାରା ବଛାଯାଇଥିବା ୪୦୦ଟି ଅବହେଳିତ ଗ୍ରାମରେ ପହଂଚାଇଥିଲେ । ବିଶେଷକରି କେନ୍ଦ୍ର ସରକାରଙ୍କ ପ୍ରମୁଖ ୭ଟି ଯୋଜନା ଗରୀବ ଦଳିତମାନଙ୍କ ପାଖରେ ପହଂଚାଯାଇଥିଲା । ଗ୍ରାମ ସ୍ୱରାଜ ଅଭିଯାନ ମାଧ୍ୟମରେ ସାଧାରଣ ଜନତା ମୋଦୀ ସରକାରଙ୍କ ବିଭିନ୍ନ ଯୋଜନା ସଂର୍ପକରେ ଅବଗତ ହୋଇପାରଥିଲେ । ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ସମସ୍ତ ଯୋଜନା କେତେ ମାତ୍ରାରେ ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ତାହାର ଏକ ସବିଶେଷ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।

ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ  ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ  ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ  ଜୁଏଲ ଓରାମ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି ଏବଂ ପ୍ରଭାରୀମାନେ ଯୋଗ ଦେଇ ଗ୍ରାମ ସ୍ୱରାଜ ଅଭିଯାନ ସହ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ରାଜ୍ୟରେ କାର୍ଯ୍ୟକାରିତା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

ବୈଠକ ସଂପର୍କରେ ସୁଚନା ଦେଇ ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ପଂଚାୟତ ସ୍ତରରେ ନିଜ ହକ୍ ଜାଣିବାର ଅଧିକାର ସାଧାରଣ ଜନତାର ଅଛି । ଗ୍ରାମାଚଂଳର ସାଧାରଣ ଜନତା କିପରି କେନ୍ଦ୍ର ସରକାରଙ୍କ ସମସ୍ତ ସୁବିଧାର ଲାଭ ଉଠାଇ ପାରିବେ ସେଥି ପାଇଁ ଗ୍ରାମ ସ୍ୱରାଜ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଯୋଜନା ସହ ଲୋକଙ୍କୁ ଯୋଡିବା ସହ ସାଧାରଣ ଜନତା କିପରି ନିଜ ହକ୍ ସମ୍ବନ୍ଧରେ ଜାଣିପାରିବ ସେ ନେଇ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଗଲା । ଗ୍ରାମଗୁଡିକର ସାମାଜିକ, ଆର୍ଥୀକ ବିକାଶ ସହ ଦାରିଦ୍ର୍ୟ ଦୂରୀକରଣ କରିବା ଥିଲା ଏହାର ପ୍ରମୁଖ ଲକ୍ଷ୍ୟ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କିପରି ସମସ୍ତ ଗ୍ରାମରେ ପହଂଚିବ ଏବଂ ସମସ୍ତ ଯୋଜନାର ଲାଭ କିପରି ସାଧାରଣ ଜନତା ଉଠାଇ ପାରିବେ ସେ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।  

କେନ୍ଦ୍ର ସରକାରଙ୍କ ଗ୍ରାମସ୍ୱରାଜ ଅଭିଯାନ କାର୍ଯ୍ୟକ୍ରମ  ଏପ୍ରିଲ ୧୪ ରୁ ମେ ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।  ଏପ୍ରିଲ ୧୮ ତାରିଖ ସ୍ୱଚ୍ଛ ଭାରତ ପର୍ବର ଆୟୋଜନ କରାଯାଇଥିଲା । ଓଡିଶାର ୪୨୮ଟି ଗ୍ରାମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏପ୍ରିଲ ୨୦ ତାରିଖରେ ସମଗ୍ର ଦେଶରେ ଉଜ୍ଜ୍ୱଳା ପଂଚାୟତ ପାଳନ କରାଯାଇଥିଲା । ରାଜ୍ୟରେ ସ୍ୱଚ୍ଛ ଇନ୍ଧନ ଘରେ ଘରେ ଉପଲବ୍ଧ କରାଇବା ପାଇଁ ଗ୍ୟାସ ବଂଟନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏପ୍ରିଲ ୨୪ ତାରିଖ ଦିନ ରାଷ୍ଟ୍ରୀୟ ପଂଚାୟତିରାଜ ଦିବସ ଥିଲା । ଏହା ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆଦି ସଂର୍ପକରେ ଆଲୋଚନା କରାଯାଇ ଗ୍ରାମ ସଭାର ଆହ୍ୱାନ ଦିଆଯାଇଥିଲା । ଏପ୍ରିଲ ୨୮ତାରିଖ ଦିନ ଗ୍ରାମଶକ୍ତି ଅଭିଯାନ କାର୍ଯ୍ୟକ୍ରମ ହୋଇଥିଲା । ଏପ୍ରିଲ ୩୦ ତାରିଖ ଦିନ ଆୟୁଷ୍କାନ ଭାରତ କାର୍ଯ୍ୟକ୍ରମରେ ମା’ଏବଂ ଶିଶୁଙ୍କୁ ମାଗଣା ଟିକା ଦାନ କରାଯିବା ସହ ସ୍ୱାସ୍ଥ୍ୟବୀମା ସଂର୍ପକରେ ସାଧାରଣ ଜନତାଙ୍କୁ ଅବଗତ କରାଯାଇଥିଲା । ମେ ୨ ତାରିଖ ଦିନ କୃଷକ କଲ୍ୟାଣ ଯୋଜନା କାର୍ଯ୍ୟକ୍ରମ କରାଯାଇଥିଲା । ଦେଶରେ କୃଷକର ଆୟ କିପରି ଦ୍ୱିଗୁଣିତ କରାଯିବ ସେନେଇ ବିଭିନ୍ନ ବ୍ଲକରେ କୃଷକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥି ସହ  ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ସଂପର୍କରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା ।  ମେ ୫ ତାରିଖ ଦିନ କେନ୍ଦ୍ରସରକାରଙ୍କ ତରଫରୁ ଦକ୍ଷତା ବିକାଶ, ନିଯୁକ୍ତି ଓ ପରାମର୍ଶ ମେଳା ଆୟୋଜନ କରାଯାଇଥିଲା ।  ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ରାଜ୍ୟର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ସ୍କ୍ରିଲ ଇଣ୍ଡିଆରେ ସାମିଲ କରାଯାଇ ଡିଡିୟୁ-ଜିକେୱାଇ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । 

କେନ୍ଦ୍ର ସରକାର ରାଜ୍ୟର ବିକାଶ କରିବା ପାଇଁ ଦୃଢ ପ୍ରତିଶୃତିବଦ୍ଧ । କିନ୍ତୁ ରାଜ୍ୟ ସରକାର ବିକାଶ ବିରୋଧୀ ରାଜନୀତି କରୁଛନ୍ତି । ରାଜ୍ୟ ସରକାରଙ୍କ ସହଯୋଗ ନଥିବାରୁ ଓଡିଶାର ସାଢେ ୪ କୋଟି ଓଡିଆଙ୍କ ପାଖରେ ମୋଦି ସରକାରଙ୍କ ଯୋଜନା ପହଂଚିପାରୁନି । ଏହାର ଜବାବ ଆଗାମୀ ଦିନରେ ରାଜ୍ୟବାସୀ ଦେବେ ବୋଲି ଶ୍ରା ବକ୍ସି ପାତ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି । 

07-05-18-b.jpg - 146.20 kB

0
0
0
s2sdefault