ହେଡଲାଇନସ୍:

ଅକ୍ଷିତୃତୀୟାର ଭୁଲ ସୁଧୁରିଲା ଅକ୍ଷିତୃତୀୟାରେ : କଂଗ୍ରେସରେ ବ୍ରହ୍ମ  ପରିବର୍ତନ, ନିରଞ୍ଜନ ଧରିଲେ ମଙ୍ଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଦକ୍ଷିଣ ଦାଇତ୍ୱରେ ପ୍ରଦୀପ, ପଶ୍ଚିମ ନବ, ଉପକୂଳ ସମ୍ଭାଳିବେ ଚିରଞ୍ଜୀବ

ପ୍ରଚାର ଦାୟିତ୍ୱରେ ଭକ୍ତ, ଶୃଙ୍ଖଳା ରଖିବେ ହେମାନନ୍ଦ

ସବୁ ନେତାଙ୍କ ଭିତରେ ସମନ୍ୱୟ ରଖିବେ ଜିତେନ୍ଦ୍ର  

 
ଭୁବନେଶ୍ୱରରୁ ମାନସୀ ମିଶ୍ର :  ""ଓଡିଶାର ନେତା ଓ କରମୀ ମାନେ ମୋ ନା ପ୍ରସ୍ତାବ ଦେଇଥିବା ଯୋଗୁ ମୁଁ ସେମାନଙ୍କ ଭଲପାଇବା ଆଗରେ ଋଣୀ | ମୋ ଉପରେ ପୁନଃ ଆସ୍ଥା ପ୍ରକଟ କରି ମୋତେ ଏଭଳି ଏକ ଜଟିଳ ସମୟରେ ଗୁରୁ ଦାୟିତ୍ୱ ଦେଇଥିବା ଯୋଗୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଜୀଙ୍କ ନିକଟରେ ମୁଁ ଅନୁରୂପ ଭାବେ କୃତଜ୍ଞ | ଓଡିଶା କଂଗ୍ରେସର ସଭାପତି ଦାଇତ୍ୱ ମୋ ପାଇଁ ଏବେ ଏକ ଚାଲେଞ୍ଜ | ମୁ ଏ ଚାଲେଞ୍ଜକୁ ଗ୍ରହଣ କରୁଛି | ରାଜ୍ୟର ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ, ନେତା ଓ ସମସ୍ତଙ୍କୁ ସାଗରେ ନେଇ କଂଗ୍ରେସକୁ ଲୋକଙ୍କ ପାଖକୁ ନେବୁ | କର୍ମୀଙ୍କ ନିରାଶକୁ ଆଶାରେ ପରିଣତ କରିବାକୁ ଚେଷ୍ଟା କରିବୁ | ମୋ ହାତ ଖୋଲା | ରାଜ୍ୟର ବିକାଶ ପାଇଁ ତଥା କଂଗ୍ରେସଦଲକୁ ମଜଭୁତ କରିବା ପାଇଁ ଯେଉଁମାନେ ଯୋଗ ଦେବେ ବା ଦଳ ଛାଡିଥିବା ଯେଉଁ  ନେତା ମାନେ ପୁଣି ଫେରିବାକୁ ଚାହିଁବେ ସେମାନଙ୍କୁ ମୁ ସ୍ୱାଗତ କରିବି | କଂଗ୍ରେସ ଲୋକଙ୍କ ପାଇଁ ଲଢେଇରେ ବିଶ୍ୱାସ କରେ | ବିଜେଡି ବିଜେପି ଏହି ଭ୍ରମ ଧାରଣାରେ ନ ରୁହନ୍ତୁ ଯେ କଂଗ୍ରେସ ହାରିବା ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛି |  ବିଜେଡି  ଓ  ବିଜେପି  ଏହି  ଭୁଲ  ଧାରଣା  ରେ  ନ ରୁହନ୍ତୁ   ଯେ  "congress is going to fight a loosing battle"  |"" ବୋଲି କହିଛନ୍ତି ଦିଗହରା  ଓଡିଶା କଂଗ୍ରେସ ର ମଙ୍ଗ ଧରିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟନାୟକ | 
ହେଇ କାଲି ଭଳି ମାନେ ପଡୁଛି.......ସେଇ ଅଖି ତୃତୀୟାର ଗୋଟିଏ ନିଷ୍ପତ୍ତି ..ଯାହା ଓଡିଶା କଂଗ୍ରେସକୁ ନେଇ ଯାଇଥିଲା ଦଶ ବର୍ଷ ପଛକୁ | ଏସନ ଅଖି ତୃତୀୟାର ଏକ ନିଷ୍ପତ୍ତି ...ମୃତ ପ୍ରାୟ ଓଡିଶା କଂଗ୍ରେସରେ ଭରିଲା ମୃତ ସଂଜୀବନୀ | ବାସ୍ତବିକ ଜୀବନ ପାଇଛି ଓଡିଶା କଂଗ୍ରେସ ଆଉ କର୍ମୀଂକ ମନରେ ଭରିଛି ନୂତନ ଉତ୍ସାହ | ସମସ୍ତଙ୍କ ମାନେ ଥିବା ନିଶ୍ଚୟ,,,.ଅକ୍ଷିତୃତୀୟା ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ଯୋଗ ଦେଉଥାନ୍ତି ତତ୍କାଳୀନ ପିସିସି ସଭାପତି ନିରଞ୍ଜନ ପଟନାୟକ | କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ସେଦିନ କଂଗ୍ରେସରେ ମିଶାଯାଉଥାନ୍ତି | କାରଣ ତାଙ୍କ ନେତୃତ୍ବର ପରାକାଷ୍ଠାରେ ସେତେବେଳେ  ମାହୋଲ ସୃଷ୍ଟି ହୋଇଥାଏ କଂଗ୍ରେସ ସପକ୍ଷରେ,ନୂଆଦିଲ୍ଲୀ ଏଆଇସିସିର ଗୋଟିଏ ନିଷ୍ପତ୍ତିଅଖି ତୃତୀୟା ରେ ଓଡିଶା କଂଗ୍ରେସ ପାଇଁ ଦୁର୍ଦ୍ଦିନ  ଅନୁକୂଳ କରି ଦେଇଥିଲା | ନିରଞ୍ଜନ ପଟନାୟକଂକୁ ସଭାପତି ପଦରୁ ହଟାଇ ଦିଆଯାଇଥିଲା | ହେଲେ ଚାରୋଟି  ଅକ୍ଷିମୁଠି ପାଳନ ପରେ ମାନେ ୪ ବର୍ଷ ପରେ ଏଆଇସିସି ଚାରିବର୍ଷ ତଳେ କରିଥିବା ଐତିହାସିକ ଭୁଲର ସଂଶୋଧନ କରିଛନ୍ତି | ଏପଟେ ରାଜ୍ୟରେ ଅକ୍ଷିମୁଠି ଅନୁକୂଳ ଚାଲିଛି | ସେପଟେ ଓଡିଶା କଂଗ୍ରେସର ଭାଗ୍ୟ ଲକ୍ଷ୍ମୀ ପ୍ରତ୍ୟାବର୍ତ୍ତନର ମୁଠି ଅନୁକୂଳ କରିଛନ୍ତି ନିରଞ୍ଜନ ଙ୍କୁ ଓଡିଶା ପିସିସି ସଭାପତି ଦାୟିତ୍ୱ ନିଷ୍ପତ୍ତି ନେଇ | ଯଦିଓ ନିରଞ୍ଜନଙ୍କ ସଭାପତି କରିବା ନିଷ୍ପତ୍ତି ଘୋଷଣା ଅକ୍ଷିମୁଠି ଅନୁକୂଳ ବାସି ଦିନ ହେଲା, ହେଲେ ନିଷ୍ପତ୍ତି ଉପରେ ମୋହର ଲାଗିଯାଇଥିଲା ଅଖି ତୃତୀୟା ଦିନ | କେବଳ ରାଜ୍ୟର କିଛି ବରିଷ୍ଠ ନେତାଙ୍କ ସହ ଆଲୋଚନା ଥିଲା କେବଳ ଔପଚାରିକତା ମାତ୍ର | ମୋଟାମୋଟି ଭାବେ ନିରଞ୍ଜନଙ୍କ ପିସିସି ସଭାପତି ପାଦ ସହିତ କୌଣସି ନ କୌଣସି ସ୍ଥାନରେ ଅଖି ତୃତୀୟା ସହିତ ରହିଛି ଅପୂର୍ବ ସଂଯୋଗ |
ମୋଟାମୋଟି ଭାବେ ଓଡିଶା କଂଗ୍ରେସର ନବକଳେବର ତା ନୁହେଁ ଘଟ ବା ବ୍ରହ୍ମ ପରିବର୍ତନ କରିଛନ୍ତି ରାହୁଲ ୨୦୧୯ ନିର୍ବାଚନକୁ ଆଖିରେ ରଖି |  ରାଜ୍ୟକୁ ଆକ୍ରମକ ତଥା ବଳିଷ୍ଠ ନେତୃତ୍ୱ ଦେଇଥିବା  ନିରଞ୍ଜନଙ୍କବି ପିସିସି ସଭାପତି କରିଥିତ୍ବ ବେଳେ ତିନି ଆକ୍ରମକ ତଥା ଲଢୁଆ ନେତା  ନବ ଦାସ, ଚିରଞ୍ଜୀବ ବିଶ୍ୱାଳ  ଓ ପ୍ରଦୀପ ମାଝିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି | ରାହୁଲ ଗାନ୍ଧି  ଆଗାମୀ ୨୦୧୯ ର୍ନିବାଚନକୁ ଦୃଷ୍ଟିରେ ର ଓଢ଼ିଶା କଂଗ୍ରେସ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି ରାହୁଲ ଗାନ୍ଧି 
 ସେହିଭଳି ପ୍ର·ର କମିଟିର ମୁଖ୍ୟ ଭାବେ ଭକ୍ତ ଦାସଙ୍କୁ ଦାୟିତ ଦିଆଯାଇଛି  ଏହାଛଡା କୋଅଡିନେସକ ମୁଖ୍ୟ ଭାବେ ଜଗତ୍ତାଥ ପଟ୍ଟନାୟକଙ୍କୁ ବାଛିଛନ୍ତି କଂଗ୍ରେସ ମୁଆ  ଦଳର ଶୃଙ୍ଖଳା କମିଟି ମ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ାଳଙ୍କୁ ନୂଆ ଦାୟିତ ଦିଆଯାଇଛି  କୋର କମିଟିର ଦାୟିତ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଆବାହକ ଭାବେ ଶରତ ପଟ୍ଟନାୟକଙ୍କୁ ସ୍ଥାନ ମିଳିଛି  ର୍ନିବାଚନୀ ଇସ୍ତାହାର ମୁଖ୍ୟ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ଆବାହକ ଭାବେ ଶରତ ରାଉତଙ୍କୁ ନୂଆ ଦାୟିତ ଦେଇଛନ୍ତି ରାହୁଲ ଗାନ୍ଧି  ତେବେ ପ୍ରସାଦଙ୍କୁ ନୂଆ ଟିମରେ ସ୍ଥାନ ମିଳି ନାହିଁ 
କଂଗ୍ରେସ  ଅଧ୍ୟକ୍ଷ ରାହୁଲ ଗାନ୍ଧୀ  ବିଳମ୍ବିତ ହେଲେ ବି ବୁଡ଼ିଯାଉଥିବା କଂଗ୍ରେସ ବା ମୁମୂର୍ଷୁ ଅବସ୍ଥାରେ ଥିବା କଂଗ୍ରେସକୁ କଂଗ୍ରେସ ଅଧ୍ୟକ୍ଷ ମୁତ୍ୟୁ ସଂଜୀବନୀ ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ ରୂପରେ |  ପଂଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ଆଉ ବିଜେପୁର ନିର୍ବାଚନରେ ନିଜ ଗଡ଼ରେ ଆମାନତ ହରାଇବା ପରେ ତୃତୀୟ ସ୍ଥାନକୁ ଆସିଯାଇଥିବା କଂଗ୍ରେସ ୨୦୧୯ ନିର୍ବାଚନରେ ସମାଧି ଲାବ କରିବ ବୋଲି ଅନେକ ଆଶଙ୍କା କରୁଥିବା ବେକେ ନିରଞ୍ଜନଙ୍କୁ ଦଳର କମାଣ ପ୍ରଦାନ କରିବା ଓଡିଶା କଂଗ୍ରେସ ପାଇଁ ଛଦ୍ମରେ ଆଶୀର୍ବାଦ | ଆଉ ତାଙ୍କ ନିଯୁକ୍ତିକୁ ନେଇ ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ଖୁସିର ଲହରୀ | କାରଣ ଷ୍ଟାଟରଜି ମାଷ୍ଟର ନିରଞ୍ଜନ ଜଣେ ଦିଗ୍ଗଜ ଲଢୁଆ ନେତା ଆଉ ତାଙ୍କ ଲଢ଼େଇର style ଓଡିଶା ଦେଖି ସାରିଛି | ଆଉ ଦ୍ଵିତୀୟ ପାଳିରେ ନିରଞ୍ଜନ ଅନୁରୂପ ଆକ୍ରମକ ମୁଦ୍ରାରେ ଦଳକୁ ରଖିବାରେ ସମର୍ଥ ହେବେ ବୋଲି ବହୁ କଂଗ୍ରେସ କର୍ମୀ ଓ ନେତା ଆଶା ବ୍ୟକ୍ତ କରିଛନ୍ତି |  ପ୍ରସାଦ ହରିଚନ୍ଦନଙ୍କ ସଭାପତିତ୍ୱ କାଳରେ ନେତୃତ୍ୱକୁ ନେଇ ସୃଷ୍ଟି ହୋଇଥିବା ଶୂନ୍ୟତା ଦୂର କରିବା ସହ କର୍ମୀଙ୍କ ଭିତରେ ସୃଷ୍ଟି ହୋଇଥିବା ନୈରାଶ୍ୟ ରାହୁଲ ଗାନ୍ଧୀଙ୍କର ଗୋଟିଏ ନିଷ୍ପତ୍ତିରେ ଦୂର ହୋଇଛି | କଂଗ୍ରେସଠାରୁ ବିମୁଖ ହେଇଥିବା ଓ ହୋଇଥିବା ନେତାଙ୍କୁ ଆଉ କର୍ମୀଂକୁ କଂଗ୍ରେସ ମୁହାଁ କରିଛି | ବିଗତ କିଛି ଦିନ ଭିତରେ ଦଳ ଛାଡିଥିବା କିଛି ନେତା ଦଳକୁ ଫେରିବାର ପାଠ ଉନ୍ମୁକ୍ତ କରିଥିବା ବେଳେ ଦଳକୁ ଏକ ନିଶ୍ଚିତ ବିଭାଜନର ଦ୍ୱାରଦେଶରୁ ଫେରାଇ ଆଣିଛି |
ଆପାତତଃ ଓଡିଶାକୁ ଜିତେନ୍ଦ୍ର  ସିଂଙ୍କ ନେତୃତ୍ୱରେ ଏଆଇସିସିର ଚାରିଜଣ କର୍ମକର୍ତ୍ତା ପଠାଇଥିବା  ରାହୁଲ ଗାନ୍ଧୀ ନେଇଥିବା ନିଷ୍ପତ୍ତି ଅନୁଯାୟୀ , ଦକ୍ଷିଣ ଓଡିଶାରେ ସଂଗଠନ ଦାୟିତ ସମ୍ଭାଳିବେ ଟାଣୁଆ ନେତା  ପ୍ରଦୀପ ମାଝୀ |  ଉପକୂଳ ଓଡିଶା ସମ୍ଭାଳିବେ ବରିଷ୍ଠ ନେତା  ଚିରଂଜୀବ ବିଶ୍ୱାଳ |  ଆଉ ପଶ୍ଚିମ ଓଡିଶା ସମ୍ଭାଳିବେ ନବ ଦାସ | ୨୦୧୯ ପାଇଁ ବ୍ଲୁ-ପ୍ରିଂଟ ତିଆରି ହେବ  ନିରଂଜନଙ୍କ ମାର୍ଗ ଦର୍ଶନରେ | 
ସେହିପରି ପ୍ରଚାର  କମିଟିର ଅଧ୍ୟକ୍ଷ କରାଯାଇଛି  ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଭକ୍ତ ଚରଣ ଦାସଙ୍କୁ |  ବଡ କଥା ହେଉଛି | ପ୍ରସାଦଙ୍କ ସମୟରେ ସମନ୍ୱୟ  କମିଟି ନିରଞ୍ଜନଙ୍କ ତତ୍କାଳୀନ ଭାଷାରେ ଜରାଶ୍ରମ ଥିବା ବେଳେ ଏହି କମିଟି ରେ ଥିବା ନେତାଙ୍କ ମଧ୍ୟରେ ସମନ୍ୱୟ ନଥିଲା | ଆଉ ସେମାନେ ଦଳରେ ସମନ୍ୱୟ ରଖିଥାନ୍ତେ ବା କେଉଁଠୁ ? ତେଣୁ ଓଡିଶା ପ୍ରଭାରୀ ଦାୟିତ୍ୱ ପାଇବା ପୂର୍ବରୁ ଓଡିଶା ଗସ୍ତ ସମୟରେ ଏଆଇସିସି ସାଧାରଣ ସଂପାଦକ ଜିତେନ୍ଦ୍ର ସିଂ ଅନୁଭବ କରିଥିଲେ ଯେ ସମନ୍ୱୟ ଏହି ବଡ ସମସ୍ୟା, ଯେ ଝା ହାତରେ ଚଉଦ ପା | ତେଣୁ ଏହି କମିଟିର ଦାଇତ୍ୱ ଦିଆଯାଇଛି ଖୋଦ କଂଗ୍ରେସର ଓଢ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଅଧ୍ୟକ୍ଷ ଭାବେ, ଆଉ କମିଟିର ଆବାହକ ହୋଇଛନ୍ତି ବରିଷ୍ଠ କଂଗ୍ରେସସ ନେତା ଜଗନ୍ନାଥ  ପଟ୍ଟନାୟକ | ଗଠନ କରାଯାଇଛି ଗୋଟାଏ କର କମିଟି,  ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ କୋର କମିଟିର ଅଧ୍ୟକ୍ଷ କରାଯାଇଥିବା ବେଳେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ହୋଇଛନ୍ତି ଏହି କମିଟିର ଅବାହକ |
 ଆଶ୍ଚର୍ଯ୍ୟଜନକା  ଭାବେ ପ୍ରସାଦଙ୍କ ବା ତାଙ୍କ ଗୋଷ୍ଠୀର କୌଣସି ଜଣେ ନେତାଙ୍କୁ କୌଣସି କମିଟିରେ ସ୍ଥାନ ଦିଆଯାଇନାହିଁ |  ସମସ୍ତ ଗୋଷ୍ଠୀ ଆଉ ବରିଷ୍ଠ  ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ହାଇକମାଣ୍ଡ  ଦଳକୁ ଶୃଙ୍ଖଳିତ କରିବା ପାଇଁ ଏହି କମିଟିର ଅଧ୍ୟକ୍ଷ ମଧ୍ୟ ପରିବର୍ତନ ହୋଇଛନ୍ତି  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସର ବରିଷ୍ଠ  ନେତା ହେମାନନ୍ଦ ବିଶ୍ୱାଳଂକୁ ମିଳିଛି ଶୃଙ୍ଖଳା କମିଟି ଅଧ୍ୟକ୍ଷ ଦାୟିତ୍ୱ |  ସେହିପରି ଦଳର ଇସ୍ତାହାର କମିଟି ଅଧ୍ୟକ୍ଷ ଦାଇତ୍ୱ  ଦିଆଯାଇଛି କୁହାଳିଆ ନେତା ଶ୍ରୀକାନ୍ତ ଜେନାଙ୍କୁ |   ଆଉ ଏହି କମିଟିର ଆବାହକ ଦାଇତ୍ୱରେ ରହିଛନ୍ତି ପୂର୍ବତନମନ୍ତ୍ରୀ  ରହିଛନ୍ତି ଶରତ ରାଉତ |
0
0
0
s2sdefault