ହେଡଲାଇନସ୍:

ରାଜ୍ୟସଭାକୁ ପୁନଃ ନିର୍ବାଚିତ ହେବାପରେ ଭୁବନେଶ୍ୱର ଫେରିଲେ ଧର୍ମେନ୍ଦ୍ର : ବିଶାଳ ରା଼ଲ୍ଲୀ  ଭବ୍ୟ ସମ୍ବର୍ଦ୍ଧନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଅଣ କଂଗ୍ରେସ ରାଜନୀତି ଛାଡି କଂଗ୍ରେସ ସହ ଅଘୋଷିତ ମେଂଟ କରିଛନ୍ତି ନବୀନ

୪କୋଟି ଓଡ଼ିଆଙ୍କ ସମ୍ମାନ କେବେ ବି ତଳେ ପକାଇବିନି : ଧର୍ମେନ୍ଦ୍ର 

16-03-18-MP-DHARMENDRA-PRADHAN-RALLY-AIR-PORT-TO-PARTY-OFFICE-2.jpg - 616.08 kB

ଭୁବନେଶ୍ୱର/ଚକ୍ରଧର ମାଝି :   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କଂଗ୍ରେସ ଦଳ ସହ ଅଘୋଷିତ ମେଂଟ କରିଛନ୍ତି ଓ ଏହା ବିଜେପୁର ଉପ ନିର୍ବାଚନରେ ସ୍ପଷ୍ଟ ହୋଇ ଯାଇଛି ।  ବିଜେପୁର ପରାଜୟକୁ ସ୍ୱୀକାର କରିବା ସହ ଏହି ଉପ ନିର୍ବାଚନ ବିଜେପିକୁ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ହୋଇଥିବାର ବାର୍ତା ଦେଇଥିବାରୁ ଦଳର ଦାୟିତ୍ୱ ମଧ୍ୟ ବେଶ ବଢି ଯାଇଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ପ୍ରଥମ ଓଡିଆ ଭାବେ ବିହାର ପରେ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ଦ୍ୱିତୀୟ ଥର ନିର୍ବାଚିତ ହେବା ପରେ ପ୍ରଥମ ଓଡିଶା ଗସ୍ତ ଅବସରରେ ହଜାର ହଜାର ବିଜେପି କାର୍ଯ୍ୟକର୍ତା ଓ ସାଧାରଣ ଜନତା ବିମାନ ବନ୍ଦରରୁ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଏକ ବିଶାଳ ପଟୁଆରରେ ଆଣିବା ପରେ ସେଠାରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଗତକାଲି ଅଣ ବିଜେପି ମେଂଟରେ ସାମିଲ ହେବା ନେଇ ସାମ୍ବାଦିକ ମାନଙ୍କ ପ୍ରଶ୍ନରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ନର ବା ଗୁଂଜରେ ଅଶ୍ୱତଥାମା ହତ ଭଳି ବୟାନ ଦେଇ କଂଗ୍ରେସ ସହ ତାଙ୍କର ମେଂଟର ପୂର୍ବ ସୂଚନା ଦେଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।  

୧୯୯୭ ମସିହାରେ କଂଗ୍ରେସ ବିରୁଦ୍ଧରେ ନବୀନ ପଟ୍ଟନାୟକଙ୍କ ବିଜେପି ସହ ମେଂଟ ଆଜି ଦିନରେ ସୁବିଧାବାଦୀ ହୋଇ ଓଡିଶାର ସ୍ୱାର୍ଥ ବିରୋଧୀ  ଓ ଦୁର୍ନୀତିର କେନ୍ଦ୍ର ହୋଇଥିବା କଂଗ୍ରେସ ଦଳ ସହ ମେଂଟ ଆଡକୁ ଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ଦିନ ଦେଶ ଶାସନ କରିଥିବା କଂଗ୍ରେସ ଓଡିଶା ପ୍ରତି ସବୁବେଳେ ଅବହେଳା କରି ଆସିଛି । ରେଳ ବିକାଶର ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ୟୁପିଏ ସରକାରର ଦଶ ବର୍ଷର ଶାସନରେ କୌଣସି ବି ବର୍ଷ ଓଡିଶା ପାଇଁ ରେଳ ବଜେଟରେ ଏକ ହଜାର କୋଟି ଟଙ୍କା ବ୍ୟୟବରାଦ କରିଥିଲେ ।  ବିଜେଡି  ଏଭଳି ଏକ ଓଡିଶା ପ୍ରତି ଅବହେଳା କରି ଆସିଥିବା ଦଳ ସହିତ ଏକାଠି ହେଉଛି  ।  

ବିଜେପୁରରେ ୨୦୧୪ ନିର୍ବାଚନରେ ବିଜେଡି ଓ କଂଗ୍ରେସ ଭିନ୍ନ ଭିନ୍ନ ଲଢି ଯେତିକି ଭୋଟ ପାଇଥିଲେ ବିଜେପୁର ଉପ ନିର୍ବାଚନରେ ବିଜେଡିକୁ ଠିକ ସେତିକି ଭୋଟ ମିଳିଛି । ମାତ୍ର ବିଜେପିର  ୨୦୧୪ ମସିହାରେ ୩୦ ହଜାର ଭୋଟ  ଉପ ନିର୍ବାଚନରେ ୬୨ ହଜାର  ହୋଇଛି  ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।   ପଂଚାୟତ ନିର୍ବାଚନରେ ବିଜେପି ୩୩-୩୪ ପ୍ରତିଶତ ଭୋଟ ହାସଲ କରିଥିବା ବେଳେ ବିଜେପୁର ଉପ ନିର୍ବାଚନରେ ମଧ୍ୟ ସେତିକି ପ୍ରତିଶତ ଭୋଟ ହାସଲ କରିଛି ।   ୨୦୧୪ ମସିହା ପର୍ଯ୍ୟନ୍ତ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଥିବା କଂଗ୍ରେସ ଶେଷ ହୋଇ ଯାଉଥିବା ବେଳେ   ବିଜେପି  ହିଁ   ପ୍ରମୁଖ ବିରୋଧୀ ଦଳ ଭାବେ ଗଣତନ୍ତ୍ରରେ ସରକାରଙ୍କ ଦୋଷ ଦୁର୍ବଳତା ବିରୁଦ୍ଧରେ ଓଡିଆ ଲୋକଙ୍କ  ସ୍ୱାର୍ଥର ସଂଘର୍ଷ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି । 

16-03-18--MP-DHARMENDRA-PRADHAN-RALLY-AIR-PORT-TO-PARTY-OFFICE-10.jpg - 628.17 kB

ବିଜେପିକୁ ବୁଡୁ ଥିବା ପାର୍ଟି ବୋଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ଟିପ୍ପଣୀ ରଖି ବିଜେପୁରରେ ବିଜୟ  ଦ୍ୱୀପ ଲିଭିବା ପୂର୍ବରୁ ଜୋରରେ ଜଳିବା ସହ ସମାନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  କ୍ୟାବିନେଟରେ  ବିଜୁ ଯୁବ ବାହିନୀ ଗଠନ ନିର୍ଣୟ ଉପରେ ମନ୍ତବ୍ୟ ରଖି ଶ୍ରୀ ପ୍ରଧାନ କହିଛନ୍ତି ଯେ  ଖାଦ୍ୟ ସୁରକ୍ଷା ଯୋଜନାରେ କଟକ ମେୟର ଓ ନବରଙ୍ଗପୁର ବିଧାୟକଙ୍କ ଧର୍ମପତ୍ନୀଙ୍କୁ ସାମିଲ କରା ଯିବା ପରି ଦଳୀୟ ଆଧାରରେ ବିଜୁ ଯୁବ ବାହିନୀ ତିଆରି କରିବାର ପ୍ରୟାସ ।    ବିଜୁ ବାବୁଙ୍କ  ନା ନେଇ ସେ କହିଛନ୍ତି ଯେ  କିଛି ଲୋକ  ଭାବୁଛନ୍ତି ଯେ ଓଡିଶାର ଇତିହାସ ୧୯୧୭ରୁ ଆରମ୍ଭ ହୋଇ ୨୦୧୭ ପର୍ଯନ୍ତ ହିଁ ଅଛି ।  ଖାରବେଳଙ୍କ ଠାରୁ ଭୀମଭୋଇ, ମଧୁବାବୁ, ଗୋପବନ୍ଧୁ, ନେତାଜୀ, ସୁରେନ୍ଦ୍ର ସାଏ, ରମା ଦେବୀ, ମାଳତୀ ଚୌଧୁରୀ ଦେଇ ମହତାବଙ୍କ ପର୍ଯ୍ୟନ୍ତ  ଓଡିଶାର ସୁଯୋଗ୍ୟ ସନ୍ତାନ ମାନଙ୍କର ସ୍ୱପ୍ନର ନୂଆ ଓଡିଶା ଗଢିବା ପାଇଁ ବିଜେପି ଓଡିଶାର ଯୁବଶକ୍ତିକୁ ନେଇ କାମ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ଜନଆନ୍ଦୋଳନ  ଓ ଜନ ଜାଗରଣକୁ ଆଧାର କରି ଓ ମୋଦିଙ୍କ ଜନ ପ୍ରିୟତା ଓ ଦୂରଦୃଷ୍ଟି ସମ୍ପନ୍ନ ବିକାଶ ନୀତି ମାଧ୍ୟମରେ ରାଜ୍ୟର ଯୁବକ,ମା- ଭଉଣୀ, ଚାଷୀ ଭାଇ, ଦଳିତ, ଆଦିବାସୀଙ୍କ ବିକାଶ ପାଇଁ ସଂଘର୍ଷ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।ପ୍ରଥମ ରାଜ୍ୟସଭାକୁ ନିର୍ବାଚିତ ହେଲା ବେଳେ ଓଡିଶାର ସ୍ୱାର୍ଥ ଓ ବିକାଶ ପାଇଁ କଣ କରି  ପାରିବେ ବା ନ କରି ପାରିବେ ଭିନ୍ନ କଥା ମାତ୍ର ସାଢେ ଚାରି କୋଟି ଓଡିଆ ଲୋକଙ୍କର ମୁଣ୍ଡକୁ ସେ ନୂଆଇଁବାକୁ ସେ କେବେ ଦେବେ ନାହିଁ ବୋଲି କହିଥିଲେ । ପୁଣି ଦ୍ୱିତୀୟ ଥର ରାଜ୍ୟସଭାକୁ ନିର୍ବାଚିତ ହେବା ସମୟରେ ସମାନ କଥାକୁ ସେ  ଓଡିଶାବାସୀଙ୍କ ପାଖରେ ଦୋହରାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ  ସାଢେ ଚାରି କୋଟି ଓଡିଆଙ୍କୁ ସମ୍ମାନ ସଦୃଶ ତାଙ୍କୁ ଯେଉଁ ସମ୍ମାନ ଦିଆ ଯାଇଛି ସେ ଏହାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ସମର୍ପଣ କରି ଓଡିଶାର ବିକାଶ ପାଇଁ ନିଜକୁ ସମର୍ପିତ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

 

 

 

 

0
0
0
s2sdefault