ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ବିଜେଡି ବିଜେପି ଟଣା ଓଟରା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

16-03-18-banabira.jpg - 158.11 kB

ସତ୍ୟ ଉପରୁ ନଜର ହଟାଇବାକୁ ପୋଲିସ କରୁଛି ଷଡଯନ୍ତ୍ର ବିଜେପି କରିବା ସତ୍ୟାଗ୍ରହ : ବସନ୍ତ

ନିଜ ଅପରାଧ ଓ ବିଜେପୁର ବିଫଳତାର ପରାଭବ ଢାଙ୍କିବାକୁ ବିଜେପି କରୁଛି ହୀନ ଉଦ୍ୟମ : ବିଜୟ 

ଭୁବନେଶ୍ୱର,:ବରିଷ୍ଠ  ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ ଗିରଫଦାରୀକୁ କଡା ବିରୋଧ କରିଛି ବିଜେପି । ଶ୍ରୀ ମିଶ୍ରଙ୍କ ଗିରଫଦାରୀ ଦିଲେଶ୍ୱର ସାହୁଙ୍କ ବୁର୍ଲା ଡାକ୍ତରଖାନା ଓ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରଣ ସମୟରେ ତାଙ୍କ ମୃତ୍ୟୁ ଷଡଯନ୍ତ୍ର ପଛରେ ଥିବା ରହସ୍ୟ ଉପରେ ପର୍ଦା ଢାଙ୍କି ଲୋକଙ୍କ ନଜର ଏଡାଇବା ପାଇଁ ସରକାରୀ ଦଳର ଏକ ହୀନ ଷଡଯନ୍ତ୍ର ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ।

ଶ୍ରୀ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜନୀତିରେ ହିଂସାର ସ୍ଥାନ ନାହିଁ । ବିଜେଡି ରକ୍ତମୁଖା ହୋଇ ପଂଚାୟତ ନିର୍ବାଚନ ସମୟରୁ ରାଜନୈତିକ ପ୍ରତିପକ୍ଷଙ୍କୁ ହତ୍ୟାର ତାଣ୍ଡବ ଲୀଳା ଜାରି ରଖିଛି । ପୋଲିସ ଓ ପ୍ରଶାସନର ମନୋମୁଖୀ କାର୍ଯ୍ୟପନ୍ଥା ବିରୋଧରେ ବିଜେପି କାର୍ଯ୍ୟକର୍ତାମାନେ ଆଜିଠୁ ସମସ୍ତ ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରିବେ ବୋଲି ଶ୍ରୀ ପଣ୍ଡା ଘୋଷଣା କରିଛନ୍ତି ।

ବିଜେପୁର ନିର୍ବାଚନ ସମୟରେ କେଉଁ ପରିପ୍ରେକ୍ଷୀରେ ହିଂସାକାଣ୍ଡ ଘଟିଲା ଓ ଘଟଣା ପଛର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଡାକ୍ତରଖାନାରେ ଆହତ ମାନେ ଭର୍ତି ହେଲା ବେଳେ କୌଣସି ଆହତଙ୍କ ଶରୀରରେ ଗୁଳି ବାଜି ନ ଥିବା ଓ ସମସ୍ତେ ସୁସ୍ଥ ଥିବା ଡାକ୍ତର ସାର୍ବଜନୀନ ଭାବେ ବୟାନ ଦେଇଥିଲେ । କେଉଁ ପରିପ୍ରେକ୍ଷୀରେ ଦିଲେଶ୍ୱରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଲା, କଟକ ବଡ ଡାକ୍ତରଖାନା ପଠାଇବାରେ କାହିଁକି ବିଳମ୍ବ ହେଲା ଓ ରାସ୍ତାରେ କେଉଁ ପରିସ୍ଥିତିରେ ମୃତ୍ୟୁବରଣ କଲେ ଏ ସବୁର ସିବିଆଇ ତଦନ୍ତ ପାଇଁ ଦଳର ଦାବି ସତ୍ୱେ ସରକାର ରାଜ୍ୟ ପୋଲିସକୁ ଗୁଣ୍ଡା ଭାବେ ବ୍ୟବହାର କରି ତଦନ୍ତକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ।

ଶ୍ରୀ ପଣ୍ଡା କହିଛନ୍ତି ଯେ, ବନବିରା ଘଟଣା ସ୍ଥଳରେ ଘଟଣା ଘଟିବାର କିଛି ସମୟ ପରେ ମନ୍ତ୍ରୀ ସୁଶାନ୍ତ ସିଂହ ପହଂଚିପୋଲିସକୁ ଗାଳିଗୁଲଜ କରି ତଡି ଦେବା ପରେ ଗାଡି ଗୁଡିକ ଉପରେ ଗୁଳି ମାଡ କରିବା ସହ କାଚ ଭଙ୍ଗା ଭଙ୍ଗି କରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ମାନେ ଅଭିଯୋଗ କରିଥିଲେ । ଶ୍ରୀ ପଣ୍ଡା କହିଛନ୍ତି ଯେ ପଂଚାୟତ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ହିଂଜିଳି ନିର୍ବାଚନ ମଣ୍ଡଳୀର ବୁଲୁ ପ୍ରଧାନ ଓ ଢେଙ୍କାନାଳ ଜିଲ୍ଲାର ସଲମାନ ରାଉତଙ୍କ ସମେତ ଦଶରୁ ଉର୍ଧ ବିଜେପି କର୍ମୀଙ୍କୁ ବିଜେଡି ଗୁଣ୍ଡା ମାନେ ନିର୍ମମ ଭାବେ ହତ୍ୟା କରିଥିଲୋ ଆଇନ ତା ବାଟରେ ଯିବାକୁ ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ଶାସକ ଦଳର ଗୁଣ୍ଡାଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସକୁ ବ୍ୟବହାର କରା ଯାଉଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । 

ଅନ୍ୟ ପକ୍ଷରେ ବସନ୍ତଙ୍କ ଜବାବ ଦେଇଛନ୍ତି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ |  ବରଗଡ଼ ଜିଲ୍ଲାର ସୋହେଲା ଅନ୍ତର୍ଗତ ବନାବିରା ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ଥିବା ନେଇ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଗିରଫ କରାଯିବାରୁ ବିଜେପି ଏହାକୁ ବିରୋଧ କରିବା ଅତ୍ୟନ୍ତ କ୍ଷୋଭଦାୟକ ବିଷୟ । ଏପରିକି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଯେପରି ଭାବେ ଜନତାଙ୍କ କଣ୍ଠରୋଧ ଅଭିଯୋଗ କରିଛନ୍ତି ତାହା ସଂପୂର୍ଣ୍ଣ ଅମୂଳକ ଓ ଭିତ୍ତିହୀନ । ବରଂ ଏପରି ବିଭ୍ରାନ୍ତିକର ବିବୃତି ଜାଣିଶୁଣି ବିଜେପି ଦେବା ସହ ସାଧାରଣ ଲୋକଙ୍କୁ ଆକର୍ଷିତ କରିବା ଲାଗି ଭୁବନେଶ୍ୱର ଡିସିପି ଅଫିସ୍‍ ଘେରାଉ କରିବା ଓ ଜୟନାରାୟଣଙ୍କୁ ଗିରଫ କରିବା ବେଳେ ଏହାକୁ ବିରୋଧ କରିବା ବିଜେପିର ସୁଚିନ୍ତିତ ଗେମ୍‍ ପ୍ଲାନ୍‍ର ଅଂଶବିଶେଷ । ଶ୍ରୀ ମିଶ୍ରଙ୍କୁ ତାଙ୍କ ବାସଭବନରୁ ଗିରଫ କଲାବେଳେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ବିରୋଧ କରିବା ମଧ୍ୟ ଆଦୌ ଆଇନ୍‍ସମ୍ମତ ନୁହେଁ, ବରଂ ଏହା ଆଇନ୍‍ ବିରୋଧୀ ବୋଲି ବିଜେଡି ରାଜ୍ୟ ସଂପାଦକ ଶ୍ରୀ ନାୟକ କହିଛନ୍ତି ।  ଏହା କରି ନିଜ ଅପରାଧ ଓ ବିଜେପୁର ବିଫଳତାର ପରାଭବ ଢାଙ୍କିବାକୁ ବିଜେପି କରୁଛି ହୀନ ଉଦ୍ୟମ କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି |

ରାଜ୍ୟର ପ୍ରତି ଥାନାରୁ ଆରମ୍ଭ କରି ଏସ୍‍ପି ଅଫିସ୍‍ ଆଗରେ ସତ୍ୟାଗ୍ରହ କରାଯିବ ବୋଲି ବିଜେପି କରିଥିବା ଘୋଷଣା ‘ଚୋର ପଳାଉଛି, ଚୋରକୁ ଧର’ ବୋଲି ନିଜେ ଚୋର ପାଟି କରିବା ସହ ସମାନ । ଜୟନାରାୟଣଙ୍କ ଗିରଫ ଘଟଣାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଇନ୍‍ ତା’ବାଟରେ ଯିବ । ଯଦି ବିଜେପି ନେତା କୌଣସି ଅପରାଧିକ କାର୍ଯ୍ୟ କରିନଥାନ୍ତେ ତେବେ ଫେବୃଆରୀ ୨୨ ବନାବରା ଗୁଳିକାଣ୍ଡ ଘଟଣାର ମୁଖ୍ୟ ସୂତ୍ରଧର କୁହାଯାଉଥିବା ଓ ସେଠାରେ ଉପସ୍ଥିତ ଥିବାକୁ ନିଜେ ଶ୍ରୀ ମିଶ୍ର ସ୍ୱୀକାର କରିଥିବା ଓ ତା’ପରଠାରୁ ଫେରାର ରହିଥିବା ଘଟଣା ଯଦି ସତ୍ୟ ହୋଇନଥାନ୍ତା, ତେବେ ପୋଲିସ ଏହି ମାମଲାରେ ଜୟନାରାୟଣଙ୍କ ବିରୋଧରେ ୩୦୨ ଦଫା ଲଗାଇନଥାନ୍ତା । ବନାବିରା ଗୁଳିକାଣ୍ଡରେ ଜୟନାରାୟଣ ଓ ତାଙ୍କ ସହଯୋଗୀ କିପରି ସଂପୃକ୍ତ ଓ ଏଥିରେ ଉଭୟଙ୍କ ପ୍ରତ୍ୟକ୍ଷ ନା ପରୋକ୍ଷ ସହଯୋଗ ରହିଥିଲା, ତାହା ପୋଲିସ ତଦନ୍ତ ସରିବା ପରେ ଜଣାପଡିବ । ସେ ପର୍ଯ୍ୟନ୍ତ ବିଜେପି ଧୈର୍ଯ୍ୟର ସହ ଅପେକ୍ଷା କରୁନି କାହିଁକି? ବନବିରା ଗୁଳିକାଣ୍ଡ ଘଟଣାରେ ପୂର୍ବତନ ମନ୍ତ୍ରୀ ଜୟନାରାୟଣଙ୍କ ଗିରଫ ପ୍ରତିବାଦରେ ବିଜେପି ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବା ମୂଳ ଲକ୍ଷ୍ୟ ହେଉଛି, ବିଜେପୁର ଉପ-ନିର୍ବାଚନ ପରାଜୟ ନେଇ ଲୋକଙ୍କ ପ୍ରତିକ୍ରିୟା କମାଇବାର ଅପଚେଷ୍ଟା । ଏପରି ସତ୍ୟାଗ୍ରହ କରିବା ପୂର୍ବରୁ ବିଜେପି ବରଂ ମାମଲାର ପୋଲିସ ତଦନ୍ତକୁ ଧୈର୍ଯ୍ୟର ସହ ଅପେକ୍ଷା କରୁ ବୋଲି ବିଜୟ ନାୟକ କହିଛନ୍ତି 

15-03-18-BJYM_Protest_DCP-Office.jpg - 1.15 MB

 

 

 

 

0
0
0
s2sdefault